'କଙ୍ଗାରୁ କୋପରୁ ଏହି ଏକମାତ୍ର ଖେଳାଳି ହିଁ ଟିମ୍ ଇଣ୍ଡିଆକୁ ରକ୍ଷା କରିପାରିବେ'

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ବିଦେଶରେ ପୁଣିଥରେ ଭାରତର ଦୁର୍ବଳତା ପଦାରେ ପଡ଼ିଛି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ବ୍ୟାଟ୍ସମ୍ୟାନଙ୍କ ଅତି ଦୟନୀୟ ପ୍ରଦର୍ଶନ ଦେଖି ସମସ୍ତେ ଅବାକ୍। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ମାଟିରେ ବ୍ୟାଟ୍ସମ୍ୟାନ୍ କିପରି ଫର୍ମକୁ ଫେରିବେ, ତା’ର ସମାଧାନର ବାଟ ଖୋଜି ବାହାର କରିଛନ୍ତି ପୂର୍ବତନ କ୍ୟାପଟେନ୍ ଦିଲୀପ […]

team-india

team-india

Ranjit Kumar Jena
  • Published: Monday, 21 December 2020
  • Updated: 21 December 2020, 07:01 PM IST

Sports

Latest News

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ବିଦେଶରେ ପୁଣିଥରେ ଭାରତର ଦୁର୍ବଳତା ପଦାରେ ପଡ଼ିଛି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ବ୍ୟାଟ୍ସମ୍ୟାନଙ୍କ ଅତି ଦୟନୀୟ ପ୍ରଦର୍ଶନ ଦେଖି ସମସ୍ତେ ଅବାକ୍। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ମାଟିରେ ବ୍ୟାଟ୍ସମ୍ୟାନ୍ କିପରି ଫର୍ମକୁ ଫେରିବେ, ତା'ର ସମାଧାନର ବାଟ ଖୋଜି ବାହାର କରିଛନ୍ତି ପୂର୍ବତନ କ୍ୟାପଟେନ୍ ଦିଲୀପ ଭେଙ୍ଗସରକାର।

ଭେଙ୍ଗସରକାର ଭାରତର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ରାହୁଲ ଡ୍ରାଭିଡଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି। ଆଡିଲେଡ୍ ଟେଷ୍ଟରେ ସୁଇଂ ହେଉଥିବା ପିଙ୍କ ବଲକୁ ସାମ୍ନା କରିବାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଭଳି ସ୍ଥିତିରେ ସୁଇଂ ହେଉଥିବା ବଲକୁ ସାମ୍ନା କରିବା ଲାଗି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଡ୍ରାଭିଡଙ୍କ ପରାମର୍ଶର ଆବଶ୍ୟକ ରହିଥିବା ଭେଙ୍ଗସରକାର କହିଛନ୍ତି।

I Have No Regrets, My Career Has Been Fulfilling, Says Dilip Vengsarkar As 'Colonel' Turns 64

ଭେଙ୍ଗସରକାର କହିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସହାୟତା ପାଇଁ ବିସିସିଆଇ ଖୁବ୍ ଶୀଘ୍ର ରାହୁଲ୍ ଡ୍ରାଭିଡଙ୍କୁ ଅଷ୍ଟ୍ରେଲିଆ ପଠାଇବା ଦରକାର। ଅଷ୍ଟ୍ରେଲିଆରେ ଯେଉଁଠି ବଲ୍ ବହୁତ ସୁଇଂ କରୁଛି, ସେଠାରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଡ୍ରାଭିଡଙ୍କଠାରୁ ଉନ୍ନତ ମାର୍ଗଦର୍ଶକ ଆଉ କେହି ହୋଇପାରିବେ ନାହିଁ। ଡ୍ରାଭିଡଙ୍କ ଉପସ୍ଥିତି ଭାରତୀୟ ଟିମକୁ ନିଶ୍ଚୟ ଶକ୍ତି ପ୍ରଦାନ କରିବ। ଡ୍ରାଭିଡ ଏବେ ଏନସିଏର ମୁଖ୍ୟ ଦାୟିତ୍ୱରେ ଅଛନ୍ତି, ଯାହା କୋଭିଡ୍ କାରଣରୁ ଗତ ୯ମାସ ଧରି ବନ୍ଦ ରହିଛି। ତେଣୁ କିଛି ସମୟ ପାଇଁ ଡ୍ରାଭିଡଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରି ଅଷ୍ଟ୍ରେଲିଆ ପଠାଇବା ଦରକାର ବୋଲି ଭେଙ୍ଗସରକାର ବୋର୍ଡକୁ ଅପିଲ୍ କରିଛନ୍ତି।

Rush Dravid to Australia, says Vengasarkar after India's humiliating defeat - The Federal

ଭେଙ୍ଗସରକାର ଆହୁରି କହିଛନ୍ତି, ଦୁଇ ସପ୍ତାହର କ୍ୱାରେଣ୍ଟାଇନ୍ ଅବଧି ସତ୍ତ୍ୱେ ଡ୍ରାଭିଡଙ୍କୁ ପଠାଇବା ନିହାତି ଜରୁରୀ। ଯେହେତୁ ଜାନୁଆରୀ ୭ ତାରିଖରେ ୩ୟ ଟେଷ୍ଟ ଖେଳାଯିବ। ତେଣୁ ଡ୍ରାଭିଡ୍ ଯଦି ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତ କରନ୍ତି, ତାହେଲେ ସେ ତୃତୀୟ ଟେଷ୍ଟ ପୂର୍ବରୁ ଉପଲବ୍ଧ ହୋଇପାରିବେ। ସଠିକ୍ ଟେକନିକ୍ ଓ କୌଣସି ଅନୁକୂଳ ପରିସ୍ଥିତିରେ ଖେଳିବାରେ ଡ୍ରାଭିଡ୍ ମାହିର୍। ବିଶେଷକରି ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ଭଳି ଦେଶରେ ଖେଳିବାରେ ଡ୍ରାଭିଡଙ୍କର ପ୍ରଚୁର ଅଭିଜ୍ଞତା ରହିଛି। ତେଣୁ ଡ୍ରାଭିଡଙ୍କ ହିଁ ଏକମାତ୍ର ବ୍ୟକ୍ତି ଯିଏ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କୁ ଅଷ୍ଟ୍ରେଲିଆ କୋପରୁ ରକ୍ଷା କରିପାରିବେ।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବକ୍ସିଂ ଡେ' ଟେଷ୍ଟରେ କ୍ୟାପଟେନ୍ ବିରାଟ୍ କୋହଲି ଓ ଆହତ ମହମ୍ମଦ ଶାମିଙ୍କ ବିନା ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇବ। ଆଡିଲେଡ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତକୁ ଏବେ ସିରିଜରେ କମବ୍ୟାକ୍ କରିବା କଷ୍ଟକର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story