ଲାଇଭ୍‌ ମ୍ୟାଚ୍‌ ବେଳେ ବ୍ରିଟିଶ କମେଣ୍ଟେଟରଙ୍କୁ 'କୋହିନୂର ହୀରା' ମାଗିଲେ ଗାଭାସ୍କର

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (IPL)ରେ ଉଠିଲା ଦୁର୍ଲଭ ହୀରା କୋହିନୂର କଥା। ଲାଇଭ୍‌ ମ୍ୟାଚ୍‌ ବେଳେ କୋହିନୂର ଫେରାଇବାକୁ କହିଲେ କମେଣ୍ଟେଟର। ବ୍ରିଟିଶ କମେଣ୍ଟେଟରଙ୍କୁ ‘ଆମ କୋହିନୂର ଫେରାଇ ଦିଅନ୍ତୁ ବୋଲି କହିଲେ ଭାରତୀୟ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର। ଗତକାଲି ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜଏଣ୍ଟ ମଧ୍ୟରେ ଚାଲିଥିବା ଲାଇଭ୍‌ ମ୍ୟାଚ୍‌ ବେଳେ ଏଭଳି କିଛି ଶୁଣିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ରାଜସ୍ଥାନ ରୟାଲ୍ସ […]

Sunil Gavaskar on Kohinoor

Sunil Gavaskar on Kohinoor

Madhupriya Mistry
  • Published: Monday, 11 April 2022
  • Updated: 11 April 2022, 04:13 PM IST

Sports

Latest News

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (IPL)ରେ ଉଠିଲା ଦୁର୍ଲଭ ହୀରା କୋହିନୂର କଥା। ଲାଇଭ୍‌ ମ୍ୟାଚ୍‌ ବେଳେ କୋହିନୂର ଫେରାଇବାକୁ କହିଲେ କମେଣ୍ଟେଟର। ବ୍ରିଟିଶ କମେଣ୍ଟେଟରଙ୍କୁ 'ଆମ କୋହିନୂର ଫେରାଇ ଦିଅନ୍ତୁ ବୋଲି କହିଲେ ଭାରତୀୟ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର। ଗତକାଲି ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜଏଣ୍ଟ ମଧ୍ୟରେ ଚାଲିଥିବା ଲାଇଭ୍‌ ମ୍ୟାଚ୍‌ ବେଳେ ଏଭଳି କିଛି ଶୁଣିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜଏଣ୍ଟ ଗତକାଲି ମୁହାଁମୁହିଁ ହୋଇଥିଲେ। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍‌ ବେଳେ ଭାରତୀୟ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କମେଣ୍ଟ୍ରି କରି ବ୍ରିଟିଶ୍‌ କମେଣ୍ଟେଟରଙ୍କ ସାମ୍ନାରେ କୋହିନୂର କଥା ଉଠାଇଥିଲେ।

ସୁନୀଲ ଗାଭାସ୍କର ତାଙ୍କ ସାଥୀ କମେଣ୍ଟେଟର ଏଲେନ୍ ୱିଲକିନ୍ସଙ୍କୁ କହିଥିଲେ, 'ଯଦି ବ୍ରିଟିଶ ସରକାରରେ ତାଙ୍କର କୌଣସି ଜୁଗାଡ୍ ଅଛି, ତେବେ ଆମର କୋହିନୂର ଆମ ପାଖକୁ ପୁଣି ଥରେ ଫେରି ଆସିପାରିବ କି? ତୁମ ସରକାରଙ୍କୁ କହି ଆମ କୋହିନୂର ଫେରାଇ ଦିଅ।' ଏହାପରେ ଦୁହେଁ ହସିଥିଲେ।

ଯେତେବେଳେ ରାଜସ୍ଥାନ ରୟାଲ୍ସର ଦଳ ବ୍ୟାଟିଂ କରୁଥିଲେ, ସେତେବେଳେ ସ୍କ୍ରିନ୍‌ରେ ମୁମ୍ବାଇ ମେରାଇନ୍ ଡ୍ରାଇଭ୍‌ର ଦୃଶ୍ୟ ରଖାଯାଇଥିଲା। ମେରାଇନ୍‌ ଡ୍ରାଇଭ୍‌କୁ 'କୁଇନ୍‌ ଅଫ୍‌ ନେକ୍‌ଲେସ୍‌' କୁହାଯାଏ ବୋଲି ଗାଭାସ୍କର ଏଲେନ୍‌ଙ୍କୁ କହିଥିଲେ। ଆମେ ଏବେ ବି କୋହିନୂର ହୀର ଅପେକ୍ଷାରେ ଅଛୁ। ଯଦି ଆପଣଙ୍କ ବ୍ରିଟିଶ ସରକାରଙ୍କ କିଏ ଚିହ୍ନା ପରିଚୟ ଥାଆନ୍ତି ତେବେ ତାଙ୍କ ଜରିଆରେ ଆମକୁ ଆମର କୋହିନୂର ଫେରାଇ ଦିଅନ୍ତୁ ବୋଲି ଗାଭାସ୍କର ଏଲେନ୍‌ଙ୍କୁ କହିଥିଲେ।

https://twitter.com/MohitDinodia/status/1513166089475465223?s=20&t=7pT3QBIn2m9J2RagqNVMEQ

ଏଲେନ୍ ୱିଲକିନ୍ସ ବିଶ୍ୱର ସବୁଠାରୁ ମହାନ୍‌ ସ୍ପୋର୍ଟସ୍‌ କମେଣ୍ଟେଟରଙ୍କ ମଧ୍ୟରୁ ଜଣେ। ସେ ଲଗାତର ଆଇପିଏଲ୍‌ରେ ଭାଗ ନିଅନ୍ତି ଏଥିସହ ଅନ୍ୟ ବଡ ବଡ ଇଭେଣ୍ଟରେ ମଧ୍ୟ ନଜର ଆସିଛନ୍ତି। ଏଲେନ୍ ୱିଲକିନ୍ସ ଜଣେ ବ୍ରିଟିଶ ନାଗରିକ । ସେ ୧୦୦ରୁ ଅଧିକ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳି ସାରିଛନ୍ତି।

ସୂଚନା ମୁତାବକ, ଗତକାଲିର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଥିଲା ରାଜସ୍ଥାନ ରୟାଲ୍ସ। ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ୩ ରନ୍‌ରେ ହରାଇ ତୃତୀୟ ବିଜୟ ହାସଲ କରିଥିଲା ଦଳ। ଶେଷ ଓଭରରେ ୧୫ ରନ୍‌ ଦରକାର ଥିବା ବେଳେ ଲକ୍ଷ୍ନୌ କେବଳ ୧୧ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ରହାଇ ୧୬୫ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story