ଆଇପିଏଲ୍: ରାଜକୋଟ ଦଳର କୋଚ୍ ହୋଇପାରନ୍ତି ଗ୍ୟାରୀ କ୍ରୀଷ୍ଟନ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ଦିଲ୍ଲୀ ଡେୟାରଡେଭିଲ୍ସର ପୂର୍ବତନ କୋଚ୍ ଗ୍ୟାରୀ କ୍ରୀଷ୍ଟନ୍ ପୁଣି ଥରେ ଆଇପିଏଲର ନବମ ସଂସ୍କରଣକୁ ଫେରୁଛନ୍ତି। ସେ ନବଗଠିତ ଦଳ ରାଜକୋଟର କୋଚ୍ ଭାବେ ଦାୟିତ୍ୱ ନେଇ ପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ୨୦୧୬ ଓ ୨୦୧୭ ଆଇପିଏଲ ସଂସ୍କରଣ ପାଇଁ ବାସନ୍ଦ ହୋଇଥିବା ଚେନ୍ନାଇ ଓ ରାଜସ୍ଥାନ ଦଳରୁ ବହୁ ଖେଳାଳି ପୁଣେ ଓ ରାଜକୋଟ ଦଳରେ ସ୍ଥାନ ପାଇବା ଆଶା ରହିଛି। ଏହି ଦୃଷ୍ଟିରୁ […]

Gary-Kirsten-GI

Gary-Kirsten-GI

Rakesh Mallick
  • Published: Monday, 28 December 2015
  • Updated: 28 December 2015, 04:46 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ଦିଲ୍ଲୀ ଡେୟାରଡେଭିଲ୍ସର ପୂର୍ବତନ କୋଚ୍ ଗ୍ୟାରୀ କ୍ରୀଷ୍ଟନ୍ ପୁଣି ଥରେ ଆଇପିଏଲର ନବମ ସଂସ୍କରଣକୁ ଫେରୁଛନ୍ତି। ସେ ନବଗଠିତ ଦଳ ରାଜକୋଟର କୋଚ୍ ଭାବେ ଦାୟିତ୍ୱ ନେଇ ପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ୨୦୧୬ ଓ ୨୦୧୭ ଆଇପିଏଲ ସଂସ୍କରଣ ପାଇଁ ବାସନ୍ଦ ହୋଇଥିବା ଚେନ୍ନାଇ ଓ ରାଜସ୍ଥାନ ଦଳରୁ ବହୁ ଖେଳାଳି ପୁଣେ ଓ ରାଜକୋଟ ଦଳରେ ସ୍ଥାନ ପାଇବା ଆଶା ରହିଛି। ଏହି ଦୃଷ୍ଟିରୁ ଗ୍ୟାରୀ କ୍ରୀଷ୍ଟନଙ୍କୁ ମଧ୍ୟ ରାଜକୋଟ ଦଳରେ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ଫେବ୍ରୁଆରୀରେ ଖେଳାଳି ଚୟନ ପାଇଁ ନିଲାମି ହେବ।

ଗ୍ୟାରୀ ଭାରତୀୟ ଦଳର କୋଚ ଦାୟିତ୍ୱରେ ଥିବା ବେଳେ ଦଳ ବହୁ ସଫଳତା ପାଇଛି। ସେହିପରି ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ୨ ବର୍ଷ କୋଚ ଭାବେ ଦାୟିତ୍ୱ ନେଇ ଦଳକୁ ବେଶୀ ନ ହେଲେ ବି ଆଖି ଦୃର୍ଶିଆ ସଫଳତା ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଗ୍ୟାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos