ଅଷ୍ଟ୍ରେଲିଆ ଲଢ଼ିଲା, ଭାରତ ଜିତିଲା

ଆଡେଲେଡ: ବିଜୟ ଟାର୍ଗେଟ୍ ଥିଲା ୩୨୩। ଚାରି ଦିନର ଖେଳ ଦେଖିଲେ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟ ଥିଲା। ତେବେ ଅଷ୍ଟ୍ରେଲିଆ ଭଳିଆ ଟିମ୍ ପାଇଁ ଏହା ଅସମ୍ଭବ ନଥିଲା। ସେମାନେ ଲଢ଼ିଥିଲେ। କିନ୍ତୁ ଭାରତୀୟ ବୋଲର ବି ଥିଲେ ନଛଡ଼ୋବନ୍ଦା। ଆଉ ଏଭଳି ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶେଷରେ ଭାରତ ବିଜୟୀ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୩୧ ରନ୍‌ରେ ଜିତିଛି। ଏହା ସହିତ ଦଳ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ୧-୦ରେ […]

cricket

cricket

Jitendra Garnayak
  • Published: Monday, 10 December 2018
  • Updated: 10 December 2018, 11:41 AM IST

Sports

Latest News

ଆଡେଲେଡ: ବିଜୟ ଟାର୍ଗେଟ୍ ଥିଲା ୩୨୩। ଚାରି ଦିନର ଖେଳ ଦେଖିଲେ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟ ଥିଲା। ତେବେ ଅଷ୍ଟ୍ରେଲିଆ ଭଳିଆ ଟିମ୍ ପାଇଁ ଏହା ଅସମ୍ଭବ ନଥିଲା। ସେମାନେ ଲଢ଼ିଥିଲେ। କିନ୍ତୁ ଭାରତୀୟ ବୋଲର ବି ଥିଲେ ନଛଡ଼ୋବନ୍ଦା। ଆଉ ଏଭଳି ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶେଷରେ ଭାରତ ବିଜୟୀ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୩୧ ରନ୍‌ରେ ଜିତିଛି। ଏହା ସହିତ ଦଳ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

ଗତକାଲି ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଦଳ ପାଖରେ ଆଉ ୬ଟି ୱିକେଟ୍ ଥିବା ବେଳେ ଆଜି ପୂରା ଦିନଟି ଥିଲା। ତେବେ ଦଳ ୨୯୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସ୍‌ରେ ୧୨୩ ରନ୍ ଓ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍ କରିଥିବା ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

ଗତକାଲିଠାରୁ ନଟ୍‌ ଆଉଟ୍ ରହିଥିବା ଶନ୍ ମାର୍ଶ ଓ ଟ୍ରାଭିସ୍ ହେଡ୍ ଆଜି ପାଳି ଆରମ୍ଭ କରିଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୭୨ ରନ୍ କରିଥିବା ହେଡ୍ ଆଜି ପ୍ରଥମେ ଆଉଟ୍ ହୋଇଥିଲେ। ମାତ୍ର ୧୪ ରନ୍ କରି ସେ ଆଉଟ୍ ହୋଇଥିଲେ।

ମାର୍ଶ ୬୦ ରନ୍ କରିଥିଲେ। ସେ ଯଶପ୍ରୀତ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ ଟିମ୍‌ ପାଇନ୍ ପାଳି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୪୧ ରନ୍ କରିଥିବା ବେଳେ ସେ ବୁମ୍ରାଙ୍କ ଏକ ବଲ୍‌ରେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଶେଷ ଆଡ଼କୁ ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କ ଓ ନାଥନ ଲିୟନ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିଥିଲେ। ତେବେ ବିଫଳ ହୋଇଥିଲେ। କମିନ୍‌ସ ୨୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଷ୍ଟାର୍କ ବି ୨୮ ରନ୍ କରିଥିଲେ। ନାଥନ ଲିୟନ ୩୮ ରନ୍ କରି ଅପରାଜିତ ରହିଥିଲେ। ହାଜେଲ୍ ଉଡ୍ ୧୩ ରନ୍ କରିଥିଲେ।

viratଦ୍ୱିତୀୟ ଇନିଂସ୍‌ରେ ଯଶପ୍ରୀତ୍ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ପାଇଥିବା ବେଳେ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ।

୧୫ ବର୍ଷ ପରେ ଆଡେଲେଡରେ ଭାରତ ଟେଷ୍ଟ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପୁଣି ଥରେ ହରାଇବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୦୩ରେ ଭାରତୀୟ ଦଳ ଷ୍ଟିଭ୍‌ ୱାଗ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳକୁ ୪ ୱିକେଟ୍‌ରେ ହରାଇଥିଲା। ସେହିଭଳି ଶେଷ ଥର ପାଇଁ ଭାରତ ୨୦୦୮ରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଜିତିଥିଲା। ପର୍ଥରେ ଭାରତକୁ ଏହି ସଫଳତା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos