ଶେଷ ଯାଏ ଚେଷ୍ଟା କଲେ ଅକ୍ଷର ପଟେଲ, ତଥାପି ହାରିଲା ଭାରତ

ପୁଣେ: ଅଲରାଉଣ୍ଡର ଅକ୍ଷର ପଟେଲ ଶେଷ ଯାଏ ମ୍ୟାଚ୍‌ ଜିତାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାରି ଯାଇଛି ଟିମ ଇଣ୍ଡିଆ। ଅକ୍ଷର ପଟେଲ ବିସ୍ଫୋରକ ୩୧ ବଲରେ ୬୫ ରନର ଇନିଂସ ଖେଳି ଲଢ଼େଇ କରିଥିଲେ। କିନ୍ତୁ ଶ୍ରୀଲଙ୍କା ମ୍ୟାଚ୍‌କୁ ୧୬ ରନରେ ଜିତି ସିରିଜ୍‌ ୧-୧ରେ ବରାବର କରି ଦେଇଛି। ଏବେ ଶେଷ ଟି-୨୦ ଶନିବାର ଦିନ ଖେଳାଯିବ। ଆଜିର ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ […]

axar

axar

Hemant Lenka
  • Published: Thursday, 05 January 2023
  • Updated: 05 January 2023, 10:50 PM IST

Sports

Latest News

ପୁଣେ: ଅଲରାଉଣ୍ଡର ଅକ୍ଷର ପଟେଲ ଶେଷ ଯାଏ ମ୍ୟାଚ୍‌ ଜିତାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାରି ଯାଇଛି ଟିମ ଇଣ୍ଡିଆ। ଅକ୍ଷର ପଟେଲ ବିସ୍ଫୋରକ ୩୧ ବଲରେ ୬୫ ରନର ଇନିଂସ ଖେଳି ଲଢ଼େଇ କରିଥିଲେ। କିନ୍ତୁ ଶ୍ରୀଲଙ୍କା ମ୍ୟାଚ୍‌କୁ ୧୬ ରନରେ ଜିତି ସିରିଜ୍‌ ୧-୧ରେ ବରାବର କରି ଦେଇଛି।

ଏବେ ଶେଷ ଟି-୨୦ ଶନିବାର ଦିନ ଖେଳାଯିବ। ଆଜିର ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ବିଶାଳ ୨୦୬ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦସୁନ ଶଣକା ସର୍ବାଧିକ ୨୨ ବଲରେ ୫୬ ରନର ଇନିଂସ ଖେଳିଥିଲେ।

୨୦୭ ରନର ଟାର୍ଗେଟ ପାଇଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଈଶାନ କିଶନ ୨, ଶୁବମନ ଗିଲ ୫, ଡେବ୍ୟୁଟାଣ୍ଟ ରାହୁଲ ତ୍ରିପାଠୀ ୫ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଗତ ମ୍ୟାଚ୍‌ର ହିରୋ ଦୀପକ ହୁଡ୍ଡା ମଧ୍ୟ କେବଳ ୯ ରନ କରିବା ପ୍ୟାଭିଲିୟନ ଫେରିଥିଲେ।

୫୭ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଅକ୍ଷର ପଟେଲ ଓ ସୂର୍ଯ୍ୟ କୁମାର ଯାଦବ ସମ୍ଭାଳିଥିଲେ। ବିଶେଷ କରି ଅକ୍ଷରଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ମାତ୍ର ୨୦ ବଲରେ ୫୦ ରନ କରି ଭାରତକୁ ମ୍ୟାଚ୍‌ରେ କମବ୍ୟାକ କରାଇଥିଲେ। ସୂର୍ଯ୍ୟ କୁମାର ମଧ୍ୟ ୩୬ ବଲରେ ୫୧ ରନର ଇନିଂସ ଖେଳିଥିଲେ।

ତେବେ ଦଳୀୟ ସ୍କୋର ୧୪୮ ଥିବା ବେଳେ ସୂର୍ଯ୍ୟ ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ ମାଭି କିଛି ଦର୍ଶନୀୟ ଶଟ ଖେଳିଥିଲେ। ସେ ୧୫ ବଲରେ ୨୬ ରନ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଭାରତକୁ ଶେଷ ଓଭରରେ ଜିତିବା ପାଇଁ ୨୧ ରନ ଦରକାର ଥିବା ବେଳେ ଅକ୍ଷର ପଟେଲ ୩ୟ ବଲରେ ଆଉଟ ହୋଇଯାଇଥିଲେ।

ଆଉଟ ହେବା ପୂର୍ବରୁ ସେ ୩୧ ବଲର ସାମ୍ନା କରି ୩ଟି ଚୌକା ଓ ୬ଟି ଛକା ବଳରେ ୬୫ ରନର ଇନିଂସ ଖେଳିଥିଲେ। ଶିବମ ମାଭି ମଧ୍ୟ ଇନିଂସର ଶେଷ ବଲରେ ୨୬ ରନ କରି ଆଉଟ ହୋଇଯିବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା। ମାଭି ୧୫ ବଲରେ ୨ଟି ଛକା ଓ ୨ଟି ଚୌକା ମାରି ୨୬ ରନ କରିଥିଲେ।

ଶ୍ରୀଲଙ୍କା ଏହି ମ୍ୟାଚ୍‌କୁ ୧୬ ରନରେ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ ଭାରତ ୨ ରନରେ ଜିତିଥିଲା। ଏବେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆସନ୍ତା ଶନିବାର ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story