କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ରେ ଚାଲିଥିବା ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଗୋଟିଏ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଶ୍ରୀଲଙ୍କାର ଦଶନ ସାନ୍କା ଓପ୍ନର ଶିଖର ଧୱନଙ୍କୁ ୯୪ ରନ୍ରେ ଆଉଟ୍ କରିଦେଇଛନ୍ତି। ଆସନ୍ତାକାଲି ଶେଷ ଦିନ ଥିବାରୁ ମ୍ୟାଚରେ କୌଣସି ଫଳାଫଳ ଆସିବ ନାହିଁ ବୋଲି ଆଶା କରାଯାଉଛି।
ଟସ୍ ଜିତି ଭାରତ ୧୭୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଚେତେଶ୍ୱର ପୂଜାରାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳୀ ଭଳ ପ୍ରଦର୍ଶନ କରିପାରିନଥିଲେ। ୧୭୩ ରନ୍ର ପିଛା କରୁଥିବା ଶ୍ରୀଲଙ୍କା ୨୯୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି ୪ଟି ଲେଖାଏ ୱିକେଟ୍ ନେଇଥିଲେ। ଫଳରେ ଶ୍ରୀଲଙ୍କା ଭାରତକୁ ୧୨୨ ରନ୍ ଲିଡ୍ ଦେଇଥିଲା। ଦ୍ୱିତୀୟ ପାଳିରେ ଭାରତ ବ୍ୟାଟିଂ କରିବାକୁ ଆସିଥିବା ଓପ୍ନିଂ ଯୋଡ଼ି ଶିଖର ଧାୱନ ଓ ଲୋକେଶ ରାହୁଲ ଶ୍ରୀଲଙ୍କାକୁ ଦୃଢ଼ ଜବାବ ଦେଇଥିଲେ। ଶିଖର ୯୪ ରନ୍ରେ ଆଉଟ୍ ହୋଇଯାଇଥିବା ବେଳେ ଲୋକେଶ ୭୪ ରନ୍ କରି ନଟ୍ଆଉଟ୍ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
Politics
ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!
ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ।
Entertainment
ଆକ୍ରମଣକାରୀକୁ ରୁମ୍ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?
ଶେହଜାଦ ପ୍ରଥମେ ମୁମ୍ବାଇରୁ କୋଲକାତାର ହାୱଡା ଯିବାକୁ ଲକ୍ଷ୍ୟ ରଖିଥିଲା। ସେଠାରୁ ସେ ବାଂଲାଦେଶ ଯାଇଥାଆନ୍ତା।
National
କାହିଁକି ୧୫,୦୦୦ କୋଟି ଟଙ୍କାର ସଂପତ୍ତି ହରେଇପାରନ୍ତି ସୈଫ ଅଲୀ ଖାଁ?
ଡକାୟତ ପଶିଲା। ଛୁରୀ ଭୁଷିଲା। ତଥାପି କିଛି ନେଇ ପାରିଲା ନାହିଁ। ସୈଫ ଅଲୀ ଖାଁ ବଂଚିଗଲେ, ତାଙ୍କ ସଂପତ୍ତି ବି ରହିଗଲା। ହେଲେ ଏବେ ସେ ହରେଇବାକୁ ଯାଉଛନ୍ତି ୧୫ ହଜାର କୋଟି ଟଙ୍କାର ଜମିବାଡ଼ି ଓ ଘରଦ୍ୱାର।
National
କେମିତି ପତ୍ନୀ ସହ ଗୋଟିଏ ସେଲଫି ଟପ୍ ମାଓବାଦୀକୁ ମାରି ଦେଲା ?
ପତ୍ନୀ ଅରୁଣା ସହ ଗୋଟିଏ ସେଲଫି ଜୟରାମକୁ ମହଙ୍ଗା ପଡ଼ିଛି। ଏହି ସେଲଫି ଯୋଗୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜୟରାମ।