ବିଶ୍ୱକପ୍ ପରେ ଆଶେସ୍ ସିରିଜ୍ ଉପରେ ଇଂଲଣ୍ଡର ନଜର୍

ବର୍ମିଂହାମ୍: ଆଇସିସି ଦିନିକିଆ ବିଶ୍ୱ ଚାମ୍ପିୟନ୍ ଇଂଲଣ୍ଡ ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ଖେଳିବାକୁ ଯାଉଛି। ବିଶ୍ୱକପ୍ ଭଳି ଆଶେସ୍ ସିରିଜ୍ ଜିତି ଇଂଲଣ୍ଡ ଡବଲ୍ ସଫଳତା ସହ ଘରୋଇ ସିଜନ ଶେଷ କରିବାକୁ ଚାହିଁବ। ବିଶ୍ୱକପ୍ ଯଦି ୫୦ ଓଭର ଫର୍ମାଟର ଶୀର୍ଷ ଟୁର୍ଣ୍ଣାମେଣ୍ଟ, ତାହେଲେ ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାଇଁ ଆଶେସ୍ ସିରିଜ୍ ଏହା ତୁଳନାରେ କିଛି କମ୍ ନୁହେଁ। ଚଳିତ ବର୍ଷର ଘରୋଇ ସିଜନ୍ ଇଂଲଣ୍ଡ ପାଇଁ ସବୁଠାରୁ […]

eng

eng

Ranjit Kumar Jena
  • Published: Wednesday, 31 July 2019
  • Updated: 31 July 2019, 04:48 PM IST

Sports

Latest News

ବର୍ମିଂହାମ୍: ଆଇସିସି ଦିନିକିଆ ବିଶ୍ୱ ଚାମ୍ପିୟନ୍ ଇଂଲଣ୍ଡ ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ଖେଳିବାକୁ ଯାଉଛି। ବିଶ୍ୱକପ୍ ଭଳି ଆଶେସ୍ ସିରିଜ୍ ଜିତି ଇଂଲଣ୍ଡ ଡବଲ୍ ସଫଳତା ସହ ଘରୋଇ ସିଜନ ଶେଷ କରିବାକୁ ଚାହିଁବ। ବିଶ୍ୱକପ୍ ଯଦି ୫୦ ଓଭର ଫର୍ମାଟର ଶୀର୍ଷ ଟୁର୍ଣ୍ଣାମେଣ୍ଟ, ତାହେଲେ ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାଇଁ ଆଶେସ୍ ସିରିଜ୍ ଏହା ତୁଳନାରେ କିଛି କମ୍ ନୁହେଁ। ଚଳିତ ବର୍ଷର ଘରୋଇ ସିଜନ୍ ଇଂଲଣ୍ଡ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, କାରଣ ସିଜନ୍ ଆରମ୍ଭରୁ ହିଁ ଟିମ୍ ବିଶ୍ୱକପ୍ ଜିତି ଶୁଭାରମ୍ଭ କରିସାରିଛି। ବିଶ୍ୱକପ୍ ଜିତିବା ପରେ ଇଂଲଣ୍ଡରେ କ୍ରିକେଟ୍ ସମର୍ଥକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଆଶେସ ସିରିଜ୍ ଏହି ନୂଆ ସମର୍ଥକକୁ ଯୋଡ଼ି ରଖିବାରେ ମହତ୍ତ୍ୱପୂର୍ଣ୍ଣ ହେବ।

ଅନ୍ୟପକ୍ଷରେ ଟିମ୍ ପେନଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମ୍ ଆଶେସ୍ ସିରିଜ୍ ଜିତି ଗତବର୍ଷ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବଲ୍ ଟ୍ୟାମ୍ପରିଂ ଘଟଣାକୁ ଭୁଲିବାକୁ ପ୍ରୟାସ କରିବ, ଯେଉଁ କାରଣରୁ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର୍ ଏବଂ କ୍ୟାମେରନ୍ ବ୍ୟାନକ୍ରଫ୍ଟଙ୍କୁ ବାସନ୍ଦ ହେବାକୁ ପଡ଼ିଥିଲା। ଏଜବାଷ୍ଟନରେ ଏହି ବ୍ୟାଟ୍ସମ୍ୟାନଙ୍କ ଖେଳିବା ଏକପ୍ରକାର ନିଶ୍ଚିତ ଲାଗୁଛି। ବ୍ୟାନକ୍ରଫ୍ଟଙ୍କୁ ସେହିଭଳି ହୁଟିଂର ସାମ୍ନା କରିବାକୁ ପଡ଼ିପାରେ, ଯେମିତି ବିଶ୍ୱକପ୍ ସମୟରେ ୱାର୍ଣ୍ଣର୍ ଓ ସ୍ମିଥଙ୍କୁ ଭୋଗିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ଟିମ୍ ୧୯ ବର୍ଷ ହେବ ଇଂଲଣ୍ଡରେ ଆଶେସ୍ ସିରିଜ୍ ଜିତିବାରେ ଅସଫଳ ରହିଛି। ଏହାର ମୂଳ କାରଣ ହେଉଛି ଏଠାକାର ସିମ୍ ଟ୍ରାକ୍। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କୁ ଏଭଳି ପିଚରେ ଡ୍ୟୁକ୍ ବଲ୍ ସାମ୍ନାରେ ସଂଘର୍ଷ କରିବାକୁ ପଡ଼ିଛି। ଏହା ସତ୍ତେ୍ୱ ଅଷ୍ଟ୍ରେଲିଆ ଟିମ୍ କୌଣସି ପ୍ରଥମ ଶ୍ରେଣୀ ନଖେଳି ପ୍ରଥମ ଟେଷ୍ଟ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ।

ତେବେ ବ୍ୟାନକ୍ରଫ୍ଟଙ୍କ ଭଳି ଖେଳାଳିଙ୍କୁ ସ୍ଥାନୀୟ ପରିବେଶର ବେଶ ଅଭିଜ୍ଞତା ରହିଛି, ଯିଏ କାଉଣ୍ଟି ଟିମ୍ ଡରହାମର କ୍ୟାପଟେନ୍ ରହିସାରିଛନ୍ତି। ବିଶ୍ୱକପର ଷ୍ଟାର୍ ଖେଳାଳିଙ୍କ ଉପସ୍ଥିତିରେ ଇଂଲଣ୍ଡ ଟିମକୁ ଗତ ସପ୍ତାହରେ ଆୟର୍ଲ୍ୟାଣ୍ଡକୁ ଲର୍ଡ୍ସରେ ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୮୫ ରନରେ ଅଲଆଉଟ୍ କରିଥିଲା। ଯାହା ପରେ ଟିମର ଶୀର୍ଷକ୍ରମ ବ୍ୟାଟିଂ ଦୁର୍ବଳତା ସାମ୍ନାକୁ ଆସିଛି। ତେବେ ଇଂଲଣ୍ଡ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ଜିତିବାରେ ସଫଳ ହୋଇଥିଲା। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ପୁଣିଥରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ, ଯଦ୍ଦ୍ୱାରା ସରେର ରୋରି ବର୍ନସ୍ ଓ ଜେସନ୍ ରୟଙ୍କ ନୂଆ ଓପନିଂ ଶୀର୍ଷକ୍ରମକୁ ମଜଭୁତ୍ ବ୍ୟାଟିଂ ଦେଇପାରିବେ।

ଜେମ୍ସ ପ୍ୟାଟିନସନ୍ ଓ ପ୍ୟାଟ୍ କମିନ୍ସଙ୍କ ଭଳି ଅଭିଜ୍ଞ ପେସ୍ ଆକ୍ରମଣଠାରୁ ଅଷ୍ଟ୍ରେଲିଆକୁ ବହୁତ କିଛି ଆଶା ଥିବ। ଇଂଲଣ୍ଡର ବୋଲିଂ ଆକ୍ରମଣର ଭାର ପୁଣିଥରେ ଜେମ୍ସ ଆଣ୍ଡରସନଙ୍କ ହାତରେ ରହିବ, ଯିଏ ଏବେ ଦିନିକିଆ କ୍ରିକେଟ୍ ଆଉ ଖେଳୁନାହାନ୍ତି। ଏହାଛଡ଼ା ଟିମର ଭାଇସ୍ କ୍ୟାପଟେନ୍ ବେନ୍ ଷ୍ଟୋକ୍ସଙ୍କ ଉପରେ ମଧ୍ୟ ଇଂଲଣ୍ଡ ଅଧିକ ନିର୍ଭରଶୀଳ ରହିଛି। ଷ୍ଟୋକ୍ସ ବିଶ୍ୱକପରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ୍ କରିଥିଲେ। ଇଂଲଣ୍ଡର ବ୍ୟାଟିଂକ୍ରମରେ ଜନ୍ନି ବେୟାରଷ୍ଟୋ ଓ ଜୋସ୍ ବଟଲର୍ ପ୍ରମୁଖ ଭୂମିକା ବହନ କରିପାରନ୍ତି। ଆଣ୍ଡରସନଙ୍କୁ ବୋଲିଂରେ ଷ୍ଟୁଆର୍ଟ ବ୍ରଡଙ୍କ ସାଥ୍ ମିଳିବ। ଟିମର ତୃତୀୟ ସ୍ପେଶାଲିଷ୍ଟ ପେସ୍ ବୋଲର ଭାବେ ବିଶ୍ୱକପରେ ଇଂଲଣ୍ଡ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ଜୋଫ୍ରା ଆର୍ଚର୍ ଟେଷ୍ଟ କ୍ରିକେଟ୍ ଡେବ୍ୟୁ କରିପାରନ୍ତି।

୨୦୦୧ରୁ ଅଷ୍ଟ୍ରେଲିଆ ଏଜବାଷ୍ଟନରେ କୌଣସି ଫର୍ମାଟରେ ମ୍ୟାଚ୍ ଜିତିପାରି ନାହିଁ। ବିଶ୍ୱକପ୍ ସେମିଫାଇନାଲରେ ମଧ୍ୟ ଇଂଲଣ୍ଡ ଜେସନ୍ ରୟଙ୍କ ୮୫ ରନ୍ ବଳରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଏହି ମଇଦାନରେ ତା'ର ଶେଷ ୧୧ ଅନ୍ତର୍ଜାତୀୟ ମ୍ୟାଚରେ ହାରିନାହିଁ। ଏହି ସିରିଜ୍ ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ମଧ୍ୟ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story