ICC ମାନ୍ୟତା: ଦିନିକିଆରେ ଭାରତ ତଳକୁ ଖସିଲା, ଇଂଲଣ୍ଡ ଶୀର୍ଷ ସ୍ଥାନରେ

ଆଇସିସି ଦ୍ୱାରା ଜାରି ଦିନିକିଆ ମାନ୍ୟତାରେ ଭାରତ ତଳକୁ ଖସି ଆସିଛି। ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପଛରେ ପକାଇ ଇଂଲଣ୍ଡ ଟିମ୍‌ ଶୀର୍ଷରେ ପହଞ୍ଚିଛି। ଇଂଲଣ୍ଡ ୧୨୫ ଅଙ୍କ ସହ ଆଇସିସି ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ୧୨୨ ଅଙ୍କ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିପରି ୧୧୩ ଅଙ୍କ ସହ ଦକ୍ଷିଣ ଆଫ୍ରିତା ତୃତୀୟ, ୧୧୨ ଅଙ୍କ ସହ  ନ୍ୟୁଜିଲାଣ୍ଡ ୪ର୍ଥ ଓ ୧୦୪ ଅଙ୍କ ସହ ଅଷ୍ଟ୍ରେଲିଆ ୫ମ […]

ICC-T20-Ranking-–-Top-10-list-of-ICC-Ranking-2017-–-All-Team-details-1

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 04:32 PM IST

ଆଇସିସି ଦ୍ୱାରା ଜାରି ଦିନିକିଆ ମାନ୍ୟତାରେ ଭାରତ ତଳକୁ ଖସି ଆସିଛି। ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପଛରେ ପକାଇ ଇଂଲଣ୍ଡ ଟିମ୍‌ ଶୀର୍ଷରେ ପହଞ୍ଚିଛି। ଇଂଲଣ୍ଡ ୧୨୫ ଅଙ୍କ ସହ ଆଇସିସି ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ୧୨୨ ଅଙ୍କ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିପରି ୧୧୩ ଅଙ୍କ ସହ ଦକ୍ଷିଣ ଆଫ୍ରିତା ତୃତୀୟ, ୧୧୨ ଅଙ୍କ ସହ  ନ୍ୟୁଜିଲାଣ୍ଡ ୪ର୍ଥ ଓ ୧୦୪ ଅଙ୍କ ସହ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ୧୦୨ ଅଙ୍କ ସହ ତାଲିକାରେ ଷଷ୍ଠ ସ୍ଥାନରେ, ବାଂଲାଦେଶ ୯୩ ଅଙ୍କ ସହ ସପ୍ତମ ସ୍ଥାନରେ, ୭୭ ଅଙ୍କ ସହ ଅଷ୍ଟମ ସ୍ଥାନରେ ଶ୍ରୀଲଙ୍କା,  ୬୯ ଅଙ୍କ ସହ ୯ମ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ ଓ ଅଫଗାନିସ୍ଥାନ ୬୩ ଅଙ୍କ ସହ ୧୦ମ ସ୍ଥାନରେ ରହିଛି।  ଆଇସିସି ଦ୍ୱାରା ଜାରି ମାନ୍ୟତା  ତାଲିକାରେ ଏହା ପ୍ରକାଶ ପାଇଛି। ଆଇସିସି ରିପୋର୍ଟ ଅନୁସାରେ ଟେଷ୍ଟରେ ଭାରତ ଶୀର୍ଷରେ ଥିବାବେଳେ ଟି-ଟ୍ୱେଣ୍ଟିରେ ଭାରତ ତୃତୀୟ ସ୍ଥାନରେ ରହିଛି।

Related story