ଡି'କକ୍ ଧମାକା, ହାଇଦ୍ରାବାଦ ଆଗରେ ୨୦୯ ରନର ଟାର୍ଗେଟ୍

ଶାରଜା: ରବିବାର ଡବଲ୍ ହେଡର୍ ମୁକାବିଲାର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ମ୍ୟାଚରେ କ୍ୱିଣ୍ଟନ୍ ଡି’କକଙ୍କ ଧୂଆଁଧାର ବ୍ୟାଟିଂ ଓ କୃନାଲ୍ ପାଣ୍ଡ୍ୟାଙ୍କ ବିସ୍ଫୋରଣ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୨୦୮ ରନ୍ କରିଛି। ଫଳରେ ହାଇଦ୍ରାବାଦକୁ ୨୦୯ ରନର ଟାର୍ଗେଟ୍ ମିଳିଛି। ମୁମ୍ବାଇ ପକ୍ଷରୁ ଡି’କକ୍ ମାତ୍ର ୩୯ ବଲରେ ୪ ଚୌକା ଓ ସମାନ ସଂଖ୍ୟକ […]

de-cock

de-cock

Ranjit Kumar Jena
  • Published: Sunday, 04 October 2020
  • Updated: 04 October 2020, 05:22 PM IST

Sports

Latest News

ଶାରଜା: ରବିବାର ଡବଲ୍ ହେଡର୍ ମୁକାବିଲାର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ମ୍ୟାଚରେ କ୍ୱିଣ୍ଟନ୍ ଡି'କକଙ୍କ ଧୂଆଁଧାର ବ୍ୟାଟିଂ ଓ କୃନାଲ୍ ପାଣ୍ଡ୍ୟାଙ୍କ ବିସ୍ଫୋରଣ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୨୦୮ ରନ୍ କରିଛି। ଫଳରେ ହାଇଦ୍ରାବାଦକୁ ୨୦୯ ରନର ଟାର୍ଗେଟ୍ ମିଳିଛି। ମୁମ୍ବାଇ ପକ୍ଷରୁ ଡି'କକ୍ ମାତ୍ର ୩୯ ବଲରେ ୪ ଚୌକା ଓ ସମାନ ସଂଖ୍ୟକ ଛକା ସହ ସର୍ବାଧିକ ୬୭ ରନ୍ କରିଛନ୍ତି।

ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପୂର୍ବ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ରୋହିତ୍ (୬) ପ୍ରଥମ ଓଭରର ଚତୁର୍ଥ ବଲରେ ଛକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ସନ୍ଦୀପ ଶର୍ମା ଆଉଟ୍ କରିଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଭଲ ଆରମ୍ଭ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୧୮ ବଲରେ ୨୭ (୬ ଚୌକା) ରନ୍ କରି ସିଦ୍ଧାର୍ଥ କୌଲଙ୍କ ଶିକାର ହୋଇଥିଲେ। ଡି'କକ୍ ଓ ଇଶାନ୍ କିଷନ ତୃତୀୟ ୱିକେଟ୍‌ ପାଇଁ ୭୮ ରନର ଭାଗିଦାରୀ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଶେଷ ତିନି ମ୍ୟାଚରେ ନିରାଶ କରିଥିବା ଡି'କକ୍ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିଲେ।

ଦଳର ସ୍କୋର ୧୨୬ ଥିବା ବେଳେ ଡି'କକଙ୍କୁ ଆଉଟ୍ କରି ରଶିଦ୍ ଖାନ୍ ସନରାଇଜର୍ସକୁ ବଡ଼ ସଫଳତା ଦେଇଥିଲେ। କିଷନ ବ୍ୟକ୍ତିଗତ ୩୧ ରନ୍ କରି ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ। ସ୍ଲଗ୍ ଓଭର ସ୍ପେଶାଲିଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟା ଓ କାଇରନ ପୋଲାର୍ଡଙ୍କୁ ଦ୍ରୁତ ରନ୍ କରିବାରୁ ସନରାଇଜର୍ସ ହାଇଦ୍ରାବାଦ ରୋକିଥିଲେ।

କିନ୍ତୁ କୃନାଲ୍‌ ପାଣ୍ଡ୍ୟା ଶେଷ ୪ ବଲରେ ୨୦ ରନ୍ କରି ମୁମ୍ବାଇକୁ ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ପୋଲାର୍ଡ ୧୩ ବଲରେ ୩ ଛକା ସହ ଅପରାଜିତ ୨୫ ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୯ ବଲରେ ୨୮ (୨ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ୨ଟି ଓ ରଶିଦ୍ ଖାନ ଗୋଟିଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story