ଇଣ୍ଡିଜ ବିପକ୍ଷରେ ଶିଖର ସେନାର ରୋମାଞ୍ଚକ ବିଜୟ

ପୋର୍ଟ ଅଫ ସ୍ପେନ: ରୋମାଞ୍ଚକ ବିଜୟରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜ୍‌ ଖେଳୁଥିବା ଶିଖର ଧୱନ୍ତଙ୍କ ଟିମ୍‌ ଇଣ୍ଡିଆ ୩ ରନ୍‌ରେ ଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇ ଯାଇଛି। ଅଧିନାୟକ ଶିଖର ଧୱନ, ଓପନର ଶୁବମନ ଗିଲ ଓ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍‌ […]

Team-India

Team-India

Hemant Lenka
  • Published: Saturday, 23 July 2022
  • Updated: 23 July 2022, 07:32 AM IST

Sports

Latest News

ପୋର୍ଟ ଅଫ ସ୍ପେନ: ରୋମାଞ୍ଚକ ବିଜୟରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜ୍‌ ଖେଳୁଥିବା ଶିଖର ଧୱନ୍ତଙ୍କ ଟିମ୍‌ ଇଣ୍ଡିଆ ୩ ରନ୍‌ରେ ଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇ ଯାଇଛି।

ଅଧିନାୟକ ଶିଖର ଧୱନ, ଓପନର ଶୁବମନ ଗିଲ ଓ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୦୮ ରନ କରିଥିଲା। ଏହାର ଜବାବରେ ଘରୋଇ ଇଣ୍ଡିଜ୍‌ ଟିମ୍‌ ୬ ୱିକେଟ ହରାଇ ୩୦୫ ରନ କରିବାକୁ ସକ୍ଷମ ହୋଇଛି।

ଶେଷ ଓଭର୍‌ରେ ଇଣ୍ଡିଜ୍‌ ଟିମ୍‌କୁ ଜିତିବା ପାଇଁ ୧୫ ରନ ଦରକାର ଥିବା ବେଳ ମହମ୍ମଦ ସିରାଜ କେବଳ ୧୧ ରନ ଦେଇଥିଲେ। ୯୯ ବଲରେ ୯୭ ରନ ରନ ଇନିଂସ ଖେଳିଥିବା ଶିଖର ଧୱନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ପୋର୍ଟ ଅଫ ସ୍ପେନରେ ଟସ୍‌ ଜିତି ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୂରନ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ତେବେ ଭାରତ ପାଇଁ ଧୱନ ଓ ଗିଲ୍‌ ଯୋଡ଼ି ଦମଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୧୯ ଯୋଡ଼ି ଭଲ ମୂଳଦୁଆ ପକାଇଥିଲେ। ଗିଲ୍‌ ୬୪ ରନ କରି ରନ ଆଉଟ ହେବା ପରେ ଧୱନଙ୍କ ସହ ମିଶି ଶ୍ରେୟସ ଆୟର ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ।

ଏହି ସମୟରେ ଉଭୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଧୱନ ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଗୁଡାକେଶ ମୋତି ଆଉଟ କରି ଦେଇଥିଲେ। ଶ୍ରେୟସ ମଧ୍ୟ ୫୪ ରନ କରି ମୋତିଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଟପ ଅର୍ଡର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମଧ୍ୟକ୍ରମରେ ସୂର୍ଯ୍ୟ କୁମାର ଯାଦବ(୧୩) ଓ ସଞ୍ଜୁ ସାମାସନ(୧୨) ଶସ୍ତାରେ ଆଉଟ ହୋଇଥିଲେ। ଶେଷ ଭାଗରେ ଦୀପକ ହୁଡ୍ଡା(୨୭), ଅକ୍ଷର ପଟେଲ(୨୧), ଶାର୍ଦ୍ଦୁଲ ଠାକୁର ଅପରାଜିତ ୭ ରନ୍ କରିବାରୁ ଭାରତ ୩୦୮ ରନ କରିବାକୁ ସକ୍ଷମ ହୋଇଥିଲା।

