୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ

ମୁମ୍ବାଇ: ୮ ୱିକେଟ୍‌ରେ  ଦକ୍ଷିଣ ଆଫ୍ରିକାକୁ ହାରାଇ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ। ୧୯୨ରନ ବିଜୟ ଲକ୍ଷ୍ୟକୁ ଇଣ୍ଡିଆ ୩୮ ଓଭରରେ ୨ୱିକେଟ୍‌ ହରାଇ ହାସଲ କରିନେଇଛି। ଦଳ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୭୮ ରନ କରି ଆଉଟ୍‌ ହୋଇଥିବା ବେଳେ ବିରାଟ କୋହଲି ୭୬ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଯୁବରାଜ ମଧ୍ୟ ମ୍ୟାଚ୍‌ ଶେଷ ସମୟରେ କ୍ରିଜ୍‌କୁ ଆସି ୨୩ ରନର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ।ଏହି ବିଜୟର ମୁଖ୍ୟ […]

cricket-ct-2017-rsa-ind_7ec95cf8-4eb2-11e7-88f6-6a3facb665a5

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 09:43 PM IST

ମୁମ୍ବାଇ: ୮ ୱିକେଟ୍‌ରେ  ଦକ୍ଷିଣ ଆଫ୍ରିକାକୁ ହାରାଇ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ। ୧୯୨ରନ ବିଜୟ ଲକ୍ଷ୍ୟକୁ ଇଣ୍ଡିଆ ୩୮ ଓଭରରେ ୨ୱିକେଟ୍‌ ହରାଇ ହାସଲ କରିନେଇଛି। ଦଳ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୭୮ ରନ କରି ଆଉଟ୍‌ ହୋଇଥିବା ବେଳେ ବିରାଟ କୋହଲି ୭୬ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଯୁବରାଜ ମଧ୍ୟ ମ୍ୟାଚ୍‌ ଶେଷ ସମୟରେ କ୍ରିଜ୍‌କୁ ଆସି ୨୩ ରନର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ।ଏହି ବିଜୟର ମୁଖ୍ୟ ନାୟକ ସାଜିଥିବା ବୁମ୍‌ରା ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେ ୮ଓଭର ବୋଲିଂ କରି ମାତ୍ର ୨୮ ରନ ଦେଇ ୨ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ। ଏହି ବିଜୟ ସହ ଭାରତ ସେମିଫାଇନାଲ ସ୍ଥାନ ପକ୍କା କରିଛି।

Related story