ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍‌

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। କୋହଲିଙ୍କର ବର୍ତ୍ତମାନ ରେଟିଂ ପଏଣ୍ଟ ୯୨୮ ରହିଛି ଏବଂ ତାଙ୍କଠାରୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୧) ୧୭ ପଏଣ୍ଟ ପଛରେ ରହିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ପେସର ଯଶପ୍ରୀତ ବୁମ୍ରା ୭୯୪ ପଏଣ୍ଟ […]

virat

virat

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 04:43 PM IST

Sports

Latest News

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। କୋହଲିଙ୍କର ବର୍ତ୍ତମାନ ରେଟିଂ ପଏଣ୍ଟ ୯୨୮ ରହିଛି ଏବଂ ତାଙ୍କଠାରୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୧) ୧୭ ପଏଣ୍ଟ ପଛରେ ରହିଛନ୍ତି।

ବୋଲରଙ୍କ ରାଙ୍କିଙ୍ଗରେ ପେସର ଯଶପ୍ରୀତ ବୁମ୍ରା ୭୯୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ (ଅଷ୍ଟମ) ଏବଂ ମହମ୍ମଦ ଶାମି (୧୦) ଟପ୍‌-୧୦ରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୪୩୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଜିମ୍ବାୱେ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ମାରିଥିବା ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍ (୧୬) ଟପ୍‌-୨୦ରେ ପ୍ରବେଶ କରିଛନ୍ତି।

ଶ୍ରୀଲଙ୍କାର ଏହି ପୂର୍ବତନ କ୍ୟାପଟେନ୍ ଅଗଷ୍ଟ, ୨୦୧୪ରେ କ୍ୟାରିୟରର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ସେ ଦିନିକିଆ ରାଙ୍କିଙ୍ଗରେ ଟପ୍‌-୧୦ରେ ମଧ୍ୟ ରହିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଅଲରାଉଣ୍ଡର ତାଲିକାରେ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଷ୍ଟୋକ୍ସ ଦକ୍ଷିଣ ଆଫ୍ରିକା ବିପକ୍ଷ ପୋର୍ଟ ଏଲିଜାବେଥ୍ ଟେଷ୍ଟରେ ୧୨୦ ରନର ଶତକୀୟ ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story