ଜ୍ୟାକବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଏହିସବୁ କ୍ରିକେଟର

ବଡ଼ଦୋରା: ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନ୍‌ ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ସହାୟତାର ହାତ ବଢ଼ାଇଛନ୍ତି ଦେଶର ଅନେକ ଜଣାଶୁଣା କ୍ରିକେଟ୍ ଖେଳାଳି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ୟୁସୁଫ ପଠାନ, ଜାହିର ଖାନ୍ ଓ ଆଶିଷ ନେହରା ପ୍ରମୁଖ। ସେହିପରି ବଡ଼ୋଦରାର କ୍ରିକେଟ୍‌ ଖେଳାଳିମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ […]

jacob

jacob

Jitendra Garnayak
  • Published: Tuesday, 22 January 2019
  • Updated: 22 January 2019, 10:19 AM IST

Sports

Latest News

ବଡ଼ଦୋରା: ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନ୍‌ ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ସହାୟତାର ହାତ ବଢ଼ାଇଛନ୍ତି ଦେଶର ଅନେକ ଜଣାଶୁଣା କ୍ରିକେଟ୍ ଖେଳାଳି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ୟୁସୁଫ ପଠାନ, ଜାହିର ଖାନ୍ ଓ ଆଶିଷ ନେହରା ପ୍ରମୁଖ। ସେହିପରି ବଡ଼ୋଦରାର କ୍ରିକେଟ୍‌ ଖେଳାଳିମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଜ୍ୟାକବ୍‌ଙ୍କ ପତ୍ନୀ ଖ୍ୟାତି କହିଛନ୍ତି ଯେ, ସୌରଭ ଗାଙ୍ଗୁଲି ତାଙ୍କୁ ଫୋନ୍ କରିଥିଲେ ଓ ସହାୟତା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ବିସିସିଆଇ ଓ ବଡ଼ଦୋରା କ୍ରିକେଟ୍ ସଂଘ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏବେ ଆମ ପରିବାର ଟିକେ ଆଶ୍ୱସ୍ତ ହୋଇଛି।

ସେହିପରି ବିସିସିଆଇର ପୂର୍ବତନ ସଚିବ ସଞ୍ଜୟ ପଟେଲ କହିଛନ୍ତି, ୟୁସୁଫ ପଠାନଙ୍କଠାରୁ ଆରମ୍ଭ କରି ଜାହିର ଖାନ୍ ଓ ଆଶିଷ ନେହରା ଏବଂ ଆହୁରି ଅନେକ କ୍ରିକେଟ୍ ଖେଳାଳି ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବଡ଼ଦୋରାର ସମସ୍ତ କ୍ରିକେଟ୍ ଖେଳାଳି ମଧ୍ୟ ସାହାଯ୍ୟ କରିବେ ବୋଲି କହିଛନ୍ତି।

କ୍ରୁନାଲ୍ ପାଣ୍ଡ୍ୟା ଏକ ବ୍ଲାଙ୍କ୍ ଚେକ୍ ଦେଇଥିବା ଜଣାପଡ଼ିଛି।

ବିସିସିଆଇ ପକ୍ଷରୁ ଜ୍ୟାକବଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି।

ଗତ ଡିସେମ୍ବର ୨୮ ତାରିଖରେ ଜ୍ୟାକବ୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ବାଇକ୍‌ରେ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଏଥିରେ ତାଙ୍କର ଫୁସ୍‌ଫୁସ୍ ଓ ଲିଭର (ଯକୃତ) କ୍ଷତିଗ୍ରସ୍ତ ହୋଇଛି। ତାଙ୍କୁ ବଡ଼ୋଦରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଜ୍ୟାକବ୍‌ ଭାରତ ପକ୍ଷରୁ ୧୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିଲେ। ସେତେବେଳେ ସୌରଭ ଗାଙ୍ଗୁଲି ଭାରତର ଅଧିନାୟକ ଥିଲେ। ଜ୍ୟାକବ୍‌ଙ୍କ ନେତୃତ୍ୱରେ ୨୦୦୦-୨୦୦୧ ସିଜିନ୍‌ରେ ବଡ଼ୋଦରା ରଣଜୀ ଟ୍ରଫି ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story