ଟିମ୍‌ ଇଣ୍ଡିଆ ପାଇଁ ସର୍ବଦା ମନେ ରହିବ ଡିସେମ୍ବର ୧୯, ଜାଣନ୍ତୁ ଏହି ଦୁଇ କାରଣ

ନୂଆଦିଲ୍ଲୀ: ଡିସେମ୍ବର ୧୯ ଭାରତୀୟ ଟେଷ୍ଟ ଟିମ୍‌ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇରହିବ। ଏହି ତାରିଖରେ ଦିନେ ଟିମ୍‌ ଇଣ୍ଡିଆ ତା’ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଦଳଗତ ସ୍କୋର କରିବାର ରେକର୍ଡ କରିଥିଲା। ଏବେ ପୁଣି ଡିସେମ୍ବର ୧୯ରେ ଭାରତ ତା’ ଟେଷ୍ଟ ଇତିହାସରେ ସବୁଠାରୁ କମ୍‌ ରନ୍‌ କରିବାର ଲଜ୍ଜାଜନକ ରେକର୍ଡ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦୁଇଟି ଯାକ ଘଟଣା ବିରାଟ କୋହଲିଙ୍କ କ୍ୟାପ୍ଟେନଶିପ୍‌ରେ ଘଟିଛି। ଟିମ୍‌ ଇଣ୍ଡିଆ […]

t

t

Hemant Lenka
  • Published: Saturday, 19 December 2020
  • Updated: 19 December 2020, 03:10 PM IST

Sports

Latest News

ନୂଆଦିଲ୍ଲୀ: ଡିସେମ୍ବର ୧୯ ଭାରତୀୟ ଟେଷ୍ଟ ଟିମ୍‌ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇରହିବ। ଏହି ତାରିଖରେ ଦିନେ ଟିମ୍‌ ଇଣ୍ଡିଆ ତା’ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଦଳଗତ ସ୍କୋର କରିବାର ରେକର୍ଡ କରିଥିଲା। ଏବେ ପୁଣି ଡିସେମ୍ବର ୧୯ରେ ଭାରତ ତା’ ଟେଷ୍ଟ ଇତିହାସରେ ସବୁଠାରୁ କମ୍‌ ରନ୍‌ କରିବାର ଲଜ୍ଜାଜନକ ରେକର୍ଡ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦୁଇଟି ଯାକ ଘଟଣା ବିରାଟ କୋହଲିଙ୍କ କ୍ୟାପ୍ଟେନଶିପ୍‌ରେ ଘଟିଛି।

ଟିମ୍‌ ଇଣ୍ଡିଆ ବିରାଟ କୋହଲିଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ୨୦୧୬ ଚେନ୍ନାଇ ଟେଷ୍ଟରେ ସର୍ବାଧିକ ରନ କରିଥିଲା। ୭୫୯/୭ରେ ଦଳ ପାଳି ଘୋଷଣା କରିବା ପରେ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ୨୦୧୬ ଡିସେମ୍ବର ୧୯ରେ ହିଁ ଭାରତ ତା’ର ଟେଷ୍ଟ ଇତିହାସରେ ଏହି ସର୍ବାଧିକ ସ୍କୋର କରିବାର ରେକର୍ଡ କରିଥିଲା। ଏହି ମ୍ୟାଚ୍‌ରେ ଭାରତ ଥରେ ମାତ୍ର ବ୍ୟାଟିଂ କରିଥିଲା। ଏଥିସହ ଇଂଲଣ୍ଡକୁ ଗୋଟିଏ ଇନିଂସ ଓ ୭୫ ରନ୍‌ରେ ପରାସ୍ତ କରିଥିଲା।

ଏହାର ଠିକ୍‌ ୪ ବର୍ଷ ପରେ, ଅର୍ଥାତ ୨୦୨୦ ମସିହା ଡିସେମ୍ବର ୧୯ରେ ଭାରତ ଐତିହାସିକ ଦିବାରାତ୍ର ଟେଷ୍ଟରେ ମାତ୍ର ୩୬ ରନ୍‌ କରିବାକୁ ସକ୍ଷମ ହୋଇଛି। ଗୋଟିଏ ଇନିଂସ୍‌ରେ ଏତେ କମ ରନ୍‌ କରିବା ଭାରତୀୟ ଟେଷ୍ଟ ଇତିହାସରେ ପ୍ରଥମ ଘଟଣା। ଶେଷଥର ପାଇଁ ଦଳ ୧୯୭୪ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୨ ରନ୍‌ କରିଥିଲା।

ହେଲେ ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡ ବି ଭାଙ୍ଗି ଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସ୍‌ରେ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ।

୨୦୧୬ ମସିହା ଡିସେମ୍ବର ୧୯ରେ ଭାରତ ଯେତେବେଳେ ନିଜ ଟେଷ୍ଟ ଇତିହାସରେ ସର୍ବାଧିକ ସ୍କୋର କରିଥିଲା ସେତେବେଳେ କରୁଣ ନାୟର ୩୦୩ ଓ କେଏଲ ରାହୁଲ ୧୯୯ ରନ୍‌ କରିଥିଲେ। ଏମାନଙ୍କ ବ୍ୟାଟିଂ ବଳରେ ଭାରତର ୭୫୯/୭ କରି ପାଳି ଘୋଷଣା କରିଥିଲା।

ଆଜି ଭାରତୀୟ ବ୍ୟାଟସମ୍ୟାନମାନେ ୪, ୯, ୦, ୪, ୦, ୮, ୪, ୦, ୪  ଓ ୧ ରନ୍‌ କରିଛନ୍ତି। ବିରାଟ ବାହିନୀର ଏପରି ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି।

ଅନ୍ୟପକ୍ଷରେ ଆମେ ଯଦି ସର୍ବକାଳୀନ ସର୍ବନିମ୍ନ ଦଳଗତ ସ୍କୋର କଥା ଦେଖିବା, ତା’ହେଲେ ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡ ରହିଛି। ୧୯୫୫ରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷ ଗୋଟିଏ ଇନିଂସ୍‌ରେ ମାତ୍ର ୨୬ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ୧୮୯୬ରେ ଦକ୍ଷିଣ ଆଫ୍ରିକା ୩୦, ୧୯୨୪ରେ ପୁଣିଥରେ ଦକ୍ଷିଣ ଆଫ୍ରିକା ୩୦, ୧୮୯୯ରେ ଦକ୍ଷିଣ ଆଫ୍ରିକା ୩୫, ୧୯୩୨ରେ ଦକ୍ଷିଣ ଆଫ୍ରିକା ୩୬, ୧୯୦୨ରେ ଅଷ୍ଟ୍ରେଲିଆ ୩୬ ଓ ୨୦୨୦ରେ ଭାରତ ଗୋଟିଏ ଇନିଂସ୍‌ରେ ୩୬ ରନ୍‌ରେ ସୀମିତ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos