ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବାଦ୍ ପଡ଼ିଲେ ଅଷ୍ଟ୍ରେଲିଆର ଫାଷ୍ଟ୍ ବୋଲର୍ ଜନ୍ ହାଷ୍ଟିଙ୍ଗ୍ସ

ନୂଆଦିଲ୍ଲୀ: ପାଦର ଗଣ୍ଠିରେ ଆଘାତ ଲାଗିବା ଯୋଗୁଁ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବାଦ୍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଫାଷ୍ଟ୍ ବୋଲର୍ ଜନ୍ ହାଷ୍ଟିଙ୍ଗ୍ସ। ତାଙ୍କ ସ୍ଥାନରେ ସ୍କଟ୍ ବୋଲାଣ୍ଡଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ହାଷ୍ଟିଙ୍ଗଙ୍କ ପାଦର ଗଣ୍ଠିରେ ଆଘାତ ଲାଗିଥିଲା। ଏହା ପରେ ସେ ଭାରତରୁ ଫେରି ଯାଇଥିଲେ ସିଡ୍‌ନୀ। ସେଠାରେ ସ୍କାନ୍ କରିବା ପରେ ଆଘାତ ଗୁରୁତର ଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ରେ ଅଷ୍ଟ୍ରେଲିଆ ଏକ […]

john hastings

john hastings

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:31 AM IST

john hastingsନୂଆଦିଲ୍ଲୀ: ପାଦର ଗଣ୍ଠିରେ ଆଘାତ ଲାଗିବା ଯୋଗୁଁ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବାଦ୍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଫାଷ୍ଟ୍ ବୋଲର୍ ଜନ୍ ହାଷ୍ଟିଙ୍ଗ୍ସ। ତାଙ୍କ ସ୍ଥାନରେ ସ୍କଟ୍ ବୋଲାଣ୍ଡଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ହାଷ୍ଟିଙ୍ଗଙ୍କ ପାଦର ଗଣ୍ଠିରେ ଆଘାତ ଲାଗିଥିଲା। ଏହା ପରେ ସେ ଭାରତରୁ ଫେରି ଯାଇଥିଲେ ସିଡ୍‌ନୀ। ସେଠାରେ ସ୍କାନ୍ କରିବା ପରେ ଆଘାତ ଗୁରୁତର ଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ୱେଷ୍ଟଇଣ୍ଡିଜ୍‌ରେ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ଦିନିକିଆ ସିରିଜ୍ ଖେଳିବ। ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ସହିତ ଦକ୍ଷିଣ ଆଫ୍ରିକା ଏହି ସିରିଜ୍ ଖେଳିବ। ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍ ୬ ତାରିଖରେ ଗୁଆନାରେ ହେବ। ଜୁନ୍ ୧୦ ତାରିଖରେ ଦଳ ୱେଷ୍ଟଇଣ୍ଡିଜକୁ ଭେଟିବ। ଜୁନ୍ ୨୪ ତାରିଖରେ ଏହି ତ୍ରିପାକ୍ଷିକ ସିରିଜ୍‌ର ଫାଇନାଲ୍ ମ୍ୟାଚ୍ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos