ଲକଡାଉନରେ ପୁଲିସ୍ ଭୂମିକାରେ ଭାରତୀୟ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ପାଇଁ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହାର ପ୍ରତିକାର ପାଇଁ କୌଣସି ବାଟ ଫିଟିନାହିଁ। କରୋନାର ପ୍ରକୋପ ଏବେ ଭାରତରେ ଦେଖିବାକୁ ମିଳିଛି। ଏହି ମହାମାରୀ ବିରୋଧରେ ଲଢ଼ିବା ପାଇଁ ସରକାରଙ୍କଠାରୁ ଅଧିକ ରିସ୍କ କାମ କରୁଛନ୍ତି ପୁଲିସବାହିନୀ। ପୁଲିସକର୍ମୀ ଦିନରାତି ଏକାଠି କରି ରାସ୍ତାରେ ଜନସାଧାରଣଙ୍କ ସେବାରେ ଲାଗି ପଡ଼ିଛନ୍ତି। ଏହି ପୁଲିସକର୍ମୀଙ୍କ ମଧ୍ୟରେ କିଛି ଭାରତର କ୍ରୀଡ଼ାବିତ୍ ମଧ୍ୟ […]

indian-atheletes

indian-atheletes

Ranjit Kumar Jena
  • Published: Friday, 27 March 2020
  • Updated: 27 March 2020, 06:58 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ପାଇଁ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହାର ପ୍ରତିକାର ପାଇଁ କୌଣସି ବାଟ ଫିଟିନାହିଁ। କରୋନାର ପ୍ରକୋପ ଏବେ ଭାରତରେ ଦେଖିବାକୁ ମିଳିଛି। ଏହି ମହାମାରୀ ବିରୋଧରେ ଲଢ଼ିବା ପାଇଁ ସରକାରଙ୍କଠାରୁ ଅଧିକ ରିସ୍କ କାମ କରୁଛନ୍ତି ପୁଲିସବାହିନୀ। ପୁଲିସକର୍ମୀ ଦିନରାତି ଏକାଠି କରି ରାସ୍ତାରେ ଜନସାଧାରଣଙ୍କ ସେବାରେ ଲାଗି ପଡ଼ିଛନ୍ତି। ଏହି ପୁଲିସକର୍ମୀଙ୍କ ମଧ୍ୟରେ କିଛି ଭାରତର କ୍ରୀଡ଼ାବିତ୍ ମଧ୍ୟ ସାମିଲ୍ ଅଛନ୍ତି, ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ଦେଶ ପାଇଁ ଆଣିଛନ୍ତି ଅନେକ ଗୌରବ। ବର୍ତ୍ତମାନ ସେହି କ୍ରୀଡ଼ାବିତ୍ ପୁଲିସ୍ ଭୂମିକାରେ ସାଧାରଣ ଲୋକଙ୍କ ସେବାରେ ଲାଗିଛନ୍ତି। ଏହି କ୍ରୀଡ଼ାବିତମାନେ ହେଲେ ବିଶ୍ୱକପ୍ ବିଜେତା କ୍ରିକେଟର୍ ଯୋଗୀନ୍ଦର ଶର୍ମା, ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ୍ ରାଜପାଲ୍ ସିଂହ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ କୁମାର ଓ ଏସିଆନ୍ ଗେମ୍ସ ଚାମ୍ପିୟନ୍ କବାଡି ଖେଳାଳି ଅଜୟ ଠାକୁର। କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି କ୍ରୀଡ଼ାବିତମାନେ ପୂର୍ଣ୍ଣକାଳୀନ ପୁଲିସ୍ ଅଧିକାରୀ ହୋଇପାରିଛନ୍ତି।

ମୋହାଲିରେ ଡିଏସପି ପଦବୀରେ ଥିବା ରାଜପାଲ୍ ସିଂହ କହିଛନ୍ତି, "ମୁଁ ପୁଲିସରେ ପୂର୍ଣ୍ଣକାଳୀନ ଚାକିରି କରୁଛି ଏବଂ ବର୍ତ୍ତମାନ ଲକଡାଉନର ପାଳନ କରିବା ମୋର ମୁଖ୍ୟ କାମ। ଏହାସହ ଜନସାଧାରଣଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଏବଂ ସେମାନଙ୍କ ସହାୟତା କରିବା ଆମର ଦାୟିତ୍ୱ। ଏଭଳି ସମୟରେ ସଂଯମତା ହିଁ ମୁଖ୍ୟ ଅସ୍ତ୍ର ଏବଂ ପୁଲିସ୍ ଭିତରେ ଥିବା ମାନବିକତାକୁ ଆଜି ଜନସାଧାରଣ ଦେଖିବାକୁ ପାଉଛନ୍ତି। ଲୋକଙ୍କ ଧୈର୍ଯ୍ୟ କିପରି କାଏମ୍ ରହିବ ଏବଂ ଏଭଳି ଏକ ବଡ଼ ସମସ୍ୟାରୁ କିପରି ବାହାରିବେ, ସେଥିପାଇଁ ଆମେ ପ୍ରୟାସ କରୁଛୁ।" ରାଜପାଲ୍ ୨୦୧୦ରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ବେଳେ ୨୦୦୭ରେ ଏସିଆ କପରେ ସ୍ୱର୍ଣ୍ଣ ବିଜେତା ଦଳର ପ୍ରତିନିଧିତ୍ୱ କରିଥିଲେ।

ସେହିପରି ୨୦୦୭ ଟି-୨୦ ବିଶ୍ୱକପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଶେଷ ଓଭର୍ ବୋଲିଂ କରିଥିବା ଯୋଗୀନ୍ଦର କହିଛନ୍ତି, "ମୁଁ ୨୦୦୭ରୁ ହରିୟାଣା ପୁଲିସରେ ଡିଏସପି ପଦବୀରେ ରହିଆସିଛି। ବର୍ତ୍ତମାନ ଆମ ପାଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆମ ଡ୍ୟୁଟି ସକାଳ ୬ଟାରୁ ଆରମ୍ଭ ହୋଇଥାଏ ଏବଂ ଏହା ପରେ ଆମେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଇବା ସହ ବନ୍ଦର ପାଳନ କରିବା ଏବଂ ଚିକିତ୍ସା ସୁବିଧା ଦେବା ଉପରେ ଗୁରୁତ୍ୱ ଦେଉଛୁ। ଯେଉଁମାନେ ବନ୍ଦର ପାଳନ ନକରୁଛନ୍ତି, ସେମାନଙ୍କ ବିରୋଧରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛୁ। ତେବେ କିଛି ଲୋକେ ଏହାକୁ ପୂରା ସମର୍ଥନ ମଧ୍ୟ କରୁଥିବା ଯୋଗୀନ୍ଦର କହିଛନ୍ତି।

ସୂଚନାଯୋଗ୍ୟ, ଯୋଗୀନ୍ଦର ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପରେ ଭାରତକୁ ବିଜେତା କରାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ଫାଇନାଲରେ ଯୋଗୀନ୍ଦର ଶେଷ ଓଭର ବୋଲିଂ କରିଥିଲେ ଏବଂ ପାକିସ୍ତାନର ମିଶବା ଉଲ୍‌-ହକଙ୍କୁ ଆଉଟ୍ କରି ଭାରତକୁ ବିଜୟୀ କରାଇଥିଲେ। ନିଜ କ୍ୟାରିୟରରେ ଶର୍ମା ୪ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାଁରେ ମାତ୍ର ୫ଟି ୱିକେଟ୍ ରହିଛି। ଶର୍ମାଙ୍କ କ୍ୟାରିୟର ଛୋଟ ରହିଥିଲେ ହେଁ, ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ।

ଭାରତର ଷ୍ଟାର୍ ବକ୍ସର ଅଖିଲ କୁମାର ଗତବର୍ଷ ସେପ୍ଟେମ୍ବରରେ ଗୁରୁଗ୍ରାମ ପୁଲିସରେ ଏସିପି ପଦବୀରେ ନିଯୁକ୍ତ ହୋଇଥିଲେ। ସେ କହିଛନ୍ତି, ସାଧାରଣତଃ ଲୋକେ ଆମକୁ ବହୁତ ସହଯୋଗ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ଅଛନ୍ତି ଏବଂ ସେଥିପାଇଁ କୌଣସି ଭୟ କରିବାର ଆବଶ୍ୟକ ନାହିଁ। ମୋ ମତରେ ଏହି ଲକଡାଉନକୁ ଯଦି ଆମେ ସୂଚାରୁରୂପେ ପାଳନ କରିବା, ତାହେଲେ କୋଭିଡ୍‌-୧୯ ବିରୋଧରେ ନିଶ୍ଚିତ ବିଜୟ ଲାଭ କରିପାରିବା। ଧୀରେ ଧୀରେ ଜନସାଧାରଣ ଲକଡାଉନ କ'ଣ ବୁଝିବାରେ ଲାଗିଲେଣି। ତେଣୁ ଆଉ କିଛିଦିନ ଏହାର ପାଳନ କଲେ, ସବୁକିଛି ପୂର୍ବଭଳି ଠିକଠାକ୍ ହେବ ବୋଲି ଅଖିଲ କୁମାର କହିଛନ୍ତି।

ଦୁଇଥରର ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ଅଖିଲଙ୍କ ସହ ଦେଶର ଅନ୍ୟତମ ଷ୍ଟାର୍ ବକ୍ସର ଜିତେନ୍ଦ୍ର କୁମାର ମଧ୍ୟ ପୁଲିସରେ କାର୍ଯ୍ୟରତ ଅଛନ୍ତି। ଜିତେନ୍ଦର କହିଛନ୍ତି, ନିଜର ସୁରକ୍ଷା ପାଇଁ ଆମେ ମାସ୍କ, ଗ୍ଲୋଭସ୍ ଏବଂ ସାନିଟାଇଜର୍ ବ୍ୟବହାର କରୁଛୁ। କିନ୍ତୁ ମୋ ମତରେ ଯଦି ଲୋକେ ବାହାରକୁ ନବାହାରନ୍ତି, ତାହେଲେ ଆମେ ଅଧିକ ସୁରକ୍ଷିତ ରହିପାରିବା। ମୋ ପରିବାର ରୋହତକରେ ରହୁଛନ୍ତି ଏବଂ ସେମାନେ ମୋ ପାଇଁ ବହୁତ ଚିନ୍ତିତ। ମୋ ପତ୍ନୀ ଏବଂ ପିଲାମାନେ ନିୟମିତ ଫୋନ୍ କରି ମୋତେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।

ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା ଭାରତର କବାଡି ଷ୍ଟାର୍ ଅଜୟ ଠାକୁର ୨୦୧୭ରୁ ହିମାଚଳ ପ୍ରଦେଶ ପୁଲିସରେ ଡିଏସପି ପଦବୀରେ ଅଛନ୍ତି। ୨୦୧୪ରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଠାକୁର ବିଲାସପୁର ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି ଏବଂ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ସାଧାରଣ ଲୋକଙ୍କ ପାଇଁ ଏକ ବାର୍ତ୍ତା ଦେଇଥିଲେ, ଯାହାକୁ ଖୁବ୍ ଲାଇକ୍ସ ଏବଂ କମେଣ୍ଟସ ମଧ୍ୟ ମିଳିଛି। ଇନଷ୍ଟାଗ୍ରାମରେ ତାଙ୍କୁ ୨ଲକ୍ଷରୁ ଅଧିକ ଲୋକେ ଫଲୋ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story