ମୁମ୍ବାଇ ପୁଲିସକୁ ହାର୍ଦ୍ଦିକଙ୍କ ସାଲ୍ୟୁଟ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଭାରତରେ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଛି। ଏହା ମଧ୍ୟରେ ପୁଲିସକର୍ମୀ ଓ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ଭୂମିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏମାନଙ୍କର ଯୋଗଦାନକୁ ପ୍ରଶଂସା କରିବା ପାଇଁ ଦେଶର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ସେହିପରି ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଏଥିରେ ନିଜକୁ ସାମିଲ୍ କରିଛନ୍ତି। ପାଣ୍ଡ୍ୟା ଟ୍ୱିଟର୍ ଜରିଆରେ ମୁମ୍ବାଇ ପୁଲିସକୁ ସାଲ୍ୟୁଟ୍ କରିଛନ୍ତି। ମୁମ୍ବାଇ […]

pandya

pandya

Ranjit Kumar Jena
  • Published: Friday, 10 April 2020
  • Updated: 10 April 2020, 07:05 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଭାରତରେ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଛି। ଏହା ମଧ୍ୟରେ ପୁଲିସକର୍ମୀ ଓ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ଭୂମିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏମାନଙ୍କର ଯୋଗଦାନକୁ ପ୍ରଶଂସା କରିବା ପାଇଁ ଦେଶର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ସେହିପରି ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଏଥିରେ ନିଜକୁ ସାମିଲ୍ କରିଛନ୍ତି।

ପାଣ୍ଡ୍ୟା ଟ୍ୱିଟର୍ ଜରିଆରେ ମୁମ୍ବାଇ ପୁଲିସକୁ ସାଲ୍ୟୁଟ୍ କରିଛନ୍ତି। ମୁମ୍ବାଇ ପୁଲିସ୍ ପକ୍ଷରୁ ଟ୍ୱିଟରରେ ଜାରି କରାଯାଇଥିବା ଏକ ଭିଡିଓକୁ ରିଟ୍ୱିଟ୍ କରି ପାଣ୍ଡ୍ୟା କହିଛନ୍ତି, ମୁମ୍ବାଇ ପୁଲିସ୍ ଓ ବାକି ଅଧିକାରୀଙ୍କୁ ମୋର ବହୁତ ଭଲପାଇବା ଏବଂ ଶୁଭକାମନା। ସେମାନେ ଆମକୁ ସୁରକ୍ଷିତ ରଖିବା ପାଇଁ କେତେ ପରିଶ୍ରମ କରୁଛନ୍ତି। ମୁମ୍ବାଇ ପୁଲିସ୍ ଏକ ଭିଡିଓ ପୋଷ୍ଟ କରିଥିଲା, ଯେଉଁଥିରେ ସେମାନଙ୍କର କାମକୁ ଦର୍ଶା ଯାଇଥିଲା।


ଏହି ଭିଡିଓରେ କ୍ୟାପସନ୍ ଥିଲା ଯେ ଆପଣଙ୍କୁ ଲାଗୁଛି ଯେ ଲକଡାଉନ୍ ବହୁତ ଲମ୍ବା ଚାଲିଛି। ଥରେ ଭାବନ୍ତୁ ତ ଯଦି ଆମେ ଘରେ ଥାନ୍ତୁ ତାହେଲେ ଆମେ କ'ଣ କରିଥାନ୍ତୁ। ଏହି ଭିଡିଓରେ ବାର୍ତ୍ତା ଥିଲା, ଆପଣମାନେ ଘରେ ବସି ଭାବୁଛନ୍ତି ଯେ କ'ଣ କରାଯିବ। କିନ୍ତୁ କିଛି ଲୋକଙ୍କୁ ତ ବାହାରକୁ ବାହାରିବାକୁ ପଡ଼ିଥାଏ।

ସୂଚନାଯୋଗ୍ୟ, କରୋନଭାଇରସ୍ ଯୋଗୁ ସାରା ବିଶ୍ୱର ଖେଳ ଗତିବିଧି ବନ୍ଦ ହୋଇସାରିଛି। ଭାରତର ବହୁ ଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ମଧ୍ୟ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖି ଲାଗୁଛି ଯେ ଏବେ ଆଇପିଏଲ୍ ସମ୍ଭବ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos