ଆମେରିକାଠାରୁ ୨-୩ରେ ହାରିଲା ଭାରତୀୟ ମହିଳା ହକି ଦଳ

ୱାସିଂଟନ୍‌ ଡିସି: ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତର ପ୍ରଥମ ମ୍ୟାଚ୍‌ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ମହିଳା ହକି ଦଳ। ଚାମ୍ପିଅନ୍‌ସ ଟ୍ରଫିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ଆଜି ଆମେରିକାଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି।

ଆମେରିକା ପକ୍ଷରୁ କାଥ୍‌ଲିନ୍‌ ୬ ମିନିଟରେ ପ୍ରଥମ ଗୋଲ, ୩୧ ମିନିଟ୍‌ରେ କାଟି ବାମ୍‌ ଦ୍ୱିତୀୟ ଓ କାଲସେ କାଲୋଜେପିକ୍‌ ୪୮ ତମ ମିନିଟ୍‌ରେ ଶେଷ ଗୋଲ ଦେଇଥିଲେ।

ଭାରତ ପକ୍ଷରୁ ପ୍ରୀତି ଦୁବେ ଖେଳ ଆରମ୍ଭର ୩୩ଟି ମିନିଟରେ ପ୍ରଥମ ଗୋଲ ଦେଇଥିବା ବେଳେ ଦୀପିକା ୩୮ ମିନିଟ୍‌ରେ ଆଉ ଗୋଟିଏ ଗୋଲ ଦେଇଥିଲେ। ଏହାପରେ ଦଳ ବହୁ ସଂଘର୍ଷ କରିଥିଲେ ମଧ୍ୟ ଆଉ ଗୋଲ ଦେଇପାରି ନ ଥିଲା।