ପାକିସ୍ତାନ ବିପକ୍ଷରେ ଭାରତ ବିଜୟୀ, ସେପଟେ ମ୍ୟାଚର ମଜା ଉଠାଇଲେ ପଳାତକ ଘୋଷିତ ବିଜୟ ମାଲ୍ୟା

ବର୍ମିଂଘାମରେ ଚାଲିଥିବା ଇଣ୍ଡିଆ ଓ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଭାରତ ବିଜୟୀ ହୋଇଛି।  ଭାରତ ପାକିସ୍ତାନକୁ 124 ରନରେ ପରାସ୍ତ କିରଛି ।  ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମ ବ୍ୟାଟିଂ କରି319 ରନର କରିଥିଲେ ହେଁ, ପାକିସ୍ତାନକୁ ଡିଏଲ୍ ନିୟମ ଆନୁସାରେ 324  ରନ୍ ଟାର୍ଗେଟ ମିଳିଥିଲା । ଜବାବରେ ପାକିସ୍ତାନ 164 ରନ କରି ଆଲଆଉଟ ହୋଇଯାଇଥିଲା ।  ଭାରତ ପକ୍ଷରୁ ରୋହିତ ଶର୍ମା […]

india

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 07:40 AM IST

ବର୍ମିଂଘାମରେ ଚାଲିଥିବା ଇଣ୍ଡିଆ ଓ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଭାରତ ବିଜୟୀ ହୋଇଛି।  ଭାରତ ପାକିସ୍ତାନକୁ 124 ରନରେ ପରାସ୍ତ କିରଛି ।  ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମ ବ୍ୟାଟିଂ କରି319 ରନର କରିଥିଲେ ହେଁ, ପାକିସ୍ତାନକୁ ଡିଏଲ୍ ନିୟମ ଆନୁସାରେ 324  ରନ୍ ଟାର୍ଗେଟ ମିଳିଥିଲା । ଜବାବରେ ପାକିସ୍ତାନ 164 ରନ କରି ଆଲଆଉଟ ହୋଇଯାଇଥିଲା ।  ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ91 ରନ କରିଥିବାବେଳେ ଅଧିନାୟକ ବିରାଟ81 ରନ କରିଥିଲେ।  ଧୁଆଁଧାର ଅର୍ଦ୍ଧ ଶତକ ହାସଲ କରିଥିବା ଯୁବରାଜ ସିଂଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯ଼ାଇଥିଲା । ସେପଟେ ବର୍ମିଂଘାମର ଏଜବେଷ୍ଟନ ପଡିଆରେ ଆଉ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।  ଭାରତରୁ ପଳାୟନ କରି ଲଣ୍ଡନରେ ଆତ୍ମଗୋପନ କରିଥିବା ବିଜୟ ମାଲ୍ୟା ଦର୍ଶକଙ୍କ ଗହଣରେ ମ୍ୟାଚର ଦେଖୁଥିବାର ଦୃଶ୍ୟ  ଦେଖିବାକୁ ମିଳିଛି । ଭାରତରୁ 9000 କୋଟି ଠକି ନେଇଥିବା ଅଭିଯ଼ୋଗରେ ବିଜୟ ମାଲ୍ୟଙ୍କୁ ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଜୁଥିବାବେଳେ ମାଲ୍ୟା ଲଣ୍ଡନରେ ଆତ୍ମଗୋପନ କରିଛନ୍ତି ।

Related story