ଶୁବମନ ଗିଲଙ୍କ ରେକର୍ଡ ଦ୍ୱିଶତକ, ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ

ହାଇଦ୍ରାବାଦ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗର୍ଜିଛି ଟିମ ଇଣ୍ଡିଆର ଓପନର ଶୁବମନ ଗିଲଙ୍କ ବ୍ୟାଟ। ସେ ଆରମ୍ଭରୁ ଶେଷ ଯାଏ ଏକାକୀ ଲଢ଼େଇ କରିବା ସହ ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ସେ ୫ମ ଭାରତୀୟ ଭାବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଦୁଇ ଶତକ ହାସଲ କରିଛନ୍ତି। ଗିଲ୍‌ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଦୁଇ ଶତକ ହାସଲ କରିଛନ୍ତି। ଗିଲ୍‌ ୨୩ ବର୍ଷ ୧୩୨ ଦିନ ବୟସରେ ଡବଲ ଟନ ମାରିଛନ୍ତି। […]

Gill

Gill

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 05:46 PM IST

Sports

Latest News

ହାଇଦ୍ରାବାଦ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗର୍ଜିଛି ଟିମ ଇଣ୍ଡିଆର ଓପନର ଶୁବମନ ଗିଲଙ୍କ ବ୍ୟାଟ। ସେ ଆରମ୍ଭରୁ ଶେଷ ଯାଏ ଏକାକୀ ଲଢ଼େଇ କରିବା ସହ ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ସେ ୫ମ ଭାରତୀୟ ଭାବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଦୁଇ ଶତକ ହାସଲ କରିଛନ୍ତି। ଗିଲ୍‌ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଦୁଇ ଶତକ ହାସଲ କରିଛନ୍ତି। ଗିଲ୍‌ ୨୩ ବର୍ଷ ୧୩୨ ଦିନ ବୟସରେ ଡବଲ ଟନ ମାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଈଶାନ କିଶନଙ୍କ ନାଁରେ ଥିଲା। ସେ ୨୪ ବର୍ଷ ୧୪୫ ଦିନରେ ଦୁଇ ଶତକ ହାସଲ କରିଥିଲେ।

ଶୁବମନ ଗିଲ ଆଜି ଛକା ମାରି ୧୪୫ ବଲରେ ନିଜର ପ୍ରଥମ ଦୁଇ ଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା ଓ ଈଶାନ କିଶନଙ୍କ ପରେ ୫ମ ଭାରତୀୟ ଭାବେ ସେ ଡବଲ ଟନ୍‌ ହାସଲ କରିଛନ୍ତି। ତାଙ୍କର ଏହି ଦମଦାର ବ୍ୟାଟିଂ ଯୋଗୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଛି। ଫଳରେ ପ୍ରଥମ ଦିନିକିଆକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ ମିଳିଛି। ଗିଲ୍‌ ୧୪୮ ବଲରେ ବଲରେ ୨୦୮ ରନ କରିବା ପରେ ଇନିଂସର ଶେଷ ଓଭରରେ ବଡ଼ ଶଟ ଖେଳିବାକୁ ଯାଇ ଆଉଟ ହୋଇଛନ୍ତି।

ହାଇଦ୍ରାବାଦରେ ଟସ୍‌ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଓପନର ରୋହିତ ଓ ଗିଲ୍‌ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୬୦ ଥିବା ବେଳେ ରୋହିତ ୩୪ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଈଶାନ କିଶନ ୫ ରନ କରି ପ୍ୟାଭିଲିୟନ ଫେରିଥିଲେ।

୧୧୦ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଗିଲ୍‌ ପ୍ରଥମେ ସୂର୍ଯ୍ୟ କୁମାର(୩୧)ଙ୍କ ସହ ମିଶି ସମ୍ଭାଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୭୫ ଥିବା ବେଳେ ସୂର୍ଯ୍ୟ ତାଙ୍କ ହାତ ଛାଡ଼ି ଦେଇଥିଲେ। ଏହାପରେ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ କିଛି ସମୟ ପାଇଁ ଗିଲଙ୍କ ସାଥ ଦେଇଥିଲେ। ଉଭୟ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଗିଲ୍‌ ମଧ୍ୟ ନିଜ ଦିନିକିଆ କ୍ୟାରିୟରରେ ଲଗାତର ଦ୍ୱିତୀୟ ଶତକ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଗିଲ୍‌ ୧୧୬ ରନର ଇନିଂସ ଖେଳିଥିଲେ।

ଆଜି ୮୭ ବଲରେ ଶତକ ହାସଲ କରିବା ପରେ ଗିଲ୍‌ ବିସ୍ଫୋରକ ରୂପ ଧାରଣ କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସେ ଶଟ ଖେଳିବା ବନ୍ଦ କରି ନଥିଲେ। ସେ ମିଚେଲ ବ୍ରେସୱେଲଙ୍କୁ ଛକା ମାରି ୧୨୨ ବଲରେ ୧୫୦ ରନ ପୂରଣ କରିଥିଲେ। ଏହାପରେ ବି ସେ ଅଟକି ନଥିଲେ। ବିଶେଷ କରି ୪୯ତମ ଓଭର ବୋଲିଂ କରୁଥିବା ଲକି ଫର୍ଗୁସନଙ୍କୁ କ୍ରମାଗତ ୩ଟି ଛକା ମାରି ଗିଲ୍‌ ମାତ୍ର ୧୪୫ ବଲରେ ନିଜର ଦୁଇ ଶତକ ହାସଲ କରିଥିଲେ।

ଶେଷ ଓଭରର ପ୍ରଥମ ବଲରେ ମଧ୍ୟ ସେ ଗୋଟିଏ ଛକା ମାରିଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲରେ ସେ ହେନରୀ ଶିପଲେଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୩୪୫ ରହିଥିଲା। ଶେଷ ୪ ବଲରେ କୁଲଦୀପ ଯାଦବ ଓ ମହମ୍ମଦ ଶାମି ୪ ରନ କରିବାରୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭୮ ୱିକେଟ ହରାଇ ୩୪୯ ରନ କରିଛି। ଗିଲ ତାଙ୍କ ଇନିଂସରେ ୯ଟି ଛକା ଓ ୧୯ଟି ଚୌକା ମାରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଶିପଲେ ଓ ଡାରେଲ ମିଚେଲ ୨ଟି ଲେଖାଏ ୱିକେଟ ପାଇଥିବା ବେଳେ ଫର୍ଗୁସନ, ମିଚେଲ ସାଣ୍ଟନର ଓ ବ୍ଲେୟାର ଟିକନର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story