ପ୍ରଥମଥର ଟସ୍ ଜିତିଲା ଟିମ୍ ଇଣ୍ଡିଆ, ଡେବ୍ୟୁ କଲେ ନଟରାଜନ୍
କ୍ୟାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ସିରିଜରେ ପ୍ରଥମଥର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍ ହାରି ସିରିଜ୍ ହାତଛଡ଼ା କରିସାରିଥିବା ଭାରତ ଆଜି ସମ୍ମାନ ରକ୍ଷା ପାଇଁ ମଇଦାନକୁ ଓହ୍ଲାଇବ।
A massive day for @Natarajan_91 today as he makes his #TeamIndia debut. He becomes the proud owner of 🧢 232. Go out and give your best, champ! #AUSvIND pic.twitter.com/YtXD3Nn9pz
— BCCI (@BCCI) December 2, 2020
ଉକ୍ତ ମ୍ୟାଚରେ ଭାରତୀୟ ଦଳରେ ଚାରୋଟି ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ମୟଙ୍କ ଅଗ୍ରୱାଲ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶୁବମନ୍ ଗିଲଙ୍କୁ ସୁଯୋଗ ମିଳିଛି। ସେହିପରି ନଭଦୀପ ସାଇନି ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବଙ୍କୁ ସାମିଲ୍ କରାଯାଇଛି। ମହମ୍ମଦ ଶାମିଙ୍କ ବଦଳରେ ଟି. ନଟରାଜନ ଡେବ୍ୟୁ କରିବେ।
ସେହିପରି ଅଷ୍ଟ୍ରେଲିଆ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ଡେଭିଡ୍ ୱାର୍ଣ୍ଣର୍ ବାଦ୍ ପଡ଼ିଥିବା ବେଳେ ପ୍ୟାଟ୍ କମିନ୍ସ ଓ ମିଚେଲ୍ ଷ୍ଟାର୍କଙ୍କୁ ବିଶ୍ରାମ ଦିଆଯାଇଛି। ଏମାନଙ୍କ ସ୍ଥାନରେ କାମେରନ୍ ଗ୍ରୀନ୍, ସିନ୍ ଆବୋଟ୍ଟ ଓ ଆଷ୍ଟନ୍ ଆଗରଙ୍କୁ ନିଆଯାଇଛି।
ଭାରତ: ଶିଖର ଧୱନ୍, ଶୁବମନ୍, ବିରାଟ୍ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍, ଲୋକେଶ ରାହୁଲ୍ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ଟି. ନଟରାଜନ୍।
ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ମାର୍ନସ୍ ଲାବୁଶେନ୍, ଷ୍ଟିଭେନ୍ ସ୍ମିଥ୍, କାମେରନ୍ ଗ୍ରୀନ୍, ମୋଜେସ୍ ହେନରିକ୍ସ, ଆଲେକ୍ସ କ୍ୟାରୀ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ଆଷ୍ଟନ୍ ଆଗର୍, ସିନ୍ ଆବୋଟ୍ଟ, ଆଡାମ ଜାମ୍ପା, ଜୋଶ୍ ହେଜଲଉଡ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।