ଲଣ୍ଡନ: ଲର୍ଡସ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚରେ ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ୧୨୪ ରନରେ ପରାସ୍ତ କରିଛି ଇଂଲଣ୍ଡ। ଜିତିବା ପାଇଁ ନ୍ୟୁଜିଲାଣ୍ଡ୍ ଆଗରେ ୩୪୫ ରନର ଟାର୍ଗେଟ ରଖିଥିଲା ଇଂଲଣ୍ଡ। ତେବେ ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ପାଳିରେ ମାତ୍ର ୨୨୦ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା।
ଜିତିବା ପାଇଁ ୩୪୫ ରନର ପିଛା କରି ନ୍ୟୁଜିଲାଣ୍ଡ୍ ୬୭.୩ ଓଭରରରେ ମାତ୍ର ୨୨୦ ରନ୍ କରିଥିଲା ଓ ସମସ୍ତ ୱିକେଟ୍ ହରାଇଥିଲା। ଶେଷ ୱିକେଟଟି ପଡ଼ିଥିଲା ବୋଲ୍ଟଙ୍କର। ଦଳ ପକ୍ଷରୁ ଦ୍ୱିତୀୟ ପାଳିରେ ଏଣ୍ଡରସନ୍ ୬୭ ଓ ବି.ଜେ ବେଟଲିଙ୍ଗ୍ ୫୯ ରନ୍ କରିଥିଲେ। ଏହା ସହିତ ଦୁଇ ଟିକିଆ ଟେଷ୍ଟ ଟେଷ୍ଟ ସିରିଜରୁ ପ୍ରଥମଟିରେ ଜିତି ୧-୦ରେ ଆଗୁଆ ରହିଛି ଇଂଲଣ୍ଡ। ଇଂଲଣ୍ଡ ତରଫରୁ ଦ୍ୱିତୀୟ ଇନିଂସରେ ବ୍ରାଡ୍ ଓ ଷ୍ଟୋକ୍ସ ତିନିଟି ଲେଖାଏଁ ୱିକେଟ୍ ନେଇ ଥିବା ବେଳେ ଏଣ୍ଡରସନ୍, ବୁଡ, ଅଲ୍ଲୀ ଓ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।