କେପଟାଉନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଜମାର୍ନୀ ଠାରୁ ୦-୩ ଗୋଲରେ ଶନିବାର ପରାଜିତ ହୋଇଛି। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇ ଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଭାବେ ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ ମିଡ୍ଫିଲ୍ଡରେ ଏକ ଗୋଲକୁ ସ୍କୋରରେ ରୂପାନ୍ତର କରିବାକୁ ପ୍ରାୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ଦଳ ଏକ ପେନାଲ୍ଟି କର୍ଣ୍ଣରକୁ ମଧ୍ୟ ଗୋଲରେ ରୂପାନ୍ତର କରିବାର ସୁଯୋଗକୁ ହାତଛଡା କରିଥିଲା। ଜାର୍ମାନୀ ଦଳର ଉନ୍ନତ ବୁଝାମଣା ଯୋଗୁଁ ଭାରତୀୟ ଖେଳାଳି ଗୋଲ କରିବାରେ ବିଫଳ ହୋଇଥିଲେ।
ଦ୍ୱିତୀୟାର୍ଦ୍ଧରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିବା ଜର୍ମାନୀ ଶେଷ ଆଡକୁ ସଫଳତା ପାଇଥିଲା। ଦଳ ପକ୍ଷରୁ ଲାଡଡିଆ ହାସେ, ପିଆ ସୋଫି ଏବଂ ଜୁଲିଆ ମୁଲ୍ଲର ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ ଦେଇ ଦଳକୁ ୩-୦ରେ ଜିତାଇ ଥିଲେ।
ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ଏହା ପ୍ରଥମ ପରାଜୟ। ଏହା ପୂର୍ବରୁ ଦଳ ଲଗାତର ୪ଟି ମ୍ୟାଚ୍ରେ ବିଜୟୀ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।