ରାଜକୋଟ ଟି-୨୦ ଉପରେ 'ମହା'ଭୟ

ରାଜକୋଟ୍‌: ଭାରତ ଓ ବାଂଲାଦେଶ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ଭୟଙ୍କର ପ୍ରଦୂଷଣ କାରଣରୁ ବିପଦରେ ଥିଲା, କିନ୍ତୁ ମ୍ୟାଚ୍ ବିନା କୌଣସି ସମସ୍ୟାରେ ସମ୍ପନ୍ନ ହୋଇଛି। ଏବେ ଉଭୟ ଟିମ୍ ରାଜକୋଟରେ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବ, କିନ୍ତୁ ଏହି ମ୍ୟାଚ୍ ଉପରେ ମଧ୍ୟ ‘ମହା’ ଘୂର୍ଣ୍ଣିବାତ୍ୟାର ବିପଦ ଘନେଇଛି। ଏହି ମ୍ୟାଚ୍ ଗୁରୁବାର ଖେଳାଯିବ। ଭାରତୀୟ ପାଣିପାଗ ଅନୁଯାୟୀ, ଘୂର୍ଣ୍ଣିବାତ୍ୟା ‘ମହା’ ନଭେମ୍ବର ୬ ତାରିଖରେ ଗୁଜରାଟ ଉପକୂଳ […]

cyclone

cyclone

Ranjit Kumar Jena
  • Published: Monday, 04 November 2019
  • Updated: 04 November 2019, 08:45 PM IST

Sports

Latest News

ରାଜକୋଟ୍‌: ଭାରତ ଓ ବାଂଲାଦେଶ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ଭୟଙ୍କର ପ୍ରଦୂଷଣ କାରଣରୁ ବିପଦରେ ଥିଲା, କିନ୍ତୁ ମ୍ୟାଚ୍ ବିନା କୌଣସି ସମସ୍ୟାରେ ସମ୍ପନ୍ନ ହୋଇଛି। ଏବେ ଉଭୟ ଟିମ୍ ରାଜକୋଟରେ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବ, କିନ୍ତୁ ଏହି ମ୍ୟାଚ୍ ଉପରେ ମଧ୍ୟ 'ମହା' ଘୂର୍ଣ୍ଣିବାତ୍ୟାର ବିପଦ ଘନେଇଛି। ଏହି ମ୍ୟାଚ୍ ଗୁରୁବାର ଖେଳାଯିବ। ଭାରତୀୟ ପାଣିପାଗ ଅନୁଯାୟୀ, ଘୂର୍ଣ୍ଣିବାତ୍ୟା 'ମହା' ନଭେମ୍ବର ୬ ତାରିଖରେ ଗୁଜରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବରେ ୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିବାତ୍ୟା ୫ ତାରିଖ ପର୍ଯ୍ୟନ୍ତ ଅଧିକ ହେବାର ଆଶଙ୍କା ରହିଛି ଏବଂ ଏହା ପରେ କ୍ରମଶ କମିବାରେ ଲାଗିବ।

ବର୍ତ୍ତମାନ ଘୂର୍ଣ୍ଣିବାତ୍ୟା ଗୁଜରାଟ ଉପକୂଳ ଠାରୁ ୬୦୦ କିଲୋମିଟର ଦୂରରେ ଅବସ୍ଥିତ ଆରବ ସାଗରେ ଅଛି। ଗତ ୫ ଦିନ ହେବ ଏହା କେରଳ ଉପକୂଳ ନିକଟସ୍ଥ ଉତ୍ତର-ପଶ୍ଚିମ ଅଭିମୁଖେ ଅଗ୍ରସର ହେଉଥିଲା, କିନ୍ତୁ ମଙ୍ଗଳବାର ଏହା ଗୁଜରାଟ ଆଡ଼କୁ ଆସିପାରେ। ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି, ଏହି ଘୂର୍ଣ୍ଣିବାତ୍ୟା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଚି ଏବଂ ବୁଧବାର ବିଳମ୍ବିତ ରାତି କିମ୍ବା ଗୁରୁବାର ଭୋରରେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିପାରେ। ଭାରତ-ବାଂଲା ଟି-୨୦ ମ୍ୟାଚ୍ ଭେନ୍ୟୁଠାରୁ ଗୁଜରାଟ ଉପକୂଳ ମାତ୍ର ୧୦୦ କିଲୋମିଟର ଦୂର।

ଏପରିକି କ୍ରିକେଟ୍ କମେଣ୍ଟେଟର ହର୍ଷା ଭୋଗଲେ ଟ୍ୱିଟ୍ କରିଛନ୍ତି, ଏବେ ରାଜକୋଟରେ ହେବାକୁଥିବା ମ୍ୟାଚ୍ ପୂର୍ବରୁ ନଭେମ୍ବର ୬-୭ ନଭେମ୍ବରରେ ପଶ୍ଚିମ ଉପକୂଳରେ ଘୂର୍ଣ୍ଣିବାତ୍ୟା ହେବାର ଆଶଙ୍କା ଦେଖା ଦେଇଛି, ଯେଉଁକାରଣରୁ ସୌରାଷ୍ଟ୍ର ସମୁଦ୍ରକୂଳରେ ମତ୍ସଜୀବୀଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି। ଆଶା କରାଯାଉଛି ଯେ ଏଠାରେ ରହୁଥିବା ଲୋକଙ୍କୁ କୌଣସି ଅସୁବିଧା ନ ହେଉ।

ଏଭଳି ସ୍ଥିତିରେ ରାଜକୋଟ ଟି-୨୦ ମ୍ୟାଚ୍ ଉପରେ ଘୂର୍ଣ୍ଣିବାତ୍ୟାର ଭୟ ଦେଖା ଦେଇଛି, ଯାହା ଭାରତୀୟ ଦଳ ପାଇଁ ନିଶ୍ଚିତ ଭାବେ ନୈରାଶ୍ୟଜନକ ହେବ। ବାଂଲାଦେଶ ତିନିମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ ଜିତି ୧-୦ରେ ଆଗୁଆ ରହିଛି। ଯଦି ରାଜକୋଟ ମ୍ୟାଚ୍ ବାତିଲ ହୁଏ, ତାହେଲେ ଭାରତର ସିରିଜ୍ ଜିତିବା ଆଶା ଧୂଳିସାତ୍ ହୋଇଯିବ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମଥର ଲାଗି ଟି-୨୦ ସିରିଜରେ ଭାରତକୁ ବରାବର କିମ୍ବା ପରାସ୍ତ କରିପାରେ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଆୟୋଜନ ନେଇ ବିପଦ ଦେଖା ଦେଇଥିଲା। ବିଷାକ୍ତ ବାୟୁ କାରଣରୁ ଦିଲ୍ଲୀବାସିନ୍ଦାଙ୍କୁ ନିଶ୍ୱାସ ନେବାରେ ବହୁତ ସମସ୍ୟା ହେଉଛି। ଦିଲ୍ଲୀରେ ରହୁଥିବା ଲୋକଙ୍କ ଆଖିରେ ପୋଡ଼ାଜଳା, ନିଶ୍ୱାସ ନେବାରେ ସମସ୍ୟା ଏବଂ ତଣ୍ଟିରେ ଯନ୍ତ୍ରଣା ହେଉଥିବା ସୂଚନା ମିଳିଛି, ଯାହା ପରେ ରାଜଧାନୀରେ ଆଜିଠାରୁ ଅଡ୍‌-ଇଭିନ୍ (ଯୁଗ୍ମ-ଅଯୁଗ୍ମ) ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos