ଭୁବନେଶ୍ୱର: ଓଡ଼ିଶା ହକି ପୁରୁଷ ୱାର୍ଲ୍ଡ କପର ସଫଳ ଆୟୋଜନ ପରେ ରାଜଧାନୀକୁ ପୁଣିଥରେ ହକି ଫିଭର୍ ଦେଖିବାକୁ ମିଳିବ। ଆସନ୍ତା ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାରଠାରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ସୋମବାର ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଟିକେଟ୍ https://ticketgenie.in/ ୱେବସାଇଟରେ ଉପଲବ୍ଧ ହେବ। ଜୁନ୍ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଗ୍ରୁପ୍ ଷ୍ଟେଜ୍ ମୁକାବିଲା ପାଇଁ ଇଷ୍ଟ ଷ୍ଟାଣ୍ଡ୍ ଟିକେଟର ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସାଉଥ୍ ଓ ନର୍ଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଲେଖାଏ ରଖାଯାଇଛି।
ସେହିପରି ୧୪ ଓ ୧୫ ତାରିଖରେ ହେବାକୁଥିବା ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୫୦ ଏବଂ ସାଉଥ ଓ ନର୍ଥ ଷ୍ଟାଣ୍ଡ ପାଇଁ ୧୫୦ ଟଙ୍କା ଲେଖାଏ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବ୍ୟତୀତ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜାପାନ, ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷ୍, ଉଜବେକିସ୍ତାନ ଟିମ୍ ଭାଗ ନେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।