ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ-ଏ'ର ବିଜୟ ଶୁଭାରମ୍ଭ

ଲିଙ୍କନ୍‌: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଯାଇଥିବା ଭାରତ-ଏ କ୍ରିକେଟ୍ ଟିମ୍ ତା’ର ପ୍ରଥମ ମ୍ୟାଚରେ ଜିତି ଜବରଦସ୍ତ ଶୁଭାରମ୍ଭ କରିଛି। ଋତୁରାଜ ଗାଏକ୍ୱାଡ ଦମଦାର ବ୍ୟାଟିଂ ସାଙ୍ଗକୁ ଖଲୀଲ ଅହମ୍ମଦଙ୍କ ସଫଳ ବୋଲିଂକୁ ଆଧାର କରି ଭାରତ-ଏ ୯୨ ରନରେ ନ୍ୟୁଜିଲ୍ୟାଣ୍ଡ୍ ଏଦାଦଶକୁ ପରାସ୍ତ କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଭାରତ-ଏ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା। ଭାରତ-ଏ’ ପକ୍ଷରୁ ଗାଏକ୍ୱାଡ୍ ସର୍ବାଧିକ ୯୩ […]

ruturaj1

ruturaj1

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 06:56 PM IST

Sports

Latest News

ଲିଙ୍କନ୍‌: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଯାଇଥିବା ଭାରତ-ଏ କ୍ରିକେଟ୍ ଟିମ୍ ତା'ର ପ୍ରଥମ ମ୍ୟାଚରେ ଜିତି ଜବରଦସ୍ତ ଶୁଭାରମ୍ଭ କରିଛି। ଋତୁରାଜ ଗାଏକ୍ୱାଡ ଦମଦାର ବ୍ୟାଟିଂ ସାଙ୍ଗକୁ ଖଲୀଲ ଅହମ୍ମଦଙ୍କ ସଫଳ ବୋଲିଂକୁ ଆଧାର କରି ଭାରତ-ଏ ୯୨ ରନରେ ନ୍ୟୁଜିଲ୍ୟାଣ୍ଡ୍ ଏଦାଦଶକୁ ପରାସ୍ତ କରିଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଭାରତ-ଏ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା। ଭାରତ-ଏ' ପକ୍ଷରୁ ଗାଏକ୍ୱାଡ୍ ସର୍ବାଧିକ ୯୩ (୧୦୩ ବଲ୍‌, ୮ ଚୌକା, ୨ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁବମାଲ୍ ଗିଲ୍ (୫୦) ଓ ସୂର୍ଯ୍ୟକୁମାର ଯାଦବ (୫୦) ଅର୍ଦ୍ଧଶତକ ମାରିଥିବା ବେଳେ କୃନାଲ୍ ପାଣ୍ଡ୍ୟା ଦ୍ରୁତ ୪୧ (୩୧ ବଲ୍‌, ୨ ଚୌକା, ୩ ଛକା) ରନ୍ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ପକ୍ଷରୁ ଜ୍ୟାକ୍ ଗିବସନ୍ ୪ଟି ୱିକେଟ୍ ଅକ୍ତିଆର କରିଥିଲେ।

୨୮୦ ରନର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଏକାଦଶର ଆରମ୍ଭ ଭଲ ରହିଥିଲା। କିନ୍ତୁ ମଧ୍ୟକ୍ରମରେ ଖରାପ ବ୍ୟାଟିଂ ଯୋଗୁ ଘରୋଇ ଦଳ ୪୧.୧ ଓଭରରେ ୧୮୭ ରନରେ ସୀମିତ ରହିଥିଲା। ଦୁଇ ଓପ୍ନର ଜାକବ୍ ଭୁଲା (୫୦) ଓ ଜ୍ୟାକ୍ ବୋୟଲ୍ (୪୨)ଙ୍କ ବ୍ୟତୀତ ଡେନ୍ କ୍ଲିଭର୍ ୩୩ ରନର ଇନିଂସ୍ ଖେଳିଥିଲେ। ଭାରତର ଖଲୀଲ ୪୩ ରନ୍ ଦେଇ ୪ଟି ଏବଂ ମହମ୍ମଦ ସିରାଜ୍ ଓ କୃନାଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos