କୋଲକାତା: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବି ଟସ୍ ଜିତିଛି ଶ୍ରୀଲଙ୍କା। ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଜିର ମ୍ୟାଚ୍ରେ ଶଣକା ପ୍ରଥମେ ବ୍ୟାଟିଂ କରିବେ ବୋଲି କହିଛନ୍ତି।
ଇଡେନ ଗାର୍ଡେନ ବ୍ୟାଟରଙ୍କୁ ସୁହାଉଥିବାରୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ୍ ଭାରତ ଅପେକ୍ଷା ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଦଳ ପ୍ରଥମ ଦିନିକିଆରେ ହାରି ଯାଇଥିଲା। ଆଜି ମ୍ୟାଚ୍ ହାରିଲେ ଭାରତ ଗୋଟିଏ ଦିନିକିଆ ପୂର୍ବରୁ ହିଁ ସିରିଜ କବଜା କରିନେବ।
ତେଣୁ ଶ୍ରୀଲଙ୍କା ଆଜିର ମ୍ୟାଚ୍ ଜିତି କମବ୍ୟାକ ମୁଡରେ ରହିଛି। ଶ୍ରୀଲଙ୍କା ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ଆହତ ଯୋଗୁ ଓପନର ପଥୁନ ନିଶାଙ୍କା ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଆଜି ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଛନ୍ତି ନୁୱାନିନ୍ଦୁ ଫର୍ଣ୍ଣାଣ୍ଡୋ। ସେହିପରି ଦିଲସାନ ମଦୁଶଣକାଙ୍କ ବଦଳରେ ଲାହିରୁ କୁମାରାଙ୍କୁ ସୁଯୋଗ ମିଳିଛି। ସମ୍ଭବତଃ ଶ୍ରୀଲଙ୍କା ପାଇଁ ଆଜି ପର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ ଇନିଂସ ଆରମ୍ଭ କରିବେ।
Sri Lanka have won the toss and elect to bat first in the 2nd ODI at Kolkata.
A look at our Playing XI for the game.
Live - https://t.co/jm3ulz5Yr1 #INDvSL @mastercardindia pic.twitter.com/DKNDtd6rYT
— BCCI (@BCCI) January 12, 2023
ଅନ୍ୟପକ୍ଷରେ ଟସ୍ ହାରି ଖୁସି ଥିବା କହିଛନ୍ତି ରୋହିତ ଶର୍ମା। ସେ କହିଛନ୍ତି ଯେ ଗତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବାରୁ ଆଜି ମଧ୍ୟ ସେମିତି ଆଶା ଥିଲା। ତେବେ ପିଚ୍ ଭଲ ଥିବାରୁ ଆମେ ଚେଜ୍ କରିବାକୁ ମଧ୍ୟ ଇଚ୍ଛା ରଖିଥିଲୁ। ଏହି ଦ୍ୱନ୍ଦ୍ୱ ଭିତରେ ଟସ୍ ହାରିବା ଗୋଟିଏ ଭଲ କଥା ବୋଲି ସେ କହିଛନ୍ତି।
ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ୟୁଜି ଚହଲ ସାମାନ୍ୟ ଫିଟ ନଥିବାରୁ କୁଲଦୀପ ଯାଦବଙ୍କୁ ଆଜି ସୁଯୋଗ ମିଳିଛି। ଏହାର ଅର୍ଥ ଆଜି ବି ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ମିଳିନି। ୪ନଂରେ ପୂର୍ବଭଳି ଶ୍ରେୟସ ଆୟର ବ୍ୟାଟିଂ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।