ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌ଠାରୁ ହାରିଗଲା ଭାରତୀୟ ମହିଳା ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ହକି ଟିମ୍ ଏବେ ସ୍ପେନ୍‌ ଗସ୍ତରେ ଅଛି। ଗତକାଲି ଦଳ ତା’ର ପ୍ରଥମ ମ୍ୟାଚ୍ ଘରୋଇ ଟିମ୍ ବିପକ୍ଷରେ ଖେଳିଥିଲା। ତେବେ ଗସ୍ତ ଆରମ୍ଭରୁ ହିଁ ଟିମ୍‌କୁ ଝଟକା ଲାଗିଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍ ୨-୩ ଗୋଲ୍‌ରେ ସ୍ପେନ୍‌ ଠାରୁ ହାରି ଯାଇଛି। ମ୍ୟାଚ୍‌ର ଅଷ୍ଟମ୍ ମିନିଟ୍‌ରେ ଭାରତ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେବେ ୧୨ତମ ମିନିଟ୍‌ରେ […]

hockey

hockey

Jitendra Garnayak
  • Published: Sunday, 27 January 2019
  • Updated: 27 January 2019, 09:20 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ହକି ଟିମ୍ ଏବେ ସ୍ପେନ୍‌ ଗସ୍ତରେ ଅଛି। ଗତକାଲି ଦଳ ତା’ର ପ୍ରଥମ ମ୍ୟାଚ୍ ଘରୋଇ ଟିମ୍ ବିପକ୍ଷରେ ଖେଳିଥିଲା। ତେବେ ଗସ୍ତ ଆରମ୍ଭରୁ ହିଁ ଟିମ୍‌କୁ ଝଟକା ଲାଗିଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍ ୨-୩ ଗୋଲ୍‌ରେ ସ୍ପେନ୍‌ ଠାରୁ ହାରି ଯାଇଛି।

ମ୍ୟାଚ୍‌ର ଅଷ୍ଟମ୍ ମିନିଟ୍‌ରେ ଭାରତ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେବେ ୧୨ତମ ମିନିଟ୍‌ରେ ଉଦିତା ଦଳ ପାଇଁ ପ୍ରତମ ଗୋଲ୍ କରିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ୨୩ତମ ମିନିଟ୍‌ରେ ଆୟୋଜକ ସ୍ପେନ୍‌ର ମାରିଆ ଟୋଷ୍ଟ ଭାରତ ଉପରେ ଏକ ଗୋଲ୍ ଦେଇ ସ୍ଥିତି ବାରାବର କରି ଦେଇଥିଲେ। ଏହା ପରେ ମ୍ୟାଚ୍‌ର ୩୯ ମିନିଟ୍ ଓ ୪୦ ମିନିଟ୍‌ରେ ସ୍ପେନ୍ ଆଉ ଦୁଇଟି ଗୋଲ୍ ଦେଇଥିଲା। ୪୮ତମ ମିନିଟ୍‌ରେ ଭାରତ ପକ୍ଷରୁ ଗୁରଜିତ ଆଉ ଏକ ଗୋଲ୍‌ ଦେଇଥିଲେ।

ଭାରତୀୟ ମହିଳା ଟିମ୍‌ ସ୍ପେନ୍‌ ବିପକ୍ଷରେ ଆଉ ତିନିଟି ମ୍ୟାଚ୍ ଖେଳିବ। ଏହାପରେ ଫେବ୍ରୁଆରୀ ୨ ଓ ୩ ତାରିଖରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos