ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କଲେ ନୌଚାଳକ ଦତ୍ତୁ ଭୋକାନାଲ  

ନୂଆଦିଲ୍ଲୀ:ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ଆଜି ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦକ୍ଷିଣ କୋରିଆର ଚୁଙ୍ଗ୍-ଜୁରେ ଚାଲିଥିବା ୨୦୧୬ ଏଫ୍‌ଆଇଏସ୍‌ଏ ଏସିଆନ୍ ଆଣ୍ଡ୍ ଓସିଆନ୍ ଅଲିମ୍ପିକ୍ କ୍ୱାଲିଫିକେସନ୍ ରେଗାଟ୍ଟାରେ ରୌପ୍ୟ ପଦକ ଜିଣିବା ସହିତ ସେ ରିଓ ଅଲିମ୍ପିକ୍ ପାଇଁ ଟିକେଟ୍ ହାତେଇଛନ୍ତି। ୨ କିଲୋମିଟର ଦୂରତାକୁ ୨୫ ବର୍ଷୀୟ ଦତ୍ତୁ ୭ ମିନିଟ୍ ୪୯ ସେକେଣ୍ଡରେ ପାର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟର ଫାଇନାଲ୍‌ ରାଉଣ୍ଡର ପ୍ରଥମ ୭ଟି ସ୍ଥାନରେ […]

dattu

dattu

Rakesh Mallick
  • Published: Monday, 25 April 2016
  • Updated: 26 April 2016, 10:21 AM IST

Sports

Latest News

ନୂଆଦିଲ୍ଲୀ:ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ଆଜି ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦକ୍ଷିଣ କୋରିଆର ଚୁଙ୍ଗ୍-ଜୁରେ ଚାଲିଥିବା ୨୦୧୬ ଏଫ୍‌ଆଇଏସ୍‌ଏ ଏସିଆନ୍ ଆଣ୍ଡ୍ ଓସିଆନ୍ ଅଲିମ୍ପିକ୍ କ୍ୱାଲିଫିକେସନ୍ ରେଗାଟ୍ଟାରେ ରୌପ୍ୟ ପଦକ ଜିଣିବା ସହିତ ସେ ରିଓ ଅଲିମ୍ପିକ୍ ପାଇଁ ଟିକେଟ୍ ହାତେଇଛନ୍ତି।

୨ କିଲୋମିଟର ଦୂରତାକୁ ୨୫ ବର୍ଷୀୟ ଦତ୍ତୁ ୭ ମିନିଟ୍ ୪୯ ସେକେଣ୍ଡରେ ପାର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟର ଫାଇନାଲ୍‌ ରାଉଣ୍ଡର ପ୍ରଥମ ୭ଟି ସ୍ଥାନରେ ରହିଥିବା ନୌଚାଳକମାନେ ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ତେବେ ପୁରୁଷ ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ବର୍ଗରେ ରିଓ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ଭାରତୀୟ ଯୋଡ଼ି ବିକ୍ରମ ସିଂହ ଓ ରୁପେନ୍ଦ୍ର ସିଂହ। ଏହି ଯୋଡ଼ି ଫାଇନାଲ୍‌ରେ ୫ ନମ୍ବର ସ୍ଥାନରେ ରହିଥିଲେ। ଏହି ବର୍ଗରେ କେବଳ ସର୍ବଶ୍ରେଷ୍ଠ ୩ଟି ଦଳ ଅଲିମ୍ପିକ୍‌କୁ ଯିବାର ନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos