ଶାହାରୟାରଙ୍କ ହାର୍ଟସର୍ଜରୀ ସଫଳ

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଶାହାରୟାର ଖାନ୍‌ଙ୍କର ଆଜି ଲଣ୍ଡନରେ ହାର୍ଟସର୍ଜରୀ ସଫଳ ହୋଇଛି। ଶୁକ୍ରବାର ସେ ଲଣ୍ଡନର ରୟାଲ ବ୍ରୋମ୍ଫଟନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସଫଳତାର ସହ ତାଙ୍କର ହାର୍ଟ ସର୍ଜରୀ କରାଯାଇଛି।

ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି,“ଶାହାରୟାର ଏବେ ଆଇସିୟୁ ଅଛନ୍ତି। ସେ ସୁସ୍ଥ ଅଛନ୍ତି। ତାଙ୍କୁ ଏକ ସପ୍ତାହ ପରେ ଡିସ୍‌ଚାର୍ଜ କରାଯିବ।”