ଆଇପିଏଲ୍ କରାଇବାକୁ ଏହି ଉପାୟ ଦେଲେ ହରଭଜନ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସମସ୍ତ କ୍ରିକେଟର ସବୁ ଗତିବିଧି ବନ୍ଦ ରହିଛି। ଏହି କ୍ରମରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣ ମଧ୍ୟ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ତେବେ ଆଇପିଏଲ୍ ପୁନର୍ବାର ଆରମ୍ଭ ହେବ କି ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଆଇପିଏଲ୍ କିପରି କରାଯାଇପାରିବ, ତାକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂହ। ହରଭଜନ କହିଛନ୍ତି, “ଯଦି ଆଇପିଏଲକୁ ଖାଲି ଷ୍ଟାଡିୟମରେ […]

bhajji

bhajji

Ranjit Kumar Jena
  • Published: Tuesday, 07 April 2020
  • Updated: 07 April 2020, 05:07 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସମସ୍ତ କ୍ରିକେଟର ସବୁ ଗତିବିଧି ବନ୍ଦ ରହିଛି। ଏହି କ୍ରମରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣ ମଧ୍ୟ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ତେବେ ଆଇପିଏଲ୍ ପୁନର୍ବାର ଆରମ୍ଭ ହେବ କି ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଆଇପିଏଲ୍ କିପରି କରାଯାଇପାରିବ, ତାକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂହ। ହରଭଜନ କହିଛନ୍ତି, "ଯଦି ଆଇପିଏଲକୁ ଖାଲି ଷ୍ଟାଡିୟମରେ କରାଯାଏ, ତାହେଲେ ଏଥିରେ କୌଣସି ଆପତ୍ତି ନାହିଁ। କୋଭିଡ୍‌-୧୯ ମହାମାରୀ ଉପରେ ନିୟନ୍ତ୍ରଣ ପରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବା ଦରକାର, କାରଣ ଏହା ଉପରେ ଅନେକ ଲୋକଙ୍କର ଜୀବିକା ନିର୍ଭର କରୁଛି।"

ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ପକ୍ଷରୁ ଖେଳୁଥିବା ହରଭଜନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି। ଭଜି ଆହୁରି କହିଛନ୍ତି, କୌଣସି କ୍ରୀଡ଼ା ଇଭେଣ୍ଟ ପାଇଁ ଦର୍ଶକଙ୍କ ଉପସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯଦି ପରିସ୍ଥିତି ଅନୁକୂଳ ନହୁଏ, ତାହେଲେ ସେମାନଙ୍କ (ଦର୍ଶକ) ବିନା ଖେଳିବାରେ ମୋତେ କୌଣସି ଅସୁବିଧା ନାହିଁ। ଜଣେ ଖେଳାଳି ଭାବେ ମୋତେ ଦର୍ଶକଙ୍କ ସମର୍ଥନ ମିଳିବ ନାହିଁ, କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ପ୍ରତିଟି କ୍ରିକେଟ୍ ପ୍ରଶଂସକ ଟିଭିରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ପାଇବେ।

ହରଭଜନ କହିଛନ୍ତି, ଆମକୁ ପ୍ରତିଟି ପରିସ୍ଥିତି ପାଇଁ ସତର୍କ ରହିବାକୁ ପଡ଼ିବ ଏବଂ ଖେଳାଳିଙ୍କର ସ୍ୱାସ୍ଥ୍ୟ ମୁଖ୍ୟ ପ୍ରାଥମିକତା ହେବା ଦରକାର। ମ୍ୟାଚ୍ ଭେନ୍ୟୁ, ଟିମ୍ ହୋଟେଲ୍‌, ବିମାନ ଆଦିକୁ ଭଲଭାବେ ସାନିଟାଇଜ୍ (ସଫା) କରିବାକୁ ପଡ଼ିବ। ଆଇପିଏଲ୍ ଉପରେ ଅନେକେଙ୍କର ଜୀବିକା ନିର୍ଭର କରୁଛି। ତେଣୁ ସବୁକିଛି ଠିକଠାକ୍ ହେବା ପରେ ଆଇପିଏଲର ଆୟୋଜନ କରାଯିବା ଦରକାର।

ହରଭଜନ ୨୦୧୬ରେ ନିଜର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। କିନ୍ତୁ ସେ ଆଇପିଏଲରେ ନିୟମିତ ଖେଳିଆସୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସରେ ଦୀର୍ଘ ବର୍ଷ ଧରି ରହିବା ପରେ ହରଭଜନ ଗତ କିଛି ବର୍ଷ ହେବ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ପ୍ରତିନିଧିତ୍ୱ କରିଆସୁଛନ୍ତି। ଯେହେତୁ ବର୍ତ୍ତମାନ ଆଇପିଏଲ୍ ହେଉନାହିଁ, ତେଣୁ ଭଜି ଏହାକୁ ବହୁତ ମିସ୍ କରୁଛନ୍ତି। ସେ କହିଛନ୍ତି, ଆଇପିଏଲକୁ ମୁଁ ବହୁତ ମିସ୍ କରୁଛି। ଯଦିଓ ଚଳିତ ବର୍ଷ ଆଇପିଏଲ୍ ନହୁଏ, ତାହେଲେ ବର୍ଷକ ପରେ ପୂରା ୧୭ ମ୍ୟାଚ୍ ଖେଳିପାରିବି ବୋଲି ମୋର ପୂରା ବିଶ୍ୱାସ ଅଛି। ମଇଦାନକୁ ନଯାଇ ପାରିବା ନିଶ୍ଚିତ ଭାବେ ନୈରାଶ୍ୟଜନକ। ମୋ ବ୍ୟତୀତ କ୍ରିକେଟ୍ ସହ ଜଡିତ ସମସ୍ତ ଖେଳାଳି ଏବଂ ପ୍ରଶଂସକ ମଧ୍ୟ ଆଇପିଏଲକୁ ନିଶ୍ଚିତ ମିସ୍ କରୁଥିବେ। ତେଣୁ ମୋର ଆଶ ଯେ ଆଇପିଏଲ୍ ଶୀଘ୍ର ଆୟୋଜିତ ହେବ ଏବଂ ସେ ପର୍ଯ୍ୟନ୍ତ ନିଜକୁ ଫିଟ୍ ରଖିବାକୁ ପଡ଼ିବ ବୋଲି ହରଭଜନ କହିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲର ୧୩ଶ ସଂସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାକୁ ଏପ୍ରିଲ୍ ୧୫ ଯାଏ ସ୍ଥଗିତ କରାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ଭାରତରେ ୪୫୦୦ରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story