ନୂଆଦିଲ୍ଲୀ:ଚଳିତ ବର୍ଷ ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ୯୦ରୁ ଅଧିକ କ୍ରୀଡ଼ାବିତ ଭାଗ ନେଇପାରନ୍ତି। ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କୀରଣ ରିଜ୍ଜୁ।
ଲୋକସଭାର ପ୍ରଶ୍ନକାଳରେ କ୍ରୀଡ଼ାମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ କୀରଣ ରିଜ୍ଜୁ କହିଛନ୍ତି,“ରିଓ ଅଲିମ୍ପିକ୍ ପାଇଁ ଭାରତରୁ ୯୦ରୁ ଅଧିକ କ୍ରୀଡ଼ାବିତ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ଏଥର ସର୍ବାଧିକ ପ୍ରତିଯୋଗୀଙ୍କୁ ରିଓ ଅଲିମ୍ପିକକୁ ଯିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି, “ଏହି ୯୦ ଜଣଙ୍କ ମଧ୍ୟରେ ୫୮ ଜଣ କ୍ରୀଡ଼ାବିତ୍ ବ୍ୟକ୍ତିଗତ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଉଭୟ ପୁରୁଷ ଓ ମହିଳା ଦଳକୁ ମିଶାଇ ୩୪ ଜଣ ହକି ଖେଳାଳି ଅଛନ୍ତି। ସେମାନଙ୍କ ଟ୍ୟାଲେଣ୍ଟର ବିକାଶ ପାଇଁ ସେମାନଙ୍କୁ ଉଭୟ ଦେଶ ଓ ବିଦେଶରେ ପ୍ରଶିକ୍ଷଣ ଦେବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।