ବିବାଦ କାରଣରୁ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ? କିଏ କହିଲେ ଏମିତି କଥା

ଇସଲାମାବାଦ: ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ରୋହିତ ଶର୍ମା ଦଳର ଅଧିନାୟକ ପଦ ସମ୍ଭାଳିବା ସହ କେଏଲ ରାହୁଲ ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ତେବେ ବିରାଟ କୋହଲି ଟ-୨୦ ଅଧିନାୟକ ପଦ ଛାଡ଼ିବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ମୁସ୍ତାକ ଅହମଦ। ସେ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଚାଲିଥିବା ବିବାଦ ଯୋଗୁ ବିରାଟ ପଦ ଛାଡ଼ିଥିବା କଥା […]

Virat

Virat

Hemant Lenka
  • Published: Wednesday, 10 November 2021
  • Updated: 10 November 2021, 09:22 AM IST

Sports

Latest News

ଇସଲାମାବାଦ: ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ରୋହିତ ଶର୍ମା ଦଳର ଅଧିନାୟକ ପଦ ସମ୍ଭାଳିବା ସହ କେଏଲ ରାହୁଲ ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ତେବେ ବିରାଟ କୋହଲି ଟ-୨୦ ଅଧିନାୟକ ପଦ ଛାଡ଼ିବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ମୁସ୍ତାକ ଅହମଦ। ସେ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଚାଲିଥିବା ବିବାଦ ଯୋଗୁ ବିରାଟ ପଦ ଛାଡ଼ିଥିବା କଥା କହିଛନ୍ତି।

ମୁସ୍ତାକ କହିଛନ୍ତି, “ଯେତେବେଳେ ଜଣେ ସଫଳ ଅଧିନାୟକ ପଦ ଛାଡ଼ିବା କଥା ଘୋଷଣା କରନ୍ତି ସେତେବେଳେ ଡ୍ରେସିଂ ରୁମରେ ସବୁ କିଛି ଠିକ୍‌ ଠାକ ନାହିଁ ବୋଲି ଆମକୁ ଭାବିବାକୁ ପଡ଼ିବ। ବର୍ତ୍ତମାନ ମୁଁ ଭାରତୀୟ ଡ୍ରେସିଂ ରୁମରେ ଦୁଇଟି ଗ୍ରୁପ୍‌ ରହିଥିବା ଦେଖିବାକୁ ପାଇଛି। ଗୋଟିଏ ମୁମ୍ବାଇ ଓ ଆଉ ଗୋଟିଏ ଦିଲ୍ଲୀ ଗ୍ରୁପ। ଏହି କାରଣରୁ ବିରାଟ ହଠାତ୍‌ ବିଶ୍ୱକପ ପୂର୍ବରୁ ଅଧିନାୟକ ପଦ ଛାଡ଼ିବା କଥା ଘୋଷଣା କରିଛନ୍ତି।”

ବିରାଟ କୋହଲି ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ହିଁ ଟୁର୍ଣ୍ଣାମେଣ୍ଟ ପରେ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ। ସୋମବାର ନାମିବ୍ୟା ବିପକ୍ଷ ମ୍ୟାଚ୍‌ରେ ସେ ଶେଷଥର ପାଇଁ ଟି-୨୦ରେ ଭାରତର ଅଧିନାୟିକତ୍ୱ କରିଥିଲେ। ଏବେ ମୁସ୍ତାକ କହିଛନ୍ତି ଯେ ବିରାଟ ଖୁବଶୀଘ୍ର ଟି-୨୦ ଅନ୍ତର୍ଜାତୀୟରୁ ମଧ୍ୟ ଅବସର ନେଇ ଯାଇପାରନ୍ତି।

ସେ କହିଛନ୍ତି, “ମୋତେ ଲାଗୁଛି ବିରାଟ କୋହଲି ଖୁବଶୀଘ୍ର ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିବେ। କିନ୍ତୁ ସେ ଆଇପିଏଲରେ ଖେଳିବେ। ଭାରତ ପାଇଁ ଟି-୨୦ ଖେଳିବାକୁ ତାଙ୍କର ଇଚ୍ଛା ନାହିଁ ବୋଲି ମୁଁ ଭାବୁଛି। ଭାରତୀୟ ଟିମ ଆଇପିଏଲ ପାଇଁ ଚଳିତ ବିଶ୍ୱକପରେ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଧାରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲା।

ଭାରତୀୟ ଖେଳାଳିମାନେ ଦୀର୍ଘ ଦିନ ଧରି କରୋନା କାରଣୁ ଜୈବ ବଳୟ ମଧ୍ୟରେ ରହିଥିଲେ। ଏହାପରେ ସେମାନେ ବିଶ୍ୱକପକୁ ଆସି ପୁଣି ବାୟୋବବଲ୍ସରେ ରହିଥିଲେ। ଏହାଦ୍ୱାରା ଖେଳାଳିଙ୍କ ମାନସିକ ସନ୍ତୁଳନ ଠିକ ରହିଲା ନାହିଁ। ଏହାର ପ୍ରଭାବ ମ୍ୟାଚ୍‌ରେ ମଧ୍ୟ ଦେଖିବାକୁ ମିଳିଲା।”

ମୁସ୍ତାକଙ୍କ ଏହି ବାୟୋ ବବଲ୍ସ ସମସ୍ୟା ସହ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ ମଧ୍ୟ ଏକମତ ହୋଇଛନ୍ତି। ଏହାପୂର୍ବରୁ ଭାରତର ବିଶ୍ୱକପ ପ୍ରଦର୍ଶନ ଉପରେ ବାୟୋ ବବଲ୍ସ ପ୍ରଭାବ ପକାଇଥିବା ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story