କ୍ରମାଗତ ୩ ଛକା ମାରି ଡବଲ ଟନ୍‌ ହାସଲ କଲେ, ବିରାଟଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍‌

ହାଇଦ୍ରାବାଦ: ଟିମ ଇଣ୍ଡିଆର ଯୁବ ବ୍ୟାଟର ଶୁବମନ ଗିଲ୍‌ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ କରିଛନ୍ତି। ସେ ଲକି ଫର୍ଗୁସନଙ୍କୁ କ୍ରମାଗତ ୩ଟି ଛକା ମାରି ବେଶ ରୋମାଞ୍ଚକର ଢଙ୍ଗରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ମୋଟ ୧୪୮ଟି ବଲ ଖେଳି ୨୦୮ ରନର କରିଛନ୍ତି। ଏହି ଦମଦାର ଇନିଂସ ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ଗିଲ୍‌। ସେ ଆଜି ତାଙ୍କ […]

gill1

gill1

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 07:42 PM IST

Sports

Latest News

ହାଇଦ୍ରାବାଦ: ଟିମ ଇଣ୍ଡିଆର ଯୁବ ବ୍ୟାଟର ଶୁବମନ ଗିଲ୍‌ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ କରିଛନ୍ତି। ସେ ଲକି ଫର୍ଗୁସନଙ୍କୁ କ୍ରମାଗତ ୩ଟି ଛକା ମାରି ବେଶ ରୋମାଞ୍ଚକର ଢଙ୍ଗରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ମୋଟ ୧୪୮ଟି ବଲ ଖେଳି ୨୦୮ ରନର କରିଛନ୍ତି। ଏହି ଦମଦାର ଇନିଂସ ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ଗିଲ୍‌।

ସେ ଆଜି ତାଙ୍କ ଦିନିକିଆ କ୍ୟାରିୟରରେ ୧ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ମାତ୍ର ୧୯ଟି ଇନିଂସରେ ହଜାରେ ରନର ମାର୍କ ଅତିକ୍ରମ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ଏତେ କମ ଇନିଂସରେ ଏପରି କୀର୍ତ୍ତିମାନ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି।

ଏହାପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଓ ଶିଖର ଧୱନଙ୍କ ନାଁରେ ଥିଲା। ଉଭୟ ୨୪ଟି ଲେଖାଏ ଇନିଂସ ଖେଳି ଦିନିକିଆରେ ୧ ହଜାର ରନ ପୂରଣ କରିଥିଲେ। ହେଲେ ଏମାନଙ୍କ ଠାରୁ କମ ଇନିଂସ ଖେଳି ଗିଲ୍‌ ହଜାରେ ରନ କ୍ଲବରେ ନିଜକୁ ସାମିଲ କରିଛନ୍ତି।

ମ୍ୟାଚ୍‌ର ୩୩ ତମ ଓଭରରେ ଗିଲ୍‌ ବ୍ଲେୟାର ଟିକନେରଙ୍କୁ ଚୌକା ମାରିବା କ୍ଷଣି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ବିଶ୍ୱରେ ସବୁଠାରୁ କମ ଇନିଂସରେ ହଜାରେ ରନ ପୂରଣ କରିବା ତାଲିକାରେ ଗିଲ୍‌ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଓ ପାକିସ୍ତାନର ଇମାମ ଉଲ ହକ ମିଳିତ ଭାବେ ୧୯ଟି ଇନିଂସ ଖେଳି ଦିନିକିଆରେ ୧ ହଜାର ରନ କରିଥିଲେ। ତାଲିକାର ୧ନଂ ସ୍ଥାନରେ ପାକିସ୍ତାନର ଅନ୍ୟତମ ଖେଳାଳି ଫଖର ଜମାନ ଅଛନ୍ତି। ସେ ୧୮ଟି ଇନିଂସ ଖେଳି ଦିନିକିଆରେ ୧ ହଜାର ରନ ପୂରଣ କରିଥିଲେ।

ଅନ୍ୟପକ୍ଷରେ ଗିଲ୍‌ ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ସେ ୫ମ ଭାରତୀୟ ଭାବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଦୁଇ ଶତକ ହାସଲ କରିଛନ୍ତି। ଗିଲ୍‌ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଦୁଇ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଗିଲ୍‌ ୨୩ ବର୍ଷ ୧୩୨ ଦିନ ବୟସରେ ଡବଲ ଟନ ମାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଈଶାନ କିଶନଙ୍କ ନାଁରେ ଥିଲା। ସେ ୨୪ ବର୍ଷ ୧୪୫ ଦିନରେ ଦୁଇ ଶତକ ହାସଲ କରିଥିଲେ। ଡିସେମ୍ବର ୧୦ ବାଂଲାଦେଶ ବିପକ୍ଷ ଦିନିକିଆରେ ଈଶାନ ୨୧୦ ରନର ଇନିଂସ ଖେଳିଥିଲେ।

ଶୁବମନ ଗିଲ ଆଜି ଛକା ମାରି ୧୪୫ ବଲରେ ନିଜର ପ୍ରଥମ ଦୁଇ ଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା ଓ ଈଶାନ କିଶନଙ୍କ ପରେ ୫ମ ଭାରତୀୟ ଭାବେ ସେ ଡବଲ ଟନ୍‌ ହାସଲ କରିଛନ୍ତି। ତାଙ୍କର ଏହି ଦମଦାର ବ୍ୟାଟିଂ ଯୋଗୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଛି। ଫଳରେ ପ୍ରଥମ ଦିନିକିଆକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story