୪ର୍ଥ ଦିନରେ ଭାରତକୁ ମାତ୍ର ଗୋଟିଏ ସ୍ୱର୍ଣ୍ଣ ସହ ୪ କାଂସ୍ୟ

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍‌ ଗେମ୍ସର ୪ର୍ଥ ଦିନର ଖେଳ ଶେଷ ହୋଇଛି। ୪ର୍ଥ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ୪ଟି କାଂସ୍ୟ ପଦକ ଜିତିଛି। ଏଥିସହ ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିଛନ୍ତି। ଆଜି ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ଦେଇଥିଲେ  ରାହି ଜୀବନ ସର୍ଣ୍ଣୋବତ। ଏସିଆନ୍‌ ଗେମ୍ସ ଶୁଟିଂ ବିଭାଗରେ ସ୍ୱର୍ଣ୍ଣ ଜିତିବାରେ ସର୍ଣ୍ଣୋବତ ପ୍ରଥମ ଭାରତୀୟ ମହିଳା ହେବାର ରେକର୍ଡ କରିଛନ୍ତି। ଏହା ପରେ ଉଷୁରୁ ଭାରତକୁ […]

sarnobat

sarnobat

Hemant Lenka
  • Published: Wednesday, 22 August 2018
  • Updated: 22 August 2018, 04:04 PM IST

Sports

Latest News

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍‌ ଗେମ୍ସର ୪ର୍ଥ ଦିନର ଖେଳ ଶେଷ ହୋଇଛି। ୪ର୍ଥ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ୪ଟି କାଂସ୍ୟ ପଦକ ଜିତିଛି। ଏଥିସହ ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିଛନ୍ତି। ଆଜି ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ଦେଇଥିଲେ  ରାହି ଜୀବନ ସର୍ଣ୍ଣୋବତ। ଏସିଆନ୍‌ ଗେମ୍ସ ଶୁଟିଂ ବିଭାଗରେ ସ୍ୱର୍ଣ୍ଣ ଜିତିବାରେ ସର୍ଣ୍ଣୋବତ ପ୍ରଥମ ଭାରତୀୟ ମହିଳା ହେବାର ରେକର୍ଡ କରିଛନ୍ତି।

ଏହା ପରେ ଉଷୁରୁ ଭାରତକୁ ୪ଟି କାଂସ୍ୟ ପଦକ ମିଳିଛି। ମହିଳା ଉଷୁ ୬୦ କେଜି ବର୍ଗରେ ନାରୋ ମେରୋଷିବିନା ଦେବୀ, ପୁରୁଷ ୫୬ କେଜି ବର୍ଗରେ ସନ୍ତୋଷ କୁମାର, ପୁରୁଷ ୬୦ କେଜି  ବର୍ଗରେ ସ୍ୱର୍ଯ୍ୟଭାନୁ ପ୍ରତାପ ସିଂହ ଓ ୬୫ କେଜି ପୁରୁଷ ବିଭାଗରେ ନରେନ୍ଦ୍ର ଘେରୱାଲ ଭାରତ ପାଇଁ ୪ଟି କାଂସ୍ୟ ପଦକ ଜିତିଛନ୍ତି।

[caption id="attachment_266709" align="alignright" width="869"]ankita-raina ଅଙ୍କିତା ରାଇନା[/caption]

ଆଜିର ସଫଳତା ପରେ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏଥିରେ ୪ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ରହିଛି। ଅନ୍ୟପକ୍ଷରେ ହକି ଟିମ୍‌ ତା’ର ଦବଦବା ଜାରି ରଖିଛି। ଆଜି ଭାରତୀୟ ହକି ଟିମ୍‌ ଗ୍ରୁପ୍‌ “ଏ”ର ଏକ ମ୍ୟାଚ୍‌ରେ ପ୍ରତିପକ୍ଷ ହଂକଂକୁ ୨୬-୦ରେ  ଗୋଲରେ ପରାସ୍ତ କରିଛି। ସେହିପରି ଟେନିସ୍‌ରେ ଅଙ୍କିତା ରାଇନା ସେମିଫାଇନାଲ୍‌ରେ ପ୍ରବେଶ କରି ଭାରତ ପାଇଁ ମେଡାଲ୍‌ ପକ୍କା କରିଛନ୍ତି।

ମିକ୍ସଡ୍‌ ଡବଲ୍‌ରେ ମଧ୍ୟ ରୋହନ ବୋପାନ୍ନା ଓ ଦିବିଜ୍‌ ସାରନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରି ମେଡାଲ୍‌ ନିଶ୍ଚିତ କରିଛନ୍ତି।

[caption id="attachment_266710" align="alignright" width="928"]wushu ଉଷୁ ଖେଳର ଏକ ଦୃଶ୍ୟରେ ବାଇଗଣୀ ରଙ୍ଗର ଜର୍ସିରେ ଭାରତର ସ୍ୱର୍ଯ୍ୟ ଭାନୁ ପ୍ରତାପ ସିଂହ[/caption]

ତେବେ ଭାରତୀୟ ଜିମ୍ନାଷ୍ଟିକ୍‌ ଟିମ୍‌ ୭ମ ସ୍ଥାନରେ ରହି ଦେଶବାସୀଙ୍କୁ ନିରାଶ କରିଛି। ଭଲିବଲ୍‌ରେ ଭାରତ କତାରଠାରୁ ୦-୩ରେ ପରାସ୍ତ ହୋଇ ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିଛି।  ଟେନିସ୍‌ ମହିଳା ଡବଲ୍ସରେ ଭାରତ ୨-୦ରେ ରାଉଣ୍ଡ-୧୬ରୁ ବିଦାୟ ନେଇଛି। ପୁରୁଷ ଡବଲ୍ସରେ ମଧ୍ୟ ଭାରତର ସୁମିତ୍ ଓ ରାମକୁମାର ଯୋଡ଼ି କ୍ୱାର୍ଟର ଫାଇନାଲ୍‌ରେ କଜାଖସ୍ତାନଠାରୁ ୨-୧ରେ ପରାସ୍ତ ହୋଇଛନ୍ତି।

[caption id="attachment_266658" align="alignright" width="815"]india3 ଭାରତୀୟ ହକି ଟିମ୍‌[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story