ଇଣ୍ଡୋନେସିଆ ଓପନ୍: ସେମିଫାଇନାଲରେ ସିନ୍ଧୁ

ଜାକର୍ତ୍ତା: ଭାରତର ଶୀର୍ଷ ଶଟଲର୍ ପିଭି ସିନ୍ଧୁ ଶୁକ୍ରବାର ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ଗେମରେ ହରାଇ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ପଞ୍ଚମ ସିଡ୍ ସିନ୍ଧୁ ତୃତୀୟ ସିଡ୍ ଓକୁହାରାଙ୍କୁ ୨୧-୧୪, ୨୧-୭ ଗେମରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁଙ୍କୁ ସେତେଟା କଷ୍ଟ କରିବାକୁ ପଡ଼ିନଥିଲା। ସିନ୍ଧୁ ମାତ୍ର ୪୪ ମିନିଟରେ ମ୍ୟାଚକୁ ନିଜ ନାମରେ କରିଥିଲେ। […]

pv

pv

Ranjit Kumar Jena
  • Published: Friday, 19 July 2019
  • Updated: 19 July 2019, 07:11 PM IST

Sports

Latest News

ଜାକର୍ତ୍ତା: ଭାରତର ଶୀର୍ଷ ଶଟଲର୍ ପିଭି ସିନ୍ଧୁ ଶୁକ୍ରବାର ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ଗେମରେ ହରାଇ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ତଥା ପଞ୍ଚମ ସିଡ୍ ସିନ୍ଧୁ ତୃତୀୟ ସିଡ୍ ଓକୁହାରାଙ୍କୁ ୨୧-୧୪, ୨୧-୭ ଗେମରେ ପରାସ୍ତ କରିଛନ୍ତି।

ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁଙ୍କୁ ସେତେଟା କଷ୍ଟ କରିବାକୁ ପଡ଼ିନଥିଲା। ସିନ୍ଧୁ ମାତ୍ର ୪୪ ମିନିଟରେ ମ୍ୟାଚକୁ ନିଜ ନାମରେ କରିଥିଲେ। ସିନ୍ଧୁ ସେମିଫାଇନାଲରେ ଚୀନର ଦ୍ୱିତୀୟ ସିଡ୍ ଚେନ୍ ୟୁ ଫେଇଙ୍କୁ ଭେଟିବେ। ଆଜି ଖେଳାଯାଇଥିବା କ୍ୱାର୍ଟରଫାଇନାଲ୍ ମୁକାବିଲାରେ ସିନ୍ଧୁ ଆରମ୍ଭରୁ ହିଁ ଦବଦବା କାଏମ ରଖିଥିଲେ। ତାଙ୍କୁ ଲୟ ହାସଲ କରିବା ପାଇଁ ବେଶୀ ସମୟ ଲାଗିନଥିଲା।

ପ୍ରଥମ ଗେମ୍ ଏକ ସମୟରେ ୬-୬ରେ ବରାବର ଥିଲା, କିନ୍ତୁ ଏହା ପରେ ଭାରତୀୟ ଖେଳାଳି ଜଣକ ଆଉ ପଛକୁ ଚାହିଁନଥିଲେ। ସିନ୍ଧୁ ଲଗାତାର ଦୁଇ ପଏଣ୍ଟ ହାସଲ କରିଥିଲେ। ଏହା ସହ ହାଫ୍ ଟାଇମ୍ ସୁଦ୍ଧା ସିନ୍ଧୁ ୧୧-୮ରେ ଆଗୁଆ ଥିଲେ। ଏହା ପରେ ସିନ୍ଧୁ ଦମଦାର ପ୍ରଦର୍ଶନ କରି ଓକୁହାରାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆଦୌ ସୁଯୋଗ ଦେଇନଥିଲେ। ଦ୍ୱିତୀୟ ଗେମ୍ ଏକତରଫା ରହିଥିଲା ଏବଂ ସିନ୍ଧୁ ୨୧-୭ରେ ବିଜୟୀ ହୋଇ ମ୍ୟାଚକୁ ନିଜ କବଜାରେ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos