ଆସିଲା ଦିନିକିଆ ଆଇସିସି ରାଙ୍କିଙ୍ଗ, ଜାଣନ୍ତି କାହାକୁ ମିଳିଲା କ’ଣ

ଦୁବାଇ: ଆଇସିସି ପକ୍ଷରୁ ଆଜି ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବଭଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ସ୍ଥିର ରହିଥିବା ବେଳେ ବୋଲର୍ ତାଲିକାର ୧ ନଂ ସ୍ଥାନରେ ଭାରତର ଯଶପ୍ରୀତ ବୁମ୍ରା ରହିଛନ୍ତି। ବିରାଟ୍‌ ୮୯୯ ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୮୭୧ ପଏଣ୍ଟ ପାଇ ଦ୍ୱିତୀୟରେ ରହିଛନ୍ତି। ଟପ୍‌ ୧୦ରେ ଭାରତର ଅନ୍ୟତମ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ୍‌ ୮ […]

i5

Hemant Lenka
  • Published: Tuesday, 13 November 2018
  • , Updated: 13 November 2018, 09:20 PM IST

ଦୁବାଇ: ଆଇସିସି ପକ୍ଷରୁ ଆଜି ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବଭଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ସ୍ଥିର ରହିଥିବା ବେଳେ ବୋଲର୍ ତାଲିକାର ୧ ନଂ ସ୍ଥାନରେ ଭାରତର ଯଶପ୍ରୀତ ବୁମ୍ରା ରହିଛନ୍ତି।

ବିରାଟ୍‌ ୮୯୯ ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୮୭୧ ପଏଣ୍ଟ ପାଇ ଦ୍ୱିତୀୟରେ ରହିଛନ୍ତି। ଟପ୍‌ ୧୦ରେ ଭାରତର ଅନ୍ୟତମ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ୍‌ ୮ ନଂରେ ସ୍ଥାନ ପାଇଛନ୍ତି। ପୂର୍ବରୁ ସେ ୯ ନଂରେ ଥିଲେ।

ବୋଲିଂ କଥା ବିଚାରକୁ ନେଲେ ଯଶପ୍ରୀତ ବୁମ୍ରାଙ୍କ ବ୍ୟତୀତ ଭାରତ ଆଉ ଦୁଇ ଜଣ ବୋଲ୍‌ର ଟପ୍‌ ୧୦ରେ ରହିଛନ୍ତି। ସେମାନେ ହେଲେ କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲ। କୁଲଦୀପ ୭୨୩ ପଏଣ୍ଟ ସହ ତୃତୀୟରେ ଥିବା ବେଳେ ୩ଟି ସ୍ଥାନ ଉଠି ଚହଲ ୫ ନଂ ସ୍ଥାନରେ ପହଞ୍ଚିଛନ୍ତି।

ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ରସ୍‌ ଟେଲର୍‌ ଇଂଲଣ୍ଡର ଜୋ ରୁଟ୍‌ ଓ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଦିନିକିଆଇ ବ୍ୟାଟିଂର ୩ ନଂ ସ୍ଥାନ ଦଖଲ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ଫାପ୍‌ ଡୁପ୍ଲେସିସ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ୩ଟି ସ୍ଥାନ ଉପରକୁ ଉଠି ୭ ନଂ ସ୍ଥାନରେ ପହଞ୍ଚିଛନ୍ତି।

ତେବେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ୱିଣ୍ଟନ ଡିକକ୍‌ ୨ଟି ସ୍ଥାନ ଖସିଛନ୍ତି। ୱିଲିୟମସନ୍‌ ୯ ନଂ ସ୍ଥାନରେ ଥିବା ବେଳେ ଡିକକ୍‌ ୧୦ ନଂ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ୬ ନଂ ସ୍ଥାନରେ ଡେଭିଡ୍‌ ୱାର୍ଣ୍ଣର ରହିଛନ୍ତି। ଜୋ ରୁଟ୍‌ ୪ ନଂରେ ଥିବା ବେଳେ ବାବର ଆଜମ ୫ ନଂ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ବୋଲିଂରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଅଷ୍ଟ୍ରେଲିଆ ସିରିଜ୍‌ରେ ୭ଟି ୱିକେଟ୍‌ ନେଇଥିବାରୁ ସେ ଟପ୍‌ ଫାଇଭ୍‌ରେ ପ୍ରବେଶ କରିଛନ୍ତି। ସେ ୭୦୨ ପଏଣ୍ଟ ସହ ୪ ନଂ ସ୍ଥାନରେ ରହିଛନ୍ତି। ତେବେ ପୂର୍ବରୁ ଟପ୍‌ ଟେନ୍‌ରେ ଥିବା ଇମ୍ରାନ୍‌ ତାହିର ଏଥିରୁ ବାଦ ପଡ଼ିଛନ୍ତି। ସେ ଏବେ ୬୬୪ ପଏଣ୍ଟ ସହ ୧୧ ନଂ ସ୍ଥାନରେ ରହିଛନ୍ତି। ବୋଲିଂ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଆଫ୍‌ଗାନିସ୍ତାନର ରାଶିଦ୍‌ ଖାନ୍‌ ରହିଛନ୍ତି।

୬ ନଂରେ ଆଦିଲ ରଶିଦ ଥିବା ବେଳେ ୭ମ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ, ୮ ନଂରେ ଆଫ୍‌ଗାନିସ୍ତାନର ମୁଜିବ ଉର ରେହମାନ, ୯ରେ ଜୋସ ହେଜଲଉଡ୍‌ ଏବଂ ୧୦ ନଂରେ ବାଂଲାଦେଶର ମୁସ୍ତାଫିଜୁର ରେହମାନ ରହିଛନ୍ତି।

Related story