ଚୟନକମିଟିରେ ପରିବର୍ତ୍ତନ ପାଇଁ ଗାଙ୍ଗୁଲିଙ୍କୁ ଅନୁରୋଧ କଲେ ଭଜି

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ଅଫ୍ ସ୍ପିନର ହରଭଜନ ସିଂହ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚୟନ କମିଟିରେ ପରିବର୍ତ୍ତନ କରିବା ନେଇ ଅପିଲ୍ କରିଛନ୍ତି। ହରଭଜନ କହିଛନ୍ତି, ଚୟନ କମିଟିରେ ମଜଭୁତ୍ ଲୋକ ରହିବା ଦରକାର। ନିକଟରେ ଚୟନକମିଟି ଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମର ଘୋଷଣା କରିଥିଲା। ଏଥିରେ ଗୋଟିଏ ନିଷ୍ପତ୍ତି ଏଭଳି ଥିଲା, ଯାହା ସମସ୍ତଙ୍କୁ କେବଳ ଚକିତ କରିନଥିଲା ବରଂ ସୋଶାଲ […]

bhajii

bhajii

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 08:27 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ଅଫ୍ ସ୍ପିନର ହରଭଜନ ସିଂହ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚୟନ କମିଟିରେ ପରିବର୍ତ୍ତନ କରିବା ନେଇ ଅପିଲ୍ କରିଛନ୍ତି। ହରଭଜନ କହିଛନ୍ତି, ଚୟନ କମିଟିରେ ମଜଭୁତ୍ ଲୋକ ରହିବା ଦରକାର। ନିକଟରେ ଚୟନକମିଟି ଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମର ଘୋଷଣା କରିଥିଲା। ଏଥିରେ ଗୋଟିଏ ନିଷ୍ପତ୍ତି ଏଭଳି ଥିଲା, ଯାହା ସମସ୍ତଙ୍କୁ କେବଳ ଚକିତ କରିନଥିଲା ବରଂ ସୋଶାଲ ମିଡିଆରେ ପ୍ରଶଂସକ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଚୟନକମିଟି ନିକଟରେ ଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଯେଉଁ ଟିମ୍ ଚୟନ କରିଥିଲା, ସେଥିରେ ସଞ୍ଜୁ ସାମସନଙ୍କୁ ଚୟନ କରାଯାଇଥିଲା। ଏହା ପରେ ଚୟନ କମିଟିର ଖୁବ୍ ସମାଲୋଚନା ହୋଇଥିଲା। ସଞ୍ଜୁଙ୍କୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ମିଳିଥିଲା, କିନ୍ତୁ ସେ ଅନ୍ତିମ ଏକାଦଶରେ ଖେଳିପାରିନଥିଲେ।

ସାମସନଙ୍କୁ ଟିମରୁ ହଟାଯିବା ପରେ ଥିରୁଅନନ୍ତପୁରମରୁ କଂଗ୍ରେସ ସାଂସଦ ଥିବା ଶଶୀ ଥରୁର ନିରାଶ ବ୍ୟକ୍ତ କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, "ସଞ୍ଜୁ ସାମସନଙ୍କୁ ସୁଯୋଗ ନମିଳିବା ମୋତେ ବହୁତ ନିରାଶ କରିଛି। ତାଙ୍କୁ ତିନୋଟି ଯାକ ଟି-୨୦ ମ୍ୟାଚରେ କେବଳ ପାଣି ଦେଉଥିବାର ଦେଖିବାକୁ ମିଳିଥିଲା। କ'ଣ ସେମାନେ (ଚୟନକର୍ତ୍ତା) ତାଙ୍କ ବ୍ୟାଟିଂ ଦେଖୁଥିଲେ ନା ହୃଦୟ।"

ହରଭଜନ ସୋମବାର ଥରୁରଙ୍କ ଟ୍ୱିଟର ଜବାବ ଦେଇ କହିଛନ୍ତି, "ମୋତେ ଲାଗୁଛି ସେମାନେ (ଚୟନକର୍ତ୍ତା) ତାଙ୍କର ହୃଦୟ ଦେଖୁଥିଲେ। ଚୟନକମିଟିରେ ପରିବର୍ତ୍ତନ ହେବା ଦରକାର। ଚୟନକମିଟିରେ ମଜଭୁତ୍ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି। ଆଶା କରୁଛି ଦାଦା (ସୌରଭ ଗାଙ୍ଗୁଲି) ଏହା ନିଶ୍ଚୟ କରିବେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos