ରଣଜୀ ଟ୍ରଫି: ଦେବାଶିଷଙ୍କ ଦମରେ ଓଡ଼ିଶା ୪୩୬

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓ ଝାରଖଣ୍ଡ ରଣଜୀ ଏଲିଟ୍ ଗ୍ରୁପ୍‌-ସି’ର ନିର୍ଣ୍ଣାୟକ ମ୍ୟାଚରେ ଦେବାଶିଷ ସାମନ୍ତରାୟଙ୍କ ମାରାଥନ୍ ଇନିଂସ୍ ବଳରେ ଘରୋଇ ଦଳ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଦ୍ୱିତୀୟ ଦିବସରେ ଦେବାଶିଷ ଓ ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ଶତକୀୟ ଭାଗିଦାରୀ ବଳରେ ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୪୩୬ ରନର ବଡ଼ ସ୍କୋର ଛିଡ଼ା କରିଛି। ଚଳିତ ସିଜନରେ ଦେବାଶିଷ ନିଜର ଦ୍ୱିତୀୟ ଶତକ ମାରିଛନ୍ତି। ସେ ୧୫୬ (୩୪୯ […]

debasish

debasish

Ranjit Kumar Jena
  • Published: Thursday, 13 February 2020
  • Updated: 13 February 2020, 06:39 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓ ଝାରଖଣ୍ଡ ରଣଜୀ ଏଲିଟ୍ ଗ୍ରୁପ୍‌-ସି'ର ନିର୍ଣ୍ଣାୟକ ମ୍ୟାଚରେ ଦେବାଶିଷ ସାମନ୍ତରାୟଙ୍କ ମାରାଥନ୍ ଇନିଂସ୍ ବଳରେ ଘରୋଇ ଦଳ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଦ୍ୱିତୀୟ ଦିବସରେ ଦେବାଶିଷ ଓ ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ଶତକୀୟ ଭାଗିଦାରୀ ବଳରେ ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୪୩୬ ରନର ବଡ଼ ସ୍କୋର ଛିଡ଼ା କରିଛି। ଚଳିତ ସିଜନରେ ଦେବାଶିଷ ନିଜର ଦ୍ୱିତୀୟ ଶତକ ମାରିଛନ୍ତି। ସେ ୧୫୬ (୩୪୯ ବଲ୍‌, ୨୬ ଚୌକା, ୧ ଛକା) ରନ୍ କରିଥିବା ବେଳେ ବିପ୍ଳବ ୭୪ (୧୫୩ ବଲ୍‌, ୧୦ ଚୌକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଜବାବରେ ଝାରଖଣ୍ଡ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୭୧ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୁମାର ସୂରଜ ୪୨ ଓ ଉତ୍କର୍ଷ ସିଂହ ୧୦ ରନରେ ବ୍ୟାଟିଂ କରୁଥିଲେ।

ଓଡ଼ିଶାର ବିଶାଳ ସ୍କୋରର ପିଛା କରୁଥିବା ଝାରଖଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ କୁମାର ଦେଓବ୍ରତ ଓ ଅର୍ଣ୍ଣବ ସିହ୍ନା ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଅର୍ଣ୍ଣବ ଇନିଂସର ତୃତୀୟ ଓଭରରେ ବସନ୍ତ ମହାନ୍ତଙ୍କ ବଲରେ ବିପ୍ଳବଙ୍କୁ କ୍ୟାଚ୍ ଦେଇ ବସିଥିଲେ । ତେବେ ଦେଓବ୍ରତ ଓ କୁମାର ସୂରଜ ଦ୍ୱିତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ହେଁ, ସୂର୍ଯ୍ୟକାନ୍ତ ପ୍ରଧାନ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଦେଓବ୍ରତ ୧୬ ରନ୍ କରି ଅନୁରାଗ ଷଡଙ୍ଗୀଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ଓ ସୂର୍ଯ୍ୟକାନ୍ତ ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।

ଦ୍ୱିତୀୟ ଦିବସରେ ଓଡ଼ିଶା ଅସମାପ୍ତ ୨୦୫/୪ରୁ ଖେଳ ଆରମ୍ଭ କରିଥିଲେ। ଦେବାଶିଷ ୨୯୦ ବଲରେ ନିଜର ଶତକ ପୂରଣ କରିଥିବା ବେଳେ ବିପ୍ଳବ ୧୦୨ ବଲରେ ଅର୍ଦ୍ଧଶତକ ମାରି ଓଡ଼ିଶାକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୧୧୬ ରନ୍ ଯୋଡ଼ିଥିବା ବେଳେ ବିପ୍ଳବଙ୍କୁ ଆଶିଷ କୁମାର ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଦେବାଶିଷ ରାଜେଶ ଧୂପର (୨୦)ଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୪୬ ରନ୍‌, ଅଙ୍କିତ ଯାଦବ (୧୨)ଙ୍କ ସହ ୨୪ ଏବଂ ଦେବବ୍ରତ ପ୍ରଧାନ (୨୬)ଙ୍କ ସହ ମିଶି ୪୭ ରନ୍ ଯୋଡ଼ି ଓଡ଼ିଶାର ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ।

ଦଳର ସ୍କୋର ୪୦୯ ଥିବା ବେଳେ ଦେବାଶିଷଙ୍କୁ ଆଉଟ୍ କରି ଆଶିଷ ଝାରଖଣ୍ଡକୁ ବଡ଼ ସଫଳତା ଦେଇଥିଲେ। ବସନ୍ତ ମହାନ୍ତି ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ସୂର୍ଯ୍ୟକାନ୍ତ ୧୨ ରନରେ ଅପରାଜିତ ଥିଲେ। ଝାରଖଣ୍ଡର ସଫଳ ବୋଲର ଭାବେ ଆଶିଷ କୁମାର ୭୯ ରନ୍ ଦେଇ ସର୍ବାଧିକ ୬ଟି ୱିକେଟ୍ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ଅଜୟ ଯାଦବ, ରାହୁଲ୍ ଶୁକ୍ଳା, ସାହିଲ୍ ରାଜ ଓ ଉତ୍କର୍ଷ ସିଂହ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ୍ ୪୩୬: ଦେବାଶିଷ ସାମନ୍ତରାୟ ୧୫୬, ବିପ୍ଳବ ସାମନ୍ତରାୟ ୭୪, ଅନୁରାଗ ଷଡଙ୍ଗୀ ୬୫, ଗୋବିନ୍ଦ ପୋଦ୍ଦାର ୩୧, ଦେବବ୍ରତ ପ୍ରଧାନ ୨୬, ରାଜେଶ ଧୂପର ୨୦, ଆଶିଷ କୁମାର ୬/୭୯।

ଝାରଖଣ୍ଡ ପ୍ରଥମ ଇନିଂସ୍ ୭୧/୨: କୁମାର ସୂରଜ ୪୨*, ଉତ୍କର୍ଷ ସିଂହ ୧୦*, ବସନ୍ତ ମହାନ୍ତି ୧/୧୯, ସୂର୍ଯ୍ୟକାନ୍ତ ପ୍ରଧାନ ୧/୨୯।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos