ଡେବ୍ୟୁଟାଣ୍ଟ ପୃଥ୍ୱୀ ଶ’ କଲେ ଅନେକ ନୂଆ ରେକର୍ଡ

ରାଜକୋଟ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ରେ ଡେବ୍ୟୁ କରିଥିବା ମୁମ୍ବାଇ ବ୍ୟାଟସ୍‌ମ୍ୟାନ୍‌ ପୃଥ୍ୱୀ ଶ’ ଶତକ ହାସଲ କରି ଏକାଧିକ ରେକର୍ଡ ବୁକ୍‌ରେ ନିଜର ନାଁକୁ ସାମିଲ କରିଛନ୍ତି। ପୂର୍ବରୁ ଆମେ ସେ ୧୫ ତମ ଭାରତୀୟ ଭାବେ ଡେବ୍ୟୁରେ ଶତକ ହାସଲ କରିଥିବା ଖେଳାଳି ହେବାର ରେକର୍ଡ କରିଥିବା ସୂଚନା ଦେଇଥିଲୁ। ତେବେ ପୃଥ୍ଵୀ ଆଉ କିଛି ରେକର୍ଡ ମଧ୍ୟ ସୃଷ୍ଟି କରିପାରିଛନ୍ତି। ଆଜି ପୃଥ୍ୱୀ ୧୩୪ ରନ୍‌ ଦମ୍‌ଦାର ଇନିଂସ୍‌ ଖେଳି ଆଉଟ୍‌ ହୋଇଯାଇଛନ୍ତି। କିନ୍ତୁ […]

ppp7

ppp7

Hemant Lenka
  • Published: Thursday, 04 October 2018
  • Updated: 04 October 2018, 06:17 PM IST

Sports

Latest News

ରାଜକୋଟ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ରେ ଡେବ୍ୟୁ କରିଥିବା ମୁମ୍ବାଇ ବ୍ୟାଟସ୍‌ମ୍ୟାନ୍‌ ପୃଥ୍ୱୀ ଶ’ ଶତକ ହାସଲ କରି ଏକାଧିକ ରେକର୍ଡ ବୁକ୍‌ରେ ନିଜର ନାଁକୁ ସାମିଲ କରିଛନ୍ତି। ପୂର୍ବରୁ ଆମେ ସେ ୧୫ ତମ ଭାରତୀୟ ଭାବେ ଡେବ୍ୟୁରେ ଶତକ ହାସଲ କରିଥିବା ଖେଳାଳି ହେବାର ରେକର୍ଡ କରିଥିବା ସୂଚନା ଦେଇଥିଲୁ। ତେବେ ପୃଥ୍ଵୀ ଆଉ କିଛି ରେକର୍ଡ ମଧ୍ୟ ସୃଷ୍ଟି କରିପାରିଛନ୍ତି।

ଆଜି ପୃଥ୍ୱୀ ୧୩୪ ରନ୍‌ ଦମ୍‌ଦାର ଇନିଂସ୍‌ ଖେଳି ଆଉଟ୍‌ ହୋଇଯାଇଛନ୍ତି। କିନ୍ତୁ ସବୁଦିନ ପାଇଁ କ୍ରିକେଟ୍‌ ଇତିହାସରେ ନିଜର ଛାପ ଛାଡ଼ି ଯାଇଛନ୍ତି। ପୃଥ୍ୱୀ ସର୍ବ କନିଷ୍ଠ ଭାରତୀୟ ଡେବ୍ୟୁଟାଣ୍ଟ ଭାବେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। କିନ୍ତୁ ସର୍ବକନିଷ୍ଠ ଭାରତୀୟ ଭାବେ ଶତକ ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପୂର୍ବରୁ କ୍ରିକେଟର 'ଭଗବାନ' ସଚିନ୍‌ ତେନ୍ଦୁଲକର ସର୍ବକନିଷ୍ଠ ଭାରତୀୟ ଭାବେ ଶତକ ହାସଲ କରିଥିଲେ। ପୃଥ୍ୱୀ ୧୮ ବର୍ଷ ୩୨୯ ଦିନରେ ଶତକ ହାସଲ କରିଥିବା ବେଳେ ତେନ୍ଦୁଲକର ୧୭ ବର୍ଷ ୧୦୭ ଦିନରେ ଶତକ ହାସଲ କରିଥିଲେ। ଅବଶ୍ୟ ତାହା ତାଙ୍କର ଡେବ୍ୟୁ ମ୍ୟାଚ ନଥିଲା।

ସେହିପରି ପୃଥ୍ଵୀ ବିଶ୍ୱର ୩ୟ ଖେଳାଳି ଭାବେ ଶହେ ବଲ୍‌ ପୂର୍ବରୁ ଟେଷ୍ଟ୍‌ରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୮୫ଟି ବଲ୍‌ରେ ଶତକ ହାସଲ କରିଥିଲେ। ସେହିପରି ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡ୍ୱେନ୍‌ ସ୍ମିଥ୍‌ ୨୦୦୪ରେ ଦକ୍ଷିଣ ଆଫ୍ରିକା ବିରୋଧରେ ୯୩ଟି ବଲ୍‌ରେ ଶତକ ହାସଲ କରିଥିଲେ। ଶ’ କିନ୍ତୁ ୯୯ଟି ବଲ୍‌ରେ ଶତକ ହାସଲ କରିଛନ୍ତି।

ଶ’ ବିଶ୍ୱର ସପ୍ତମ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ଏହି ତାଲିକାରେ ବାଂଲାଦେଶର ଓପନର୍‌ ମହମ୍ମଦ ଅଶ୍ରଫୁଲ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ୧୭ ବର୍ଷ ୬୧ ଦିନରେ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ଅଶ୍ରଫୁଲଙ୍କ ବ୍ୟତୀତ ପାକିସ୍ତାନର ମୁସ୍ତାକ ମହମ୍ମଦ (୧୭ ବର୍ଷ ୭୮ ଦିନ), ସଚିନ ତେନ୍ଦୁଲକର (୧୭ ବର୍ଷ ୧୦୭ ଦିନ), ଜିମ୍ବାୱେର ହାମିଲଟନ୍‌ ମାସ୍କାଡାଜା(୧୭ ବର୍ଷ ୩୫୨ ଦିନ), ପାକିସ୍ତାନର ଇମ୍ରାନ୍‌ ନାଜିର (୧୮ ବର୍ଷ ୧୫୪ ଦିନ) ଓ ପାକିସ୍ତାନର ସଲିମ ମାଲିକ(୧୮ ବର୍ଷ ୩୨୩ ଦିନ) ପୃଥ୍ୱୀଙ୍କଠାରୁ ଆଗରେ ରହିଛନ୍ତି।

[caption id="attachment_283849" align="aligncenter" width="976"] ମହମ୍ମଦ ଅଶ୍ରଫୁଲ୍‌[/caption]

ଶ’ ପ୍ରଥମ ଭାରତୀୟ ଭାବେ ରଣଜୀ ଡେବ୍ୟୁରେ ଶତକ, ଦୁଲ୍ଲୀପ ଟ୍ରଫି ଡେବ୍ୟୁରେ ଶତକ ଓ ଟେଷ୍ଟ୍‌ ଡେବ୍ୟୁରେ ଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ସଚିନ୍‌ ତେନ୍ଦୁଲକର ରଣଜୀ ଓ ଦୁଲ୍ଲୀପ ଟ୍ରଫିର ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିଲେ ସତ, କିନ୍ତୁ ସେ ୧୩ଟି ଟେଷ୍ଟ ପରେ ହିଁ ତାଙ୍କର ପ୍ରଥମ ଶତକ ହାସଲ କରିପାରିଥିଲେ।

ଶ’ଙ୍କ ପୂର୍ବରୁ ଶେଷଥର ପାଇଁ ଇଶାନ୍ତ ଶର୍ମା ୧୮ ବର୍ଷ ୨୬୫ ଦିନରେ ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ପାଇଁ ଡେବ୍ୟୁ କରିଥିଲେ।

ଭାରତ ପାଇଁ ସର୍ବକନିଷ୍ଠ ଖେଳାଳି ଭାବେ ଟେଷ୍ଟ୍‌ ମ୍ୟାଚ୍‌ର ସର୍ବ ପ୍ରଥମ ବଲ୍‌ ସାମ୍ନା କରିବାର ରେକର୍ଡ ବୁଦ୍ଧି କୁନ୍ଦେରାନ୍‌ଙ୍କ ନାଁରେ ରହିଥିଲା। ସେ ୧୯୫୯-୬୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେତେବେଳେ ବୁଦ୍ଧିଙ୍କୁ ୨୦ ବର୍ଷ ୧୧୩ ଦିନ ହୋଇଥିଲା। କିନ୍ତୁ ଶ’ ୧୮ ବର୍ଷ ୩୨୯ ଦିନରେ ଭାରତ ପାଇଁ ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମ ବଲ୍‌ର ସାମ୍ନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story