ଓଡ଼ିଶାକୁ ହକି ଇଣ୍ଡିଆର ସହାୟତା

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ହକି ଇଣ୍ଡିଆ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି। ହକି ଇଣ୍ଡିଆ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୮୦ହଜାରରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଥିବା ବେଳେ ଭାରତରେ ମଧ୍ୟ ମୃତକଙ୍କ ସଂଖ୍ୟା ପାଖାପାଖି ୧୫୦ ଛୁଇଁଲାଣି। ଏଭଳି କଠିନ ସମୟରେ ବିଭିନ୍ନ ସେଲିବ୍ରିଟି କିମ୍ବା ସଂସ୍ଥା ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରିଛନ୍ତି। ଓଡ଼ିଶା […]

hockey

hockey

Ranjit Kumar Jena
  • Published: Wednesday, 08 April 2020
  • Updated: 08 April 2020, 07:18 PM IST

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ହକି ଇଣ୍ଡିଆ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି। ହକି ଇଣ୍ଡିଆ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୮୦ହଜାରରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଥିବା ବେଳେ ଭାରତରେ ମଧ୍ୟ ମୃତକଙ୍କ ସଂଖ୍ୟା ପାଖାପାଖି ୧୫୦ ଛୁଇଁଲାଣି। ଏଭଳି କଠିନ ସମୟରେ ବିଭିନ୍ନ ସେଲିବ୍ରିଟି କିମ୍ବା ସଂସ୍ଥା ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରିଛନ୍ତି।

ଓଡ଼ିଶା ସରକାରଙ୍କୁ ସହାୟତା ପ୍ରଦାନ କରିବା ନେଇ ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ହକି ଇଣ୍ଡିଆ ଓଡ଼ିଶାକୁ ୨୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ମୁଁ ଆଶା କରୁଛି ଏହା ଛୋଟିଆ ସାହାଯ୍ୟ ନିଶ୍ଚିତ ଭାବେ ଓଡ଼ିଶାକୁ କରୋନା ବିରୋଧରେ ଲଢ଼ିବା ପାଇଁ ସହଯୋଗ କରିବ।

ସୂଚନାଯୋଗ୍ୟ, ଓଡ଼ିଶାରେ ହକିର ବେଶ୍ ଚାହିବା ରହିଛ। ଓଡ଼ିଶା ବର୍ତ୍ତମାନ ଭାରତୀୟ ହକି ଟିମର ମୁଖ୍ୟ ପ୍ରାୟୋଜକ ରହିଛି। ଏହାଛଡ଼ା ହକି ଇଣ୍ଡିଆର ମଧ୍ୟ ଓଡ଼ିଶା ପ୍ରତି ସର୍ବଦା ସମର୍ଥନ ରହିଆସିଛି। ଏହା ପୂର୍ବରୁ ହକି ଇଣ୍ଡିଆ କରୋନା ବିରୋଧରେ ଲଢ଼େଇ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ୧କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos