ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଫାଇନାଲ୍‌ ସ୍ପଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ଗଗନ ଓ ଚୈନ

ରିଓ ଡି ଜାନେରିଓ: ଚଳିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ଷଷ୍ଠ ଦିନରେ ପୁରୁଷ ୫୦ ମିଟର ରାଇଫଲ୍ ପ୍ରୋନ୍‌ ଇଭେଣ୍ଟରେ ଏଲିମିନେସନ୍ ରାଉଣ୍ଡ୍ ପାର କରି ଯାଇଛନ୍ତି ଦୁଇ ଭାରତୀୟ ଗଗନ ନାରଙ୍ଗ ଓ ଚୈନ ସିଂହ। ଏଲିମିନେସନ୍ ରାଉଣ୍ଡରେ ଅଲିମ୍ପିକ ବ୍ରୋଞ୍ଜ ବିଜେତା ନାରଙ୍ଗ ୬୨୦ ସ୍କୋର କରି ୧୧ତମ ସ୍ଥାନରେ ରହିଥିବା ବେଳେ ଚୈନ୍‌ ୬୨୨.୫ ସ୍କୋର କରି ଷଷ୍ଠ ସ୍ଥାନରେ ରହିଥିଲେ। ସପ୍ତମ ଦିନରେ ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଓ ଫାଇନାଲ୍‌ ରାଉଣ୍ଡ […]

Gagan Narang

Gagan Narang

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 12:41 PM IST

Sports

Latest News

[caption id="attachment_79977" align="alignleft" width="150"]Gagan Narang ଗଗନ ନାରଙ୍ଗ[/caption]

ରିଓ ଡି ଜାନେରିଓ: ଚଳିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ଷଷ୍ଠ ଦିନରେ ପୁରୁଷ ୫୦ ମିଟର ରାଇଫଲ୍ ପ୍ରୋନ୍‌ ଇଭେଣ୍ଟରେ ଏଲିମିନେସନ୍ ରାଉଣ୍ଡ୍ ପାର କରି ଯାଇଛନ୍ତି ଦୁଇ ଭାରତୀୟ ଗଗନ ନାରଙ୍ଗ ଓ ଚୈନ ସିଂହ।

ଏଲିମିନେସନ୍ ରାଉଣ୍ଡରେ ଅଲିମ୍ପିକ ବ୍ରୋଞ୍ଜ ବିଜେତା ନାରଙ୍ଗ ୬୨୦ ସ୍କୋର କରି ୧୧ତମ ସ୍ଥାନରେ ରହିଥିବା ବେଳେ ଚୈନ୍‌ ୬୨୨.୫ ସ୍କୋର କରି ଷଷ୍ଠ ସ୍ଥାନରେ ରହିଥିଲେ।

ସପ୍ତମ ଦିନରେ ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଓ ଫାଇନାଲ୍‌ ରାଉଣ୍ଡ ଖେଳାଯିବ।

୯୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଗଗନ ଓ ଚୈନଙ୍କ ସମେତ ୫୬ ଜଣ ଯୋଗ୍ୟତା ରାଉଣ୍ଡରେ ପ୍ରବେଶ କରିଛନ୍ତି। ଭାରତର ଆଉ ଜଣେ ପ୍ରତିଯୋଗୀ ସଂଜୀବ ରାଜପୁତ ଏଲିମିନେସନ୍ ରାଉଣ୍ଡରେ ୬୧୭.୩ ସ୍କୋର କରି ୩୧ତମ ସ୍ଥାନରେ ରହିଥିଲେ ଓ ଯୋଗ୍ୟତା ପର୍ଯ୍ୟାୟକୁ ପ୍ରବେଶ କରିପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos