ଟିମ୍ ଇଣ୍ଡିଆର ପ୍ରସ୍ତୁତିକୁ ନେଇ ଏମିତି କହିଲେ ବିରାଟ୍

ସାଉଥହାମ୍ପଟନ୍: ବୁଧବାର ଭାରତ ତା’ର ବିଶ୍ୱକପ୍ ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହା ପୂର୍ବରୁ ମଙ୍ଗଳବାର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ଟିମର ପ୍ରସ୍ତୁତି ସମ୍ବନ୍ଧରେ କହିଛନ୍ତି। ବିରାଟ୍ କହିଛନ୍ତି, ବର୍ତ୍ତମାନ ଆମ ଟିମ୍ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଟିମଠାରୁ ଉନ୍ନତ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଫାଇନାଲରେ ଆମେ ଭଲ ଖେଳିଥିବା ପାକିସ୍ତାନଠାରୁ ହାରିଥିଲୁ। ଏହି ପରାଜୟ ପରେ ଆମେ ଟିମରେ ଅନେକ […]

virat

virat

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 09:10 PM IST

Sports

Latest News

ସାଉଥହାମ୍ପଟନ୍: ବୁଧବାର ଭାରତ ତା'ର ବିଶ୍ୱକପ୍ ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହା ପୂର୍ବରୁ ମଙ୍ଗଳବାର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ଟିମର ପ୍ରସ୍ତୁତି ସମ୍ବନ୍ଧରେ କହିଛନ୍ତି।

ବିରାଟ୍ କହିଛନ୍ତି, ବର୍ତ୍ତମାନ ଆମ ଟିମ୍ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଟିମଠାରୁ ଉନ୍ନତ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଫାଇନାଲରେ ଆମେ ଭଲ ଖେଳିଥିବା ପାକିସ୍ତାନଠାରୁ ହାରିଥିଲୁ। ଏହି ପରାଜୟ ପରେ ଆମେ ଟିମରେ ଅନେକ ପରିବର୍ତ୍ତନ କରିଛୁ। ମଧ୍ୟକ୍ରମରେ ୱିକେଟ୍ ନେବା ପାଇଁ ଟିମରେ ରିଷ୍ଟ ସ୍ପିନର(ୟୁଜବେନ୍ଦ୍ର ଚହଲ୍ ଓ କୁଲଦୀପ ଯାଦବ)ଙ୍କୁ ସାମିଲ୍ କରାଯାଇଛି। ଏହାଛଡ଼ା ଟିମକୁ ଅଧିକ ସନ୍ତୁଳିତ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି। ସୂଚନାଯୋଗ୍ୟ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଥିଲା।

ସେହିପରି କେଦାର ଯାଦବଙ୍କ ଫିଟନେସକୁ ନେଇ ବିରାଟ୍ କହିଛନ୍ତି, କେଦାର ଏବେ ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ୍ କରୁଛନ୍ତି ଏବଂ ସେ ଫିଟ୍ ଅଛନ୍ତି। କେଦାର ଟିମର ଜଣେ ଉପଯୋଗୀ ଖେଳାଳି ଏବଂ ତାଙ୍କ ଉପସ୍ଥିତି ଟିମକୁ ଅଧିକ ସନ୍ତୁଳିତ କରିଥାଏ। କେଦାରଙ୍କ ବ୍ୟତୀତ ବାକି ସବୁ ଖେଳାଳି ମଧ୍ୟ ଫିଟ୍ ଅଛନ୍ତି।

ଅଧିନାୟକ ଭାବେ ନିଜର ପ୍ରଥମ ବିଶ୍ୱକପ୍ ମୁକାବିଲାକୁ ନେଇ କୋହଲି କହିଛନ୍ତି, ଏହା ମୋ ପାଇଁ ଗର୍ବର କଥା। ୨୦୧୧ ଏବଂ ୨୦୧୫ ବିଶ୍ୱକପରେ କୋହଲି ଟିମର ସଦସ୍ୟ ଥିଲେ ଏବଂ ଦୁଇଟି ଯାକ ସଂସ୍କରଣରେ ସେ ନିଜର ପ୍ରଥମ ମ୍ୟାଚରେ ଶତକ ମାରିଥିଲେ। ତେଣୁ ଆସନ୍ତାକାଲି ବିରାଟଙ୍କଠାରୁ ଆଉ ଏକ ଶତକର ଆଶା କରାଯାଉଛି।

କୋହଲି କହିଛନ୍ତି, ଜଣେ କ୍ୟାପଟେନ୍ ପାଇଁ ବିଶ୍ୱକପ୍ କୌଣସି ପରୀକ୍ଷାଠାରୁ କମ୍ ନୁହେଁ। ଆମକୁ ବିଶ୍ୱକପରେ ୯ଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ପ୍ରତି ଟିମ୍ ବିପକ୍ଷରେ ଅଲଗା ଅଲଗା ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଏପରିକି ଏଭଳି ଏକ ଲମ୍ବା ଟୁର୍ଣ୍ଣାମେଣ୍ଟରେ ଆମ ସାମ୍ନାରେ ଅଲଗା ଟିମ୍ ରହିବ। ତେଣୁ ଆମକୁ ସତର୍କତାର ସହ ଖେଳିବାକୁ ପଡ଼ିବ ବୋଲି କୋହଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story