ଟେଷ୍ଟ ଚାମ୍ପିୟନଶିପ୍ର ଶୀର୍ଷକୁ ଉଠିଲା ଟିମ୍ ଇଣ୍ଡିଆ
ବ୍ରିସବେନ୍: ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି। ଏହି ବିଜୟ ସହ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି। ଗାବା ଟେଷ୍ଟ ଜିତି ଭାରତ ୩୦ ପଏଣ୍ଟ ହାସଲ କରିଛି। ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୪୩୦ ପଏଣ୍ଟ ସହ ପ୍ରଥମ ସ୍ଥାନ କବଜା କରିଛି।
India on 🔝
After the hard-fought win at The Gabba, India move to the No.1 spot in ICC World Test Championship standings 💥
Australia slip to No.3 👇#WTC21 pic.twitter.com/UrTLE4Rui0
— ICC (@ICC) January 19, 2021
ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳି ୯ ବିଜୟ ହାସଲ କରିଥିବା ବେଳେ ୩ଟିରେ ପରାସ୍ତ ଏବଂ ଗୋଟିଏ ଡ୍ର’ ହୋଇଛି। ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲ୍ୟାଣ୍ଡ ୪୨୦ ପଏଣ୍ଟ ସହ ୨ୟ ଏବଂ ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ସହ ତୃତୀୟରେ ରହିଛି। ଯଦି ଆମେ ପଏଣ୍ଟ ପ୍ରତିଶତକୁ ଦେଖିବା, ତାହେଲେ ଭାରତର ଏବେ ୭୧.୭ ପ୍ରତିଶତ ପଏଣ୍ଟ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ୭୦.୦ ପ୍ରତିଶତ ରହିଛି। ଅଷ୍ଟ୍ରେଲିଆର ୬୯.୨ ପ୍ରତିଶତ ପଏଣ୍ଟ ଅଛି।
🇮🇳 India displace Australia to become the new No.2 in the @MRFWorldwide ICC Test Team Rankings 🎉#AUSvIND pic.twitter.com/ae4sPu3VdQ
— ICC (@ICC) January 19, 2021
ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଟିମ୍ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୨ୟ ସ୍ଥାନକୁ ଉଠିଛି। ସେହିପରି ଅଷ୍ଟ୍ରେଲିଆ ଟେଷ୍ଟ ରାଙ୍କିଙ୍ଗର ତୃତୀୟ ସ୍ଥାନକୁ ଖସି ଆସିଛି। ନ୍ୟୁଜିଲ୍ୟାଣ୍ଡ୍ ୧୧୮.୪୪ ରେଟିଂ ପଏଣ୍ଟ ସହ ପ୍ରଥମ ଏବଂ ଭାରତ ୧୧୭.୬୫ ରେଟିଂ ପଏଣ୍ଟ ୨ୟରେ ରହିଛି।
ସୂଚନାଯୋଗ୍ୟ, ବ୍ରିସବେନ୍ ଟେଷ୍ଟକୁ ଭାରତ ୩ ୱିକେଟରେ ଜିତି ନେଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୩୨୮ ରନର ବଡ଼ ଲକ୍ଷ୍ୟକୁ ଭାରତ ୭ ୱିକେଟ୍ ହରାଇ ହାସଲ କରିଛି। ଭାରତ ପକ୍ଷରୁ ଶୁବମନ୍ ଗିଲ୍ ସର୍ବାଧିକ ୯୧ ରନ୍ କରିଥିବା ବେଳେ ଋଷଭ ପନ୍ତ ଅପରାଜିତ ୮୯ ରନ୍ ଓ ଚେତେଶ୍ୱର ପୂଜାରା ୫୬ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।