ବିପର୍ଯ୍ୟୟ: ଶ୍ରୀଲଙ୍କା ବିପକ୍ଷରେ ୮୧ ରନ୍‌ ଅଟକିଲା ଭାରତ

କଲମ୍ବୋ: ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆର ସ୍ଥିତି ଏପରି ହୋଇଛି ଯେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯୦ ରନ୍‌ କରିବାକୁ ମଧ୍ୟ ସକ୍ଷମ ହୋଇନାହିଁ। ଦଳ ୮ ୱିକେଟ୍‌ ହରାଇ ମାତ୍ର ୮୧ ରନ୍‌ କରିବାରୁ ଶ୍ରୀଲଙ୍କା ଆଗରେ ସିରିଜ୍‌ ଜିତିବା ପାଇଁ ମାତ୍ର ୮୨ ରନ୍‌ର ଟାର୍ଗେଟ ରହିଛି। ଏହା ଭାରତର ତୃତୀୟ ସର୍ବନିମ୍ନ ଟି-୨୦ ସ୍କୋର। ୩ ବର୍ଷ ପରେ ଗତାକାଲି […]

Srilanka

Srilanka

Hemant Lenka
  • Published: Thursday, 29 July 2021
  • Updated: 30 July 2021, 09:55 AM IST

Sports

Latest News

କଲମ୍ବୋ: ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆର ସ୍ଥିତି ଏପରି ହୋଇଛି ଯେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯୦ ରନ୍‌ କରିବାକୁ ମଧ୍ୟ ସକ୍ଷମ ହୋଇନାହିଁ। ଦଳ ୮ ୱିକେଟ୍‌ ହରାଇ ମାତ୍ର ୮୧ ରନ୍‌ କରିବାରୁ ଶ୍ରୀଲଙ୍କା ଆଗରେ ସିରିଜ୍‌ ଜିତିବା ପାଇଁ ମାତ୍ର ୮୨ ରନ୍‌ର ଟାର୍ଗେଟ ରହିଛି। ଏହା ଭାରତର ତୃତୀୟ ସର୍ବନିମ୍ନ ଟି-୨୦ ସ୍କୋର।

୩ ବର୍ଷ ପରେ ଗତାକାଲି ଭାରତ ବିପକ୍ଷରେ ମ୍ୟାଚ୍‌ ଜିତିଥିବା ଶ୍ରୀଲଙ୍କା ପାଖରେ ଏବେ ଦୀର୍ଘ ବର୍ଷ ପରେ କୌଣସି ଟି-୨୦ ସିରିଜ୍‌ ଜିତିବାର ସୁଯୋଗ ରହିଛି। ଭାରତୀୟ ବ୍ୟାଟିଂ ଲାଇନ ଅପ୍‌କୁ ଛିନଛତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଶ୍ରୀଲଙ୍କାର ଲେଗ ସ୍ପିନର ୱାନିନ୍ଦୁ ହସରଙ୍ଗା। ସେ ୪ ଓଭରରେ ୯ ରନ୍ ଦେଇ ୪ ଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଆଜିର ସିରିଜ୍ ନିର୍ଣ୍ଣାୟକ ମ୍ୟାଚରେ ଭାରତର ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରଥମ ଓଭର୍‌ରେ ହିଁ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମୀରା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ସେ ଇନଫର୍ମ ଶିଖର ଧୱନଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଦେଇଥିଲେ।

ଋତୁରାଜ ଗାଏକ୍ୱାଡ(୧୪) ଓ ଦେବଦତ୍ତ ପାଡିକଲ(୯) ବେଶୀ କିଛି କରିପାରି ନଥିଲେ। ଏମାନଙ୍କ ୱିକେଟ ଯଥାକ୍ରମେ ହସରଙ୍ଗା ଓ ଆର ମେଣ୍ଡିସଙ୍କ ଖାତାକୁ ଯାଇଥିଲା। ସଞ୍ଜୁ ସାମସନ ଖାତା ଖୋଲିବା ପୂର୍ବରୁ ପୁଣିଥରେ ହସରଙ୍ଗାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ନୀତୀଶ ରାଣାଙ୍କ ପାଖରେ ବଡ଼ ଇନିଂସ ଖେଳିବାର ସୁଯୋଗ ଥିଲେ ମଧ୍ୟ ସେ ସମସ୍ତଙ୍କୁ ନିରାଶ କରିଛନ୍ତି। ରାଣା ୬ ରନ୍‌ କରି ଶ୍ରୀଲଙ୍କାର ଅଧିନାୟକ ଦସୁନ ଶନାକାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଭାରତ ୩୬ ରନ୍‌ରେ ୫ଟି ୱିକେଟ ହରାଇ ସଂଘର୍ଷ କରିବା ଆରମ୍ଭ କରିଥିଲା।

ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ହସରଙ୍ଗା ଏହା କରିବାକୁ ଦେଇ ନଥିଲେ। ସେ ୧୬ ରନ୍‌ କରିଥିବା ଭୁବନେଶ୍ୱର କୁମାରଙ୍କୁ ଆଉଟ କରି ଭାରତର ସବୁ ଆଶାରେ ପାଣି ପକାଇଥିଲେ। ରାହୁଲ ଚହର(୫)ଙ୍କ ୱିକେଟ ଶନାକା ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ(୦)ଙ୍କ ୱିକେଟ ହସରଙ୍ଗାଙ୍କ ଖାତାକୁ ଯାଇଥିଲା। ଏହି ୱିକେଟ ସହ ସେ ମ୍ୟାଚ୍‌ରେ ନିଜର ୪ର୍ଥ ଶିକାର କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୨୩ ରନ୍‌ ଅପରାଜିତ ଇନିଂସ ଖେଳିଛନ୍ତି। ସେହିପରି ଚେତନ ସାକାରିୟା ମଧ୍ୟ ଶେଷ ଯାଏ ୫ ରନ୍‌ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ହସରାଙ୍ଗା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶନାକା ୨ଟି, ରମେଶ ମେଣ୍ଡିସ ଓ ଚାମୀରା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story