ହୋବାର୍ଟ ଇଣ୍ଟରନ୍ୟାଶନାଲ୍‌: ମହିଳା ଡବଲ୍ସ ଫାଇନାଲରେ ସାନିଆ

ହୋବାର୍ଟ: ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜା ନିଜର ପ୍ରତ୍ୟାବର୍ତ୍ତନ ଟୁର୍ଣ୍ଣାମେଣ୍ଟ ଅର୍ଥାତ୍ ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ସାନିଆ ଓ ତାଙ୍କ ସାଥୀ ଖେଳାଳି ୟୁକ୍ରେନର ନାଦିଆ କିଚେନୋକଙ୍କ ସହ ମିଶି ସେମିଫାଇନାଲରେ ସ୍ଲୋଭେନିଆ-ଚେକ୍ ରିପବ୍ଲିକ୍ ଯୋଡ଼ି ତାମାରା ଜିଦାନସେକ୍ ଓ ମ୍ୟାରି ବୁଜକୋକାଙ୍କୁ ହରାଇ ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ପଞ୍ଚମ ସିଡ୍ […]

sania

sania

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 06:37 PM IST

ହୋବାର୍ଟ: ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜା ନିଜର ପ୍ରତ୍ୟାବର୍ତ୍ତନ ଟୁର୍ଣ୍ଣାମେଣ୍ଟ ଅର୍ଥାତ୍ ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ଶୁକ୍ରବାର ସାନିଆ ଓ ତାଙ୍କ ସାଥୀ ଖେଳାଳି ୟୁକ୍ରେନର ନାଦିଆ କିଚେନୋକଙ୍କ ସହ ମିଶି ସେମିଫାଇନାଲରେ ସ୍ଲୋଭେନିଆ-ଚେକ୍ ରିପବ୍ଲିକ୍ ଯୋଡ଼ି ତାମାରା ଜିଦାନସେକ୍ ଓ ମ୍ୟାରି ବୁଜକୋକାଙ୍କୁ ହରାଇ ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ପଞ୍ଚମ ସିଡ୍ ଇଣ୍ଡୋ-ୟୁକ୍ରେନ୍ ଯୋଡ଼ି ୭-୬ (୩), ୬-୨ ସେଟରେ ବିଜୟୀ ହୋଇଛନ୍ତି।

ଫାଇନାଲରେ ସାନିଆ ଓ କିଚେନୋକଙ୍କ ଯୋଡ଼ି ଚାଇନିଜ୍ ଯୋଡ଼ି ଝାଙ୍ଗ ଶୁଆଇ ଏବଂ ପେଙ୍ଗ ଶୁଆଇଙ୍କୁ ଭେଟିବେ। ୩୩ ବର୍ଷୀୟ ସାଇନା ଦୀର୍ଘ ଦୁଇବର୍ଷ ପରେ ଡବ୍ଲ୍ୟୁଟିଏ ସର୍କିଟକୁ କମବ୍ୟାକ୍ କରିଛନ୍ତି। ଏହି ଦୁଇବର୍ଷର ବ୍ରେକ୍ ମଧ୍ୟରେ ସାନିଆ ଏକ ପୁତ୍ର ସନ୍ତାନକୁ ମଧ୍ୟ ଜନ୍ମ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos