୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍

ଟଣ୍ଟନ୍: ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଅଷ୍ଟ୍ରେଲୀୟ କ୍ରିକେଟର କମାଲ୍ କରିଛନ୍ତି। ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ବ୍ୟାଟ୍ସୱିମେନ୍ ଏଲିସ୍ ପେରୀ ଟେଷ୍ଟ କ୍ରିକେଟରେ ପ୍ରାୟ ୪ ବର୍ଷ ଆଉଟ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଆଶେସ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ପେରୀଙ୍କୁ ଲୌରା ମାର୍ଶ ଆଉଟ୍ କରିଛନ୍ତି। ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସୱିମେନ୍ ୧୧୬ ରନର ଇନିଂସ୍ ଖେଳି ଆଉଟ୍ ହୋଇଛନ୍ତି। ଏଥିସହ ସେ ଏକ ନୂଆ ଇତିହାସ ରଚିଛନ୍ତି, କାରଣ ଏହା ପୂର୍ବରୁ ସେ ଟେଷ୍ଟ […]

perry

perry

Ranjit Kumar Jena
  • Published: Friday, 19 July 2019
  • Updated: 19 July 2019, 10:19 PM IST

Sports

Latest News

ଟଣ୍ଟନ୍: ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଅଷ୍ଟ୍ରେଲୀୟ କ୍ରିକେଟର କମାଲ୍ କରିଛନ୍ତି। ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ବ୍ୟାଟ୍ସୱିମେନ୍ ଏଲିସ୍ ପେରୀ ଟେଷ୍ଟ କ୍ରିକେଟରେ ପ୍ରାୟ ୪ ବର୍ଷ ଆଉଟ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଆଶେସ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ପେରୀଙ୍କୁ ଲୌରା ମାର୍ଶ ଆଉଟ୍ କରିଛନ୍ତି।

ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସୱିମେନ୍ ୧୧୬ ରନର ଇନିଂସ୍ ଖେଳି ଆଉଟ୍ ହୋଇଛନ୍ତି। ଏଥିସହ ସେ ଏକ ନୂଆ ଇତିହାସ ରଚିଛନ୍ତି, କାରଣ ଏହା ପୂର୍ବରୁ ସେ ଟେଷ୍ଟ କ୍ରିକେଟରେ ୨୦୧୫ରେ ଆଉଟ୍ ହୋଇଥିଲେ। ଏହା ପରେ ୩ ବର୍ଷ ୧୧ ମାସ ଓ ୬ ଦିନରେ ପେରୀ ୬୫୫ ବଲର ସାମ୍ନା କରି ୩୨୯ ରନ୍ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଏଠାରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ ସେ ଦ୍ୱିଶତକ ମାରିଥିଲେ। ୨୦୧୭ରେ ସେ ଅପରାଜିତ ୨୧୩ ରନର ଇନିଂସ୍ ଖେଳିଥିଲେ।

ପେରୀଙ୍କ ରେକର୍ଡରେ ଆଉ ଏକ ତଥ୍ୟ ମଧ୍ୟ ରହିଛି ଯେ, ଗତ ୪ ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଟେଷ୍ଟ ମ୍ୟାଚ୍। ଅଗଷ୍ଟ ୧୧, ୨୦୧୫ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ନଭେମ୍ବର ୨୦୧୭ରେ ଖେଳାଯାଇଥିବା ଟେଷ୍ଟରେ ସେ ଦ୍ୱିଶତକ ହାସଲ କରିଥିଲେ। ଏବେ ତାଙ୍କ ବ୍ୟାଟରୁ ଶତକ ବାହାରିଛି।

ସୂଚନାଯୋଗ୍ୟ, ପୁରୁଷ କ୍ରିକେଟ୍ ତୁଳନାରେ ମହିଳା କ୍ରିକେଟରେ ହାତଗଣତି ଟେଷ୍ଟ ମ୍ୟାଚ୍ ଆୟୋଜନ ହୋଇଥାଏ। ହୁଏତ ସେହି କାରଣରୁ ପେରୀ ନିଜର ୧୧ ବର୍ଷର ଟେଷ୍ଟ କ୍ୟାରିୟରରେ ଏପର୍ଯ୍ୟନ୍ତ ମାତ୍ର ୮ ଟେଷ୍ଟ ଖେଳିଛନ୍ତି।

ପେରୀ ଅଷ୍ଟ୍ରେଲିଆ କ୍ରିକେଟର ଜଣେ ଷ୍ଟାର୍ ଅଲରାଉଣ୍ଡର, ଯିଏ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। ତେବେ ମଜାଦାର କଥା ହେଉଛି ପେରୀ ୧୬ ବର୍ଷ ବୟସରେ ହିଁ ଅଷ୍ଟ୍ରେଲିଆ ମହିଳା ଫୁଟବଲ ଟିମରେ ସ୍ଥାନ ହାସଲ କରିଥିଲେ। ପରେ କିଛି ବର୍ଷ ଧରି ସେ ଦୁଇ (ଉଭୟ ଫୁଟବଲ ଓ କ୍ରିକେଟ୍) ଟିମ୍ ପକ୍ଷରୁ ଖେଳ ଜାରିଥିଲେ। ତେବେ ପୁଣି ସେ କ୍ରିକେଟକୁ ହିଁ ନିଜର କ୍ୟାରିୟର ଭାବେ ବାଛିଥିଲେ। ୨୦୧୭ରେ ତାଙ୍କୁ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ କରାଯାଇଥିଲା।

ପେରୀ ୮ ଟେଷ୍ଟରେ ୬୮.୫୦ ହାରରେ ୫୪୮ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି। ତାଙ୍କର ସର୍ବାଧିକ ସ୍କୋର ୨୧୩*। ଟେଷ୍ଟ କ୍ରିକେଟରେ ମଧ୍ୟ ସେ ୩୦ଟି ୱିକେଟ୍ ମଧ୍ୟ ନେଇଛନ୍ତି। ସେହିପରି ଦିନିକିଆରେ ସେ ୧୦୬ ମ୍ୟାଚ୍ ଖେଳି ୫୦.୩୫ ହାରରେ ୨୮୨୦ ରନ୍ ଏବଂ ୧୪୫ ୱିକେଟ୍ ନେଇଛନ୍ତି। ଟି-୨୦ରେ ସେ ୧୦୨ ମ୍ୟାଚରେ ୯୫୧ ରନ୍ ଏବଂ ୧୦୦ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story