ବେଙ୍ଗାଲୁରୁ: ଦିଲ୍ଲୀକୁ ୧୩୯ ରନରେ ହରାଇ ଗୁଜରାଟ ଜିତିଯାଇଛି ବିଜୟ ହଜାରେ ଟ୍ରଫି। ଏହା ସହିତ ଗୁଜରାଟ ଦଳ ପ୍ରଥମ ଥର ପାଇଁ ହାତେଇଛି ବିଜୟ ହଜାରେ ଟ୍ରଫି। ଏଥର ଦିଲ୍ଲୀ ଏହି ଟ୍ରଫି ଜିତିବ ବୋଲି ସମସ୍ତେ ଆକଳନ କରିଥିବା ବେଳେ ଗୁଜରାଟ ଆଶ୍ଚର୍ଯ୍ୟଜନକ ଭାବେ ଏହି ଟ୍ରଫି ହାତେଇଛି। ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗୁଜରାଟ ଦଳର କ୍ୟାପଟେନ ପାର୍ଥିବ ପଟେଲ ଓ ବୋଲର ଜଶପ୍ରୀତ ଆରପି ସିଂହ। ଶତକୀୟ ଇନିଂସ ଖେଳିଥିବା ପାର୍ଥିବଙ୍କୁ ଦିଆଯାଇଥିଲା ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର।
ଗୁଜରାଟ ପ୍ରଥମ ବ୍ୟାଟି କରି ସମସ୍ତ ୱିକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ପାର୍ଥିବ ପଟେଲ ୧୦୫ରନ କରିଥିବା ବେଳେ ରୁଜୁଲ ଭଟ୍ଟ ୬୦ ରନ କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ଦଳ ମାତ୍ର ୧୩୪ ରନରେ ସମସ୍ତ ୱିକେଟ ହରାଇଥିଲା। ଦଳ ପକ୍ଷରୁ ନେଗୀ ସର୍ବାଧିକ ୫୭ ରନ କରିଥିଲେ। ଗୁଜରାଟ ବୋଲର ଜଶପ୍ରୀତ ଓ ଆରପି ସିଂହଙ୍କ ବଲର ସମ୍ମୁଖୀନ ହୋଇପାରି ନଥିଲେ ଦିଲ୍ଲୀ ଖେଳଳି। ଜସପ୍ରୀତ ୨୮ ରନ ଦେଇ ୫ଟି ୱିକେଟ ନେଇଥିବା ବେଳେ ଆରପି ସଂହ ୪୨ ରନ ଦେଇ ୪ଟି ୱିକେଟ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।