ନାକେଦମ୍ କଲେ ଏଲଗାର୍ ଓ ଡି'କକ୍, ଫଲୋଅନ୍ ଏଡ଼ାଇଲା ଦକ୍ଷିଣ ଆଫ୍ରିକା

ବିଶାଖପାଟଣା: ଓପ୍ନର ଡିନ୍ ଏଲଗାର ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକଙ୍କ ଆକର୍ଷଣୀୟ ଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛି। ମ୍ୟାଚର ପ୍ରଥମ ଦୁଇଦିନରେ ଭାରତ ଯେଉଁଭଳି ପ୍ରଦର୍ଶନ କଲା, ସେଥିରୁ ଲାଗୁଥିଲା ଯେ ଭ୍ରମଣକାରୀ ଦଳ ସହଜରେ ମ୍ୟାଚଟି ହାରିଯିବ। ଏପରିକି ଏକ ସମୟରେ ଦକ୍ଷିଣ ଆଫ୍ରିକା ୬୩ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଶୁକ୍ରବାର ଏଲଗାର ଓ ଡି’କକ୍ ଭାରତୀୟ […]

sa

sa

Ranjit Kumar Jena
  • Published: Friday, 04 October 2019
  • Updated: 04 October 2019, 05:16 PM IST

Sports

Latest News

ବିଶାଖପାଟଣା: ଓପ୍ନର ଡିନ୍ ଏଲଗାର ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକଙ୍କ ଆକର୍ଷଣୀୟ ଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛି। ମ୍ୟାଚର ପ୍ରଥମ ଦୁଇଦିନରେ ଭାରତ ଯେଉଁଭଳି ପ୍ରଦର୍ଶନ କଲା, ସେଥିରୁ ଲାଗୁଥିଲା ଯେ ଭ୍ରମଣକାରୀ ଦଳ ସହଜରେ ମ୍ୟାଚଟି ହାରିଯିବ। ଏପରିକି ଏକ ସମୟରେ ଦକ୍ଷିଣ ଆଫ୍ରିକା ୬୩ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଶୁକ୍ରବାର ଏଲଗାର ଓ ଡି'କକ୍ ଭାରତୀୟ ବୋଲରଙ୍କୁ ଯେଉଁଭଳି ସାମ୍ନା କଲେ, ତାହା ଭ୍ରମଣକାରୀ ଟିମକୁ ଫଲୋଅନରୁ ରକ୍ଷା କରିଛି।

ଦୁହିଁଙ୍କ ଶତକ ବ୍ୟତୀତ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସଙ୍କ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିବସର ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୩୮୫ ରନ୍ କରି ସମ୍ମାନ ରକ୍ଷା କରିଛି। ଏଲଗାର ୧୬୦ (୨୮୭ ବଲ୍, ୧୮ ଚୌକା, ୪ ଛକା) ଓ ଡି'କକ୍ ୧୧୧ (୧୬୩ ବଲ୍, ୧୬ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ସେନୁରାନ ମୁଥୁସାମୀ ୧୨ ଓ କେଶବ ମହାରାଜ ୩ ରନ୍ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଆହୁରି ୧୧୭ ରନରେ ପଛୁଆ ଥିବା ବେଳେ ହାତରେ ୨ ୱିକେଟ୍ ବାକି ରହିଛି।

ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକା ତା'ର ପୂର୍ବଦିନର ସ୍କୋର ୩୯/୩ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ଏଲଗାର ଓ ତେମ୍ବା ବାଭୁମା ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ହେଲେ ଏହି ଯୋଡ଼ିକୁ ଭାରତର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ଭାଙ୍ଗିବାରେ ସଫଳ ହୋଇଥିଲେ। ଟିମର ସ୍କୋର ୬୩ ଥିବା ବେଳେ ବାଭୁମା (୧୮) କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହି ସମୟରେ ଦକ୍ଷିଣ ଆଫ୍ରିକାକୁ ଭଲ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ ଏଲଗାରଙ୍କୁ ମିଳିଥିଲା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସଙ୍କ ସାଥ୍। ଦୁହେଁ ଭାରତୀୟ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭ୍ରମଣକାରୀ ଟିମ୍ ୪ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା।

ଏହା ପରେ ଡ୍ୟୁପ୍ଲେସିସ୍ ନିଜର ୨୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ସେ ଅର୍ଦ୍ଧଶତକକୁ ଶତକରେ ପରିଣତ କରିପାରିନଥିଲେ। ସେ ବ୍ୟକ୍ତିଗତ ୫୫ (୧୦୩ ବଲ୍, ୮ ଚୌକା, ୧ ଛକା) ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଏଲଗାରଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୧୧୫ ରନ୍ ଯୋଡ଼ିଥିଲେ। ଏହା ପରେ ଏଲଗାର ନିଜର ଦ୍ୱାଦଶ ଶତକ ୧୭୫ ବଲରେ ପୂରଣ କରିଥିଲେ। ତାଙ୍କୁ ମଧ୍ୟ ଡି'କକ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୬୪ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

ଦକ୍ଷିଣ ଆଫ୍ରିକାର ସ୍କୋର ୩୪୨ ଥିବା ବେଳେ ଏଲଗାରଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡେଜା ଭାରତକୁ ବଡ଼ ସଫଳତା ଦେଇଥିଲେ। ଏଲଗାରଙ୍କ ଆଉଟ୍ ପରେ ଡି'କକ୍ ନିଜର ପଞ୍ଚମ ଟେଷ୍ଟ ଶତକ ୧୪୯ ବଲରେ ହାସଲ କରିଥିଲେ। ତେବେ ସେ ଶତକ ମାରିବାର କିଛି ସମୟରେ ଅଶ୍ୱିନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଡି'କକଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଭର୍ନନ୍ ଫିଲାଣ୍ଡର ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ।

ତେବେ ଭାରତୀୟ ବଂଶୋଦ୍ଭାବ ସେନୁରାନ ମୁଥୁସାମୀ ଓ କେବଶ ମହାରାଜ ଦିବସର ଖେଳ ଶେଷ ସୁଦ୍ଧା କ୍ରିଜରେ ରହିଛନ୍ତି। ଭାରତ ପକ୍ଷରୁ ଅଶ୍ୱିନ୍ ୧୨୮ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ୨ଟି ଓ ଈଶାନ୍ତ ଗୋଟିଏ ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୦୨ ରନ୍ କରି ଘୋଷଣା କରିଥିଲା

ସଂକ୍ଷିପ୍ତ ସ୍କୋର

ଭାରତ ପ୍ରଥମ ଇନିଂସ୍ ୫୦୨/୭ ଘୋଷିତ

(ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୩୮୫/୮, ୧୧୮ ଓଭର: ଡିନ୍ ଏଲଗାର ୧୬୦, କ୍ୱିଣ୍ଟନ୍ ଡି'କକ୍ ୧୧୧, ଫାଫ୍ ଡ୍ୟୁପ୍ଲେସିସ୍ ୫୫, ତେମ୍ବା ବାଭୁମା ୧୮, ସେନୁରାନ ମୁଥୁସାମୀ ୧୨*, କେଶବ ମହାରାଜ ୩*)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story