ଇଣ୍ଡିଜ ପକ୍ଷରୁ ମୋତି ଓ ଆଲଜରି ଯୋଶେଫ ୨ଟି ଲେଖାଏ ସଫଳତା ପାଇଥିବା ବେଳେ ରୋମାରିଓ ଶେଫର୍ଡ ଓ ଅକିଲ ହୋସେନ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

୩୦୯ ରନର ଟାର୍ଗେଟ ପାଇଥିବା ଘରୋଇ ଟିମ୍‌ ୧୬ ରନ୍‌ରେ ଶାଇ ହୋପ(୭)ଙ୍କୁ ହରାଇ ଥିଲା। ତାଙ୍କ ୱିକେଟ ମହମ୍ମଦ ସିରାଚ ନେଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ କାଇଲ ମାୟର୍ସ(୭୫) ଓ ଶମରହ ବ୍ରୁକ୍ସ(୪୬) ଦମଦମାର ବ୍ୟାଟିଂ କରିଥିଲେ। ଉଭୟ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ୧୩୩ରେ ପହଞ୍ଚାଇ ଦେଇଥିଲେ। ଏହି ଯୋଡ଼ିକୁ କିନ୍ତୁ ଶାର୍ଦ୍ଦୁଲ ଠାକୁର ଭାଙ୍ଗି ଥିଲେ। ସେ ପ୍ରଥମେ ବ୍ରୁକ୍ସ ଓ ପରେ ମାୟର୍ସଙ୍କୁ ଆଉଟ କରି ଭାରତକୁ ମ୍ୟାଚ୍‌ରେ କମବ୍ୟାକ କରାଇଥିଲେ।

୧୩୮ ରନ୍‌ରେ ୩ ୱିକେଟ ହରାଇଥିବା ଇଣ୍ଡିଜ୍‌ ପୁଣି ଗୋଟିଏ ଅର୍ଦ୍ଧଶତକ ଭାଗିଦାରୀ କରିଥିଲା। ବ୍ରେଣ୍ଡନ କିଙ୍ଗ(୫୪) ଓ ଅଧିନାୟକ ନିକୋଲସ ପୂରନ(୨୫) ଭାରତ ହାତରୁ ମ୍ୟାଚ ଛଡ଼ାଇ ନେବାକୁ ବସିଥିଲେ। କିନ୍ତୁ ଠିକଣା ସମୟରେ ମହମ୍ମଦ ସିରାଜ ୨୫ ରନ କରିଥିବା ପୂରନଙ୍କୁ ଆଉଟ କରି ଦେଇଥିଲେ। ସେହିପରି କିଙ୍ଗ ସ୍ପିନର ୟୁଜବେନ୍ଦର ଚହଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ରୋଭମନ ପାୱେଲ(୬) ସମସ୍ତଙ୍କୁ ନିରାଶ କରିଥିଲେ। ତାଙ୍କ ୱିକେଟ ଚହଲଙ୍କ ଖାତାକୁ ଯାଇଛି।

ଶେଷ ଭାଗରେ ଅକିଲ ହୋସେନ ଓ ରୋମାରିଓ ଶେଫର୍ଡ ଚମତ୍କାର ବ୍ୟାଟିଂ କରିଥିଲେ। ହୋସେନ ୩୨ ବଲରେ ୩୨ ଓ ଶେଫର୍ଡ ୨୫ ବଲରେ ୩୯ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ ମଧ୍ୟ ଇଣ୍ଡିଜ୍‌ ଟିମ୍‌ ପାଇଁ ବିଜୟ ମୁଣ୍ଡି ମାରି ପାରି ନଥିଲେ। ଶେଷ ଓଭର ବୋଲିଂ କରିବାକୁ ଆସିଥିବା ସିରାଜ ନିଜର ଦକ୍ଷତା ପ୍ରଦର୍ଶନ କରି ୧୧ ରନ ଦେବାକୁ ଇଣ୍ଡିଜ ଟିମ୍‌ ୩ ରନରେ ମ୍ୟାଚ୍‌ ହାରିଥିଲା।

ଭାରତ ପକ୍ଷରୁ ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ଚହଲ ୨ଟି ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story