ରାଜକୋଟରେ ଟିମ୍ ଇଣ୍ଡିଆର 'କର ବା ମର ସ୍ଥିତି', ଟସ୍ ଜିତିଲା ଅଷ୍ଟ୍ରେଲିଆ

ରାଜକୋଟ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତିନି ଟିକିଆ ଦିନିକିଆ ମ୍ୟାଚର ଆଜି ଦ୍ୱିତୀୟ ମ୍ୟାଚ। ଗୁଜରାଟର ରାଜକୋଟରେ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି। ପ୍ରଥମ ମ୍ୟାଚରେ ଭାରତ ହାରିଥିବାରୁ ଏହି ମ୍ୟାଚ ବିରାଟ ବାହିନୀ ପାଇଁ କର ବା ମର ସ୍ଥିତି। ଯଦି ଆଜି ଭାରତ ହାରିବ ତା’ହେଲେ କଙ୍ଗାରୁ ଦଳ ଦିନିକିଆ ସିରିଜ ନିଜ ନାମରେ […]

virat-kohli

virat-kohli

Subhransu Sekhar
  • Published: Friday, 17 January 2020
  • Updated: 17 January 2020, 01:29 PM IST

Sports

Latest News

ରାଜକୋଟ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତିନି ଟିକିଆ ଦିନିକିଆ ମ୍ୟାଚର ଆଜି ଦ୍ୱିତୀୟ ମ୍ୟାଚ। ଗୁଜରାଟର ରାଜକୋଟରେ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି। ପ୍ରଥମ ମ୍ୟାଚରେ ଭାରତ ହାରିଥିବାରୁ ଏହି ମ୍ୟାଚ ବିରାଟ ବାହିନୀ ପାଇଁ କର ବା ମର ସ୍ଥିତି। ଯଦି ଆଜି ଭାରତ ହାରିବ ତା’ହେଲେ କଙ୍ଗାରୁ ଦଳ ଦିନିକିଆ ସିରିଜ ନିଜ ନାମରେ କରିବେ।

ଭାରତ ଏହି ମ୍ୟାଚରେ ଦୁଇ ଖେଳାଳିଙ୍କୁ ପରିବର୍ତ୍ତନ କରିଛି। ଆହତ ଋଷଭ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେ ଟିମରେ ସାମିଲ୍ ହେବେ। ସେହିପରି ଲୋକେଶ ରାହୁଲ ଏହି ମ୍ୟାଚରେ ଓ୍ୱିକେଟ କିପରର ଦାୟିତ୍ୱ ତୁଲାଇବେ। ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ନବଦୀବ ସୋନିଙ୍କୁ ଦଳରେ ସାମିଲ୍ କରାଯାଇଛି। ତେବେ ଅଷ୍ଟ୍ରେଲିଆ କିନ୍ତୁ ନିଜ ଖେଳାଳି ତାଲିକାରେ କୌଣସି ପରିବର୍ତ୍ତନ କରି ନାହିଁ।

ସୂଚନାଯୋଗ୍ୟ, ରାଜକୋଟ ଷ୍ଟାଡ଼ିୟମରେ ଭାରତର ପ୍ରଦର୍ଶନ ଖରାପ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